ପୁନେ(ମହାରାଷ୍ଟ୍ର): ଚଳିତ ଅଲଟିମେଟ ଖୋ ଖୋ ଲିଗ୍ରେ ଆଜିଠୁ ଆରମ୍ଭ ଅସଲ ଲଢେଇ । ଆଇପିଏଲ ଫର୍ମାଟରେ ଖେଳାଯାଉଥିବା ଏହି ପ୍ରତିଯୋଗିତାରେ ଲିଗ୍ ପର୍ଯ୍ୟାୟ ଶେଷ ହୋଇଥିବାବେଳେ, ଆଜିଠୁ(ଶୁକ୍ରବାର) ଆରମ୍ଭ ହେଉଛି ପ୍ଲେଅଫ୍(Ultimate kho kho Playoffs ) ପର୍ଯ୍ୟାୟ । ନକଆଉଟ୍ ସୂଚୀ ଅନୁଯାୟୀ ଶୀର୍ଷ ଦୁଇଟି ସ୍ଥାନରେ ଲିଗ୍ ପର୍ଯ୍ୟାୟ ଶେଷ କରିଥିବା ଦୁଇ ଟିମ ଗୁଜରାଟ ଜାଏଣ୍ଟ୍ସ(୨୩ ପଏଣ୍ଟ) ଓ ଓଡିଶା ଜଗର୍ନଟ୍ସ(୨୧ ପଏଣ୍ଟ) ମଧ୍ୟରେ ପ୍ରଥମ କ୍ବାଲିଫାୟର ମ୍ୟାଚ୍ ଆଜି ଖେଳାଯିବ ।
![Ultimate Kho Kho: Odisha juggernauts to play gujarat giants in qualifier 1 today](https://etvbharatimages.akamaized.net/etvbharat/prod-images/16263648_odisha.jpg)
ଏହାମଧ୍ୟ ପଢନ୍ତୁ: ଜିତାଉଛନ୍ତି ଜଗନ୍ନାଥ, ଓଡିଶା ଜଗର୍ନଟ୍ସର ଜବରଦସ୍ତ ପ୍ରଦର୍ଶନ
ଏହି ମ୍ୟାଚ୍ର ବିଜେତା ସିଧାସଳଖ ଫାଇନାଲରେ ପହଞ୍ଚିଯିବ । ଅନ୍ୟପଟେ ପରାଜିତ ଟିମ ପାଖେ ଆଉ ଏକ ସୁଯୋଗ ରହିବ । ଲିଗ ପର୍ଯ୍ୟାୟରେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହି ପ୍ଲେ-ଅଫ୍ରେ ପହଞ୍ଚିଥିବା ତେଲୁଗୁ ଯୋଦ୍ଧା୍ସ(୧୯ ପଏଣ୍ଟ) ଓ ଚେନ୍ନାଇ କ୍ବିକ ଗନ୍ସ(୧୫ ପଏଣ୍ଟ) ମଧ୍ୟରେ ଶୁକ୍ରବାର ସନ୍ଧ୍ୟାରେ ଏଲିମିନେଟର ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ର ବିଜେତା ଟିମ କ୍ବାଲିଫାୟର ୧ର ପରାଜିତ ଟିମ ସହ ଶନିବାର କ୍ବାଲିଫାୟର ୨ ଖେଳିବ । ଫାଇନାଲ ମ୍ୟାଚ୍ ରବିବାର ଖେଳାଯିବ ।
-
🚨 𝗙𝗥𝗜𝗗𝗔𝗬 𝗕𝗟𝗢𝗖𝗞𝗕𝗨𝗦𝗧𝗘𝗥 🚨
— Odisha Juggernauts (@od_juggernauts) September 2, 2022 " class="align-text-top noRightClick twitterSection" data="
So much on the cards as we aim to become the first team to enter the @ultimatekhokho finals.
At 08:45 PM on Sony Ten 1, 3, 4 and Sony LIV app.
Keep rooting for us !!#KhoOdishaKho #AbKhoHoga pic.twitter.com/CS2jnD1fqi
">🚨 𝗙𝗥𝗜𝗗𝗔𝗬 𝗕𝗟𝗢𝗖𝗞𝗕𝗨𝗦𝗧𝗘𝗥 🚨
— Odisha Juggernauts (@od_juggernauts) September 2, 2022
So much on the cards as we aim to become the first team to enter the @ultimatekhokho finals.
At 08:45 PM on Sony Ten 1, 3, 4 and Sony LIV app.
Keep rooting for us !!#KhoOdishaKho #AbKhoHoga pic.twitter.com/CS2jnD1fqi🚨 𝗙𝗥𝗜𝗗𝗔𝗬 𝗕𝗟𝗢𝗖𝗞𝗕𝗨𝗦𝗧𝗘𝗥 🚨