ଲସ ଆଞ୍ଜେଲିସ୍: ପୁଣି ଉଠିଲା ଟୋକିଓ ଅଲମ୍ପିକ ଘୁଞ୍ଚିବା ଦାବି । ମହାମାରୀ କୋରୋନା ସଂକ୍ରମଣ ଭୟ ଯୋଗୁଁ ୟୁଏସ ସୁଇମିଂ ପକ୍ଷରୁ ଟୋକିଓ ଅଲମ୍ପିକ ଘୁଞ୍ଚାଇବାକୁ ଦାବି ହୋଇଛି ।
![Tokyo olympics postponement](https://etvbharatimages.akamaized.net/etvbharat/prod-images/6489021_sssssssss.jpg)
ଏନେଇ ଏକ ଦାବିପତ୍ର ୟୁଏସ ଅଲମ୍ପିକ ଓ ପାରା ଅଲମ୍ପିକ କମିଟି(USOPC) ମୁଖ୍ୟ କାର୍ଯ୍ୟନିବାହୀ ଅଧିକାରୀ ସରହ ହିର୍ସଲାଣ୍ଡ ୟୁଏସ ସୁଇଂମିଂ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ସୁଇମିଂ ଫେଡେରେସନ 2020 ଟୋକିଓ ଅଲମ୍ପିକ 2021କୁ ଘୁଞ୍ଚାଇବାକୁ ଦାବିପତ୍ର ମିଳିଥିବା ମୁଖ୍ୟ ଅଧିକାରୀ ଟିମ ହିନ୍ଚେ କହିଛନ୍ତି ।
ଅଲମ୍ପିକ୍ସରେ ସୁଇମିଂ ଇଭେଣ୍ଟରେ ୟୁଏସର ଦବଦବା ରହିଛି । 2016 ରିଓ ଅଲମ୍ପିକରେ 33 ମେଡାଲ ଜିତିଥିଲା ୟୁଏସ ।