ETV Bharat / sports

‘ଅଲମ୍ପିକ୍ସ ଅଂଶଗ୍ରହଣକାରୀ ଆଥଲେଟ୍ସଙ୍କୁ ଖୁବଶୀଘ୍ର କୋରୋନା ସଞ୍ଜିବନୀ’

author img

By

Published : Jan 22, 2021, 6:22 PM IST

ଅଲମ୍ପିକ୍ସରେ ନିଶ୍ଚିନ୍ତ ଖେଳିବାକୁ ଥିବା ଆଥଲେଟ୍ସଙ୍କୁ ପ୍ରାଥମିକତା ଆଧାରରେ କୋରୋନା ଟିକା ଦିଆଯିବ । ଅଧିକ ପଢନ୍ତୁ...

Vaccination of Olympic-bound athletes our top priority: IOA chief Batra
ଅଲମ୍ପିକ୍ସ ଅଂଶଗ୍ରହଣକାରୀ ଆଥଲେଟ୍ସଙ୍କୁ ଖୁବଶୀଘ୍ର କୋରୋନା ସଞ୍ଜିବନୀ: IOA ସଭାପତି

ନୂଆଦିଲ୍ଲୀ: ଭାରତୀୟ ଅଲମ୍ପିକ ଆସୋସିଏସନ(IOA)ର ସଭାପତି ନରିନ୍ଦର ବାତ୍ରାଙ୍କ ବଡ ବୟାନ । ଅଲମ୍ପିକ୍ସରେ ନିଶ୍ଚିନ୍ତ ଖେଳିବାକୁ ଥିବା ଆଥଲେଟ୍ସଙ୍କୁ ପ୍ରାଥମିକତା ଆଧାରରେ କୋରୋନା ଟିକା ଦେବାକୁ ବିଚାର କରାଯାଉଛି । ତେବେ ଏଥିପାଇଁ ଖୁବଶୀଘ୍ର ସୁଚିନ୍ତିତ ଓ ସୁରକ୍ଷିତ ଯୋଜନା କରାଯାଇ କାର୍ଯ୍ୟ ଆରମ୍ଭ ହେବ । ଏହା କହିଛନ୍ତି ଆଇଓଏ ସଭାପତି ବାତ୍ରା ।

ଆଥଲେଟ୍ସଙ୍କୁ କୋରାନା ସଞ୍ଜିବନୀ ଦେବା ନେଇ ସ୍ବାସ୍ଥ୍ୟ ବିଭାଗ, ଖେଳ ମନ୍ତ୍ରଣାଳୟ ଓ NADA ଭଳି ସଂପୃକ୍ତ ବିଭାଗ ଗୁଡିକ ମଧ୍ୟରେ ଆଲୋଚନା ଜାରି ରହିଛି । ଆଲୋଚନା ସକରାତ୍ମକ ରହିଛି ଓ ଖୁବଶୀଘ୍ର ସଠିକ ଯୋଜନା ପ୍ରସ୍ତୁତ ହେବା ବୋଲି କହିଛନ୍ତି ବାତ୍ରା । ପୂର୍ବରୁ କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ନିଶ୍ଚିନ୍ତ ଅଲମ୍ପିକ୍ସ ଖେଳିବାକୁ ଯାଉଥିବା ଖେଳାଳିଙ୍କୁ ଟିକା ଦେବାରେ ପ୍ରାଥମିକତା ଦିଆଯିବ ବୋଲି କହିଥିଲେ ।

ଟୋକିଓ ଅଲମ୍ପିକ୍ସ ଚଳିତ ବର୍ଷ ଜୁଲାଇ 23ରୁ ଅଗଷ୍ଟ 8 ମଧ୍ୟରେ ଅନୁଷ୍ଠିତ ହେବ । ପରେ ପାରାଅଲମ୍ପିକ୍ସ ମଧ୍ୟ ଚଳିତ ବର୍ଷ ଅଗଷ୍ଟ 24ରୁ 5 ସେପ୍ଟେମ୍ବର ମଧ୍ୟରେ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.