ETV Bharat / sports

US Open: ସେମିରେ ବୋପାନ୍ନା-ମ୍ୟାଥ୍ୟୁ ଏବଡେନ ଯୋଡି

author img

By ETV Bharat Odisha Team

Published : Sep 7, 2023, 11:15 AM IST

ଚଳିତ ୟୁଏସ ଓପନରେ ଭାରତୀୟ ଅଭିଜ୍ଞ ଟେନିସ ତାରକା ରୋହନ ବୋପାନ୍ନା ଓ ମାଥ୍ୟୁ ଏବଡେନ ଯୋଡି ପୁରୁଷ ଯୁଗଳ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଅଧିକ ପଢନ୍ତୁ

US Open
ସେମିରେ ବୋପାନ୍ନା- ମ୍ୟାଥ୍ୟୁ ଏବଡେନ

ନ୍ୟୁୟର୍କ: ଭାରତୀୟ ଅଭିଜ୍ଞ ଟେନିସ ତାରକା ରୋହନ ବୋପାନ୍ନା ଓ ତାଙ୍କ ଅଷ୍ଟ୍ରେଲୀୟ ସାଥୀ ମାଥ୍ୟୁ ଏବଡେନ ଯୋଡି ୟୁଏସ ପୁରୁଷ ଯୁଗଳ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଚଳିତ ୟୁଏସ ଓପନରେ କ୍ବାର୍ଟର ଫାଇନାଲରେ ଷଷ୍ଠ ମାନ୍ୟତାପ୍ରାପ୍ତ ରୋହନ ବୋପାନ୍ନା ଓ ତାଙ୍କ ଅଷ୍ଟ୍ରେଲୀୟ ସାଥୀ ମାଥ୍ୟୁ ଏବଡେନ ଆମେରିକା ଯୋଜି ନାଥାନିଏଲ ଲାମନ୍ସ ଓ ଜାକସନ ୱିଥ୍ରୋଙ୍କୁ 7-6 (12-10), 6-1 ସେଟରେ ପରାସ୍ତ କରିଛନ୍ତି । ଏହା ସହିତ ଏହି ଭାରତ ଅଷ୍ଟ୍ରେଲିଆ ଯୋଡି ଚଳିତ ବର୍ଷ ଲଗାତାର ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି ।

ୱିମ୍ବଲଡନରେ ଏହି ଯୋଡି ସେମିଫାଇନାଲରେ ପରାସ୍ତ ହୋଇ ବିଦାୟ ନେଇଥିଲେ । ମାତ୍ର ୟୁଏସ ଓପନରେ ଭଲ ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି ଏହି ଯୋଡି । ଶେଷ ଥର ଲାଗି 2010 ୟୁଏସ ଓପନ ଫାଇନାଲ ଖେଳିଥିଲେ ରୋହନ ବୋପାନ୍ନା । ୟୁଏସ ଓପନ ସେମିଫାଇନାଲରେ ବୋପାନ୍ନା- ଏବଡେନ ଫ୍ରାନ୍ସର ହୁଗାସ ହର୍ବର୍ତ ଓ ନିକୋଲାସ ମାହୁତଙ୍କୁ ଭେଟିବେ । ପ୍ରଥମ ଗେମ ସଂଘର୍ଷପୂର୍ଣ୍ଣ ରହିଥିଲା । ଟ୍ରାଇବ୍ରେକରରେ ପ୍ରଥମ ଗେମ ଫଇସଲା ହୋଇଥିଲା । ଦ୍ବିତୀୟ ଗେମରେ ଏହି ଯୋଡି କୌଣସି ତ୍ରୁଟି ନକରି 2 ବ୍ରେକ ପଏଣ୍ଟ ହାସଲ କରିଥିଲେ । ଏହି ମ୍ୟାଚ 1ଘଣ୍ଟା 30ମିନିଟ ଧରି ଚାଲିଥିଲା ।

ଏହା ବି ପଢନ୍ତୁ...US Open 2023: ସେମିରେ ହାରିଲା ଲକ୍ଷ୍ୟ ସେନ, ଆମେରିକା ଓପନରୁ ବାଦ

ଏହା ବି ପଢନ୍ତୁ...ବିଶ୍ବକପ ପାଇଁ ଦଳରେ ମିଳିଲାନି ସ୍ଥାନ, କାଉଣ୍ଟି କ୍ରିକେଟ ଖେଳିବେ ଚହଲ

47ତମ ଗ୍ଲାଣ୍ଡସ୍ଲାମ ସେମିରେ ଜୋକୋଭିକ: ଅଭିଜ୍ଞ ଟେନିସ ଖେଳାଳି ନୋଭାକ ଜୋକୋଭିକ ପୁରୁଷ ଏକକ ପ୍ରତିଯୋଗିତାରେ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଦ୍ବିତୀୟ ସିଡ ମାନ୍ୟତା ପାଇଥିବା ନୋଭାକ କ୍ବାର୍ଟର ଫାଇନାଲରେ 9ମ ସିଡ ଆମେରିକାର ଟେଲର ଫ୍ରିଜଙ୍କୁ 6-1, 6-4, 6-4 ସେଟରେ ପରାସ୍ତ କରିଥିଲେ । ଏହା ସହିତ 13ଥର ପାଇଁ ୟୁଏସ ଓପନ ସେମି ଓ 47ତମ ଗ୍ଲାଣ୍ଡସ୍ଲମ ସେମି ଫାଇନାଲରେ ପ୍ରବେଶ କରିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି ।

ସେହିପରି ଚଳିତ ୟୁଏସ ଓପନ ଟେନିସ ଟୁର୍ଣ୍ଣାମେଣ୍ଟର ମହିଳା ଏକକରେ ଚେକ ଗଣରାଜ୍ୟର 10ସିଡ ଖେଳାଳି କାରୋଲିନା ମୁଚୋଲା ସେମିଫାନାଲରେ ପ୍ରବେଶ କରିଛନ୍ତି । ମୁଚେଭା କ୍ବାର୍ଟର ଫାଇନାଲରେ 30ତମ ସିଡ ରୋମାନିଆର ସୋରାନ ସିର୍ଷ୍ଟିଆଙ୍କୁ 6-0,6-3 ସିଧାସଳଖ ସେଟରେ ପରାସ୍ତ କରି ସେମିରେ ସ୍ଥାନ ପକ୍କା କରିଛନ୍ତି । ଆସନ୍ତାକାଲି (ଶୁକ୍ରବାର) ଷଷ୍ଠ ସିଡ ଖେଳାଳି ଆମେରିକାର କୋକୋ ଗଫଙ୍କୁ ଭେଟିବେ । ଗଫ ଅନ୍ୟ ଏକ କ୍ବାର୍ଟରରେ 20ତମ ସିଡ ଲାଟଭିଆର ଜେଲେନା ଓଷ୍ଟାପେଙ୍କୋଙ୍କୁ 6-0,6-0 ସେଟରେ ପରାସ୍ତ କରି ସେମିକୁ ଉଠିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.