ନୂଆଦିଲ୍ଲୀ: ସ୍ବାଧୀନତା ଦିବସ ଅବସରରେ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ 'ଫିଟ୍ ଇଣ୍ଡିଆ ୟୁଥ କ୍ଳବ' କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଫିଟ୍ ଇଣ୍ଡିଆ ୟୁଥ କ୍ଳବ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫିଟ ଇଣ୍ଡିଆ କାର୍ଯ୍ୟକ୍ରମର ଅଂଶ ଭାବେ କାର୍ଯ୍ୟ କରିବ ।
ଦେଶତମାମ ଶାରୀରିକ ସୁସ୍ଥତାର ଗୁରୁତ୍ବ ନେଇ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ପ୍ରୟାସ ରହିଛି । ଫିଟ ଇଣ୍ଡିଆ ୟୁଥ କ୍ଳବରେ ଫିଟନେସ ସଚେତନତା ପାଇଁ ସେଚ୍ଛ୍ବାସେବୀ ରହିବେ । ନେହେରୁ ଯୁବ କେନ୍ଦ୍ର ସଂଗଠନର 75 ଲକ୍ଷ ସେଚ୍ଛ୍ବାସେବୀ, ସ୍କାଉଟ, ଗାଇଡ ସହ ନ୍ୟାସନାଲ ସର୍ଭିସ ସ୍କିମର ସଦସ୍ୟ, ଏନସିସି ଏବଂ ଅନ୍ୟ ଯୁବ ସଂଗଠନ ଦେଶର ପ୍ରତ୍ୟେକ ବ୍ଳକରେ ସଚେତନତା ବାର୍ତ୍ତା ବାଣ୍ଟିବେ ।
-
Fit India Youth Clubs, yet another nation-wide initiative was launched by @KirenRijiju today, with an effort to harness the power of youth to promote fitness activities across India. #NewIndiaFitIndia #Run4India pic.twitter.com/d2o2vRfmRn
— Kiren Rijiju Office (@RijijuOffice) August 15, 2020 " class="align-text-top noRightClick twitterSection" data="
">Fit India Youth Clubs, yet another nation-wide initiative was launched by @KirenRijiju today, with an effort to harness the power of youth to promote fitness activities across India. #NewIndiaFitIndia #Run4India pic.twitter.com/d2o2vRfmRn
— Kiren Rijiju Office (@RijijuOffice) August 15, 2020Fit India Youth Clubs, yet another nation-wide initiative was launched by @KirenRijiju today, with an effort to harness the power of youth to promote fitness activities across India. #NewIndiaFitIndia #Run4India pic.twitter.com/d2o2vRfmRn
— Kiren Rijiju Office (@RijijuOffice) August 15, 2020
ଏକ ଜିଲ୍ଲାସ୍ତରୀୟ ୟୁନିଟରେ କ୍ଳବର ପ୍ରତ୍ୟେକ ସଦସ୍ୟ ଲୋକଙ୍କୁ ପ୍ରତିଦିନ 30ରୁ 60 ମିନିଟ ପର୍ଯ୍ୟନ୍ତ ସଚେତନତା କାର୍ଯ୍ୟ କରିବେ । କ୍ରୀଡା ମନ୍ତ୍ରଣାଳୟର ଏକ ବିଜ୍ଞପ୍ତିରେ ଏହା ଦର୍ଶାଯାଇଛି । ଏଥିସହିତ ପ୍ରତି 3 ମାସରେ ବିଦ୍ୟାଳୟ କିମ୍ବା ସ୍ଥାନୀୟ ପ୍ରଶାସନକୁ ସାମୂହିକ ଫିଟନେସ ପ୍ରୋଗ୍ରାମର ଆୟୋଜନ କରିବାକୁ ପ୍ରୟାସ କରିବେ ।
ପ୍ରତ୍ୟେକ ଭାରତୀୟଙ୍କ ପାଖରେ ଏହି କାର୍ଯ୍ୟକ୍ରମ ପହଞ୍ଚିବା ଲକ୍ଷ୍ୟ ରହିଛି । 75 ଲକ୍ଷ ସେଚ୍ଛ୍ବାସେବୀ ରହିଛନ୍ତି । ଏହି ସଂଖ୍ୟା ଖୁବଶୀଘ୍ର ଏକ କୋଟିରେ ପହଞ୍ଚାଇବାକୁ ଲକ୍ଷ୍ୟ ରହିଥିବା କହିଛନ୍ତି କ୍ରୀଡାମନ୍ତ୍ରୀ କିରଣ ରିଜିଜୁ । ଫିଟ ଇଣ୍ଡିଆ କ୍ୟାମ୍ପେନ ଅଗଷ୍ଟ 29ରେ ଏକବର୍ଷ ପୂର୍ତ୍ତି ପାଳନ କରିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ