ETV Bharat / sports

U-17 Saff Championship, ନେପାଳକୁ ହରାଇ ଭାରତ ଚାମ୍ପିଅନ

author img

By

Published : Sep 15, 2022, 9:31 AM IST

ନେପାଳକୁ 4-0 ଗୋଲରେ ପରାସ୍ତ କରି 17 ବର୍ଷରୁ କମ୍ ବାଳକ ଫୁଟବଲ ସାଫ୍ ଚାମ୍ପିଅନସିପ ଟାଇଟଲ ହାତେଇଛି ଭାରତ । ଅଧିକ ପଢନ୍ତୁ

ନେପାଳକୁ ହରାଇ ଭାରତ ଚାମ୍ପିଅନ
ନେପାଳକୁ ହରାଇ ଭାରତ ଚାମ୍ପିଅନ

କଲମ୍ବୋ: 17 ବର୍ଷରୁ କମ୍ ବାଳକ ଫୁଟବଲ ସାଫ୍ ଚାମ୍ପିଅନସିପରେ ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି ଭାରତ । ଫାଇନାଲ ମୁକାବିଲାରେ ନେପାଳକୁ 4-0ରେ ପରାସ୍ତ କରି ଟାଇଟଲ ହାତେଇଛନ୍ତି ଭାରତୀୟ ଦଳ । ମ୍ୟାଚଟି ସମ୍ପୂର୍ଣ୍ଣ ଏକତରଫା ହୋଇଥିଲା । ଆରମ୍ଭରୁ ହିଁ ଭାରତ ଆଧିପତ୍ୟ ବିସ୍ତାର କରି ଖେଳିଥିଲା ।

ମ୍ୟାଚ ଆରମ୍ଭର 18 ମିନିଟରେ ଭାରତର ରବି ସିଂ ପ୍ରଥମ ଗୋଲ ସ୍କୋର କରିଥିଲେ । ପ୍ରଥମାର୍ଦ୍ଧରେ କରୋଉ ସିଂ ଦ୍ବିତୀୟ ଗୋଲ ଦେଇ ଭାରତକୁ 2-0 ଗୋଲରେ ଆଗୁଆ କରାଇଥିଲେ । ନେପାଳ ଦଳ ନିରୁପାୟ ହୋଇଯାଇଥିଲା ଗୋଟିଏ ଗୋଲ ପରିଶୋଧ କରିବାର ସଫଳ ହୋଇନଥିଲା ଦଳ । ଦ୍ବିତୀୟାର୍ଦ୍ଧର 63 ମିନିଟ ଭନଲାଲପେକେ ଗୁଇତେ ଏବଂ ଅମନ 94 ମିନିଟରେ ଆଉ 2ଟି ଗୋଲ ଦେଇ ଦଳରୁ 4-0ରେ ବିଜୟୀ କରାଇଥିଲେ । ଶେଷ ପର୍ଯ୍ୟାୟ ଯାଏଁ ନେପାଳ ଦଳ ଗୋଲ ଖାତା ଖୋଲି ପାରିନଥିଲା । ଭାରତ ପକ୍ଷରୁ ଟି.ଗଙ୍ଗତେ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ 4ଟି ଗୋଲ ସ୍କୋର କରିଥିଲେ ।

ଏହା ବି ପଢନ୍ତୁ...World Wrestling Championships: ବ୍ରୋଞ୍ଜ ଜିତିଲେ ଭିନେଶ

ଗ୍ରୁପ ପର୍ଯ୍ୟାୟରେ ଭାରତକୁ ନେପାଳ ହରାଇଥିଲା । ଫାଇନାଲରେ ଭାରତକୁ ହରାଇବା ପାଇଁ ନେପାଳ ପାଖରେ ଦକ୍ଷତା ନଥିଲା । ଫାଇନାଲ ମୁକାବିଲା ଜିତି ଭାରତ ଗ୍ରୁପ ପର୍ଯ୍ୟାୟର ପ୍ରତିଶୋଧ ନେଇଛି । ଭାରତୀୟ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ଆଧିପତ୍ୟ ବିସ୍ତାର କରିଥିଲେ । ନେପାଳ ଦଳକୁ ପଡିଆରେ ଘାଇଲା କରିଥିଲେ ଭାରତୀୟ ଦଳ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.