ETV Bharat / sports

U17 women's World Cup: ଗରିବ ଆଦିବାସୀ ଝିଅ କାନ୍ଧରେ ଭାରତର ନେତୃତ୍ବ ଭାର - ଆଦିବାସୀ ଝିଅ ଆସ୍ତମ

କଳିଙ୍ଗ ଷ୍ଟାଡିୟମ ଭୁବନେଶ୍ବରରେ ହେଉଥିବା ୧୭ ବର୍ଷରୁ କମ ମହିଳା ଫୁଟବଲ ବିଶ୍ବକପରେ ଭାରତୀୟ ଟିମର ନେତୃତ୍ବ ନେଉଛନ୍ତି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଯେ, ଏହି ଅଞ୍ଚଳରେ ମାଓବାଦୀଙ୍କ ସକ୍ରିୟ ପ୍ରଭାବ ଏତେମାତ୍ରାରେ ରହିଛି ଯେ ଅଞ୍ଚଳ ରେଡ୍‌ ଜୋନ୍‌ରେ ରହିଛି । ଅଧିକ ପଢନ୍ତୁ

U17 women's World Cup: Girls from red zone dribbles past proverty to be india captain
U17 women's World Cup: ରେଡ୍‌ ଜୋନ୍‌ର ଗରିବ ଆଦିବାସୀ ଝିଅ ଭାରତର ଅଧିନାୟିକା
author img

By

Published : Oct 14, 2022, 3:04 PM IST

ଭୁବନେଶ୍ବର: ଭାରତୀୟ କ୍ରୀଡା ଜଗତରେ ଝାଡଖଣ୍ଡ ନେତୃତ୍ବର କାହାଣୀ ସର୍ବଦା ପ୍ରେରଣାଦାୟୀ ରହିଆସିଛି । ଝାଡଖଣ୍ଡର ଏକ ଛୋଟିଆ ସହର ରାଞ୍ଚିରୁ ଆସି କିପରି ମହେନ୍ଦ୍ର ସିଂହ ଧୋନୀ ଭାରତ ସହ ବିଶ୍ବର ସଫଳତମ କ୍ରିକେଟ କ୍ୟାପଟେନ୍‌ ହୋଇଗଲେ ସମସ୍ତେ ଜାଣିଛନ୍ତି । ତେବେ ଝାଡଖଣ୍ଡର ଆଉଜଣେ ପ୍ରତିଭାବାନ ଝିଅର ସଂଘର୍ଷର କାହାଣୀ ଜାଣିଲେ ଆପଣଙ୍କ ହୃଦୟ ଥରିଉଠିବ, ଯିଏକି ଏବେ ଭାରତୀୟ ୧୭ ବର୍ଷରୁ କମ ମହିଳା ବିଶ୍ବକପ ଟିମର କ୍ୟାପଟେନ ଅଛନ୍ତି ।

U17 women's World Cup: Girls from red zone dribbles past proverty to be india captain
ଭାରତୀୟ ୧୭ ବର୍ଷରୁ କମ ମହିଳା ଟିମର କୋଚ୍‌ଙ୍କ ସହ ଆସ୍ତମ

ଝାଡଖଣ୍ଡର ମାଓ ପ୍ରଭାବିତ ଜିଲ୍ଲା ଗୁମଲା ଜିଲ୍ଲାର ନିହାତି ମଫସଲି ଗାଁ ଗୋରାଟୋଲିର ଆଦିବାସୀ ଝିଅ ଆସ୍ତମ ଓରାଅନ(Astam Oraon ) ଏବେ କଳିଙ୍ଗ ଷ୍ଟାଡିୟମ ଭୁବନେଶ୍ବରରେ ହେଉଥିବା ୧୭ ବର୍ଷରୁ କମ ମହିଳା ଫୁଟବଲ ବିଶ୍ବକପରେ(U17 women's World Cup) ଭାରତୀୟ ଟିମର ନେତୃତ୍ବ ନେଉଛନ୍ତି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଯେ, ଏହି ଅଞ୍ଚଳରେ ମାଓବାଦୀଙ୍କ ସକ୍ରିୟ ପ୍ରଭାବ ଅଧିକ ମାତ୍ରାରେ ରହିଥିବାରୁ ଏହି ଅଞ୍ଚଳ ରେଡ୍‌ ଜୋନ୍‌ରେ ରହିଛି ।

ଭାରତୀୟ ଟିମ ପ୍ରଥମ ଥର ୧୭ ବର୍ଷରୁ କମ ବିଶ୍ବକପ ଟୁର୍ଣ୍ଣାମେଣ୍ଟ ଖେଳୁଛି । ମାତ୍ର ଆୟୋଜକ ଟିମ ପାଇଁ ଆରମ୍ଭ ଭଲ ହୋଇନାହିଁ । ପ୍ରଥମ ମ୍ୟାଚ୍‌ରେ ଆମେରିକା ଠାରୁ ବଡ ପରାଜୟ ଭୋଗିଛି । ଏହି ମ୍ୟାଚ୍‌ରେ ଭାରତ କୌଣସି ଗୋଲ୍‌ କରିପାରିନଥିଲା ଓ ୦-୮ର ବଡ ବ୍ୟବଧାନରେ ପରାସ୍ତ ହୋଇଥିଲା । ତେବେ ଶୁକ୍ରବାର(ଅକ୍ଟୋବର ୧୪) ଭାରତ ମରକ୍କୋ ବିପକ୍ଷରେ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ମ୍ୟାଚ୍‌ ଖେଳିବ ।

ଗୋଲାଟୋଲିର ଆଜି ଗୋଲ୍‌ ସ୍କୋର କରିବ, ଯେତେବେଳେ ମାଟିର ଝିଅ ଦ୍ବିତୀୟ ମ୍ୟାଚ୍‌ରେ ଭାରତରେ ନେତୃତ୍ବ ନେବେ । ଗୋଲାଟୋଲି କିଛି ମାସ ତଳେ ଚର୍ଚ୍ଚାର ବିଷୟ ପାଲଟିଥିଲା, ଯେବେ ଭାରତୀୟ ସିନିୟର ଟିମରେ ଆସ୍ତମଙ୍କ ଚୟନ ହୋଇଥିଲା । ଏହି ଚର୍ଚ୍ଚା ଆହୁରି ବଢିଥିଲା ଯେବେ ସେ ଗତ ସପ୍ତାହରେ ୧୭ବର୍ଷରୁ କମ ଭାରତୀୟ ଟିମର କ୍ୟାପଟେନ ନିଯୁକ୍ତ ହୋଇଥିଲେ ।

ଆସ୍ତମ ଏବେ କ୍ୟାରିୟରର ପ୍ରଥମ ପାହାଚରେ ରହିଛନ୍ତି । ତେବେ ତାଙ୍କର ଚମତ୍କାର ପ୍ରତିଭା ବିକାଶ ଠାରୁ ବହୁ ଦୂରରେ ଥିବା ତାଙ୍କ ଜନ୍ମମାଟି ପାଇଁ ବରଦାନ ସାବ୍ୟସ୍ତ ହୋଇଛି । ଗୁମଲା ଜିଲ୍ଲା ପ୍ରଶାସନ ୨କୋଟି ଟଙ୍କାର ଏକ ଫୁଟବଲ ଷ୍ଟାଡିୟମ ଆସ୍ତମଙ୍କ ନାଁରେ ନାମିତ କରିଛନ୍ତି ଓ ଗାଁକୁ ସବୁଦିନିଆ ପକ୍କା ରାସ୍ତା କରିଛନ୍ତି । ଅନ୍ୟଅର୍ଥରେ କହିବାକୁ ଗଲେ, ଆସ୍ତମ ଏବେ ତାଙ୍କ ଗାଁ ପାଇଁ ବିକାଶର ପଦଚିହ୍ନ ପାଲଟିଛନ୍ତି ।

ଗୁମଲା ଡେପୁଟି କମିଶନର ସୁଶାନ୍ତ ଗୌରବ କହିଛନ୍ତି, "ଏହା ସେହି ଝିଅମାନଙ୍କୁ ଓ ସେମାନଙ୍କର ପରିବାର ଲୋକଙ୍କୁ ପ୍ରେରିତ କରିବ ଯେ ବଡ ସ୍ବପ୍ନ ଦେଖିବା ଭୁଲ୍‌ ନୁହେଁ । ଆସ୍ତମଙ୍କ ନାଁରେ ଷ୍ଟାଡିୟମ ଅନ୍ୟ ଝିଅଙ୍କ ପାଇଁ ପ୍ରେରଣାର ଉତ୍ସ ହେବ ଓ ଖେଳପ୍ରତି ଆକୃଷ୍ଟ କରିବ ।" କିଛିମାସ ତଳେ ମଧ୍ୟ ରାଜ୍ୟ ଅଧିକାରୀ ଆସ୍ତମ ସିନିୟର ଟିମରେ ଚୟନ ହେବାପରେ ତାଙ୍କର ଗାଁକୁ ଗସ୍ତ କରିଥିଲେ ଓ ତାଙ୍କର ବାପା ହିରାଲାଲ ଓରାଅନ ଓ ମାଆ ତାରା ଦେବୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ବାପ ମାଆ ଦିନ ମଜୁରିଆ:

ଆସ୍ତମଙ୍କ ମାଆ

ଆସ୍ତମଙ୍କ ବାପା ମାଆ ଉଭୟ ଦିନ ମଜୁରିଆ । ପାଖ ପଡୋଶୀରେ କିଛି କାମ ହେଲେ କାମ କରି କିଛି ପଇସା ରୋଜଗାର କରନ୍ତି ଓ ସେଥିରେ ପରିବାର ଚଳେ । ତେବେ ସାତ ମଣିଷଙ୍କ ଅଭାବୀ ପରିବାର କେବେ ହାର୍‌ ମାନିଯାଇନି । ପ୍ରତିମୂହୂର୍ତ୍ତରେ ଗରିବି ସହ ସଂଘର୍ଷ କରିଛି ।

ଆସ୍ତମଙ୍କ ଫୁଟବଲ ଯାତ୍ରା

ଏକ ଗରିବ ପରିବାରରୁ ଆସିଥିବା ଆସ୍ତମଙ୍କ ପାଇଁ ସଫଳତା, ପ୍ରତିଷ୍ଠା ଓ ସମ୍ମାନର ଯାତ୍ରା ସହଜ ନଥିଲା । ଭାଇଭଉଣୀ ମିଶି ୫ଜଣ, ୪ ଭଉଣୀ ଓ ଗୋଟିଏ ଭାଇ ମଧ୍ୟରେ ସେ ତୃତୀୟ । ତାଙ୍କର ପରିବାର ବହୁତ ପାଖରୁ ଦେଖିଛି ପେଟ ପାଇଁ ସଂଘର୍ଷ ଓ ଭୋକର ଭୁଗୋଳ । ତେବେ ପିଲାଟିବେଳୁ ଫୁଟବଲ ପ୍ରତି ତାଙ୍କର ଆଗ୍ରହ ତାଙ୍କୁ ଫୁଟବଲ ପଡିଆରେ ପହଞ୍ଚାଇ ଦେଇଥିଲା । ବର୍ଷ ୨୦୧୬ରେ ସେ ସ୍ଥାନୀୟ ହଜାରିବାଗର ଏକ ରାଜ୍ୟସ୍ତରୀୟ ଘରୋଇ ଫୁଟବଲ ସେଣ୍ଟରରେ ଟ୍ରେନିଂ କରିବାକୁ ଚୟନ ହେଲେ । ଏହିଠାରୁ ବଦଳିଯାଏ ଆସ୍ତମଙ୍କ ଜୀବନର ମୋଡ । ହଜାରିବାଦ ଫୁଟବଲ ସେଣ୍ଟରର କୋଚ୍‌ ସୋନି କୁମାରୀ କୁହନ୍ତି, "ଏକ ଗାଁଉଲି ଝିଅ ପାଇଁ ବିନା କୌଣସି ଆବଶ୍ୟକୀୟ ସରଞ୍ଜାମରେ ଭାରତୀୟ ଟିମର କ୍ୟାପଟେନ୍‌ ହେବାର ଯାତ୍ରା କେତେ ସଂଘର୍ଷମୟ ତାହାର ନାଁ ହେଉଛି ଆସ୍ତମ ।"

କୋଚ୍‌ ସୋନି କୁହନ୍ତି, "ଗତ କିଛି ବର୍ଷ ମଧ୍ୟରେ ହଂକଂରେ ସାଉଥ ଏସିଆନ ଫୁଟବଲ ଫେଡେରେସନ ଗେମ୍ସ, ବାଂଲାଦେଶ ଓ ଜାମସେଦପୁରରେ ଖେଳିବାବେଳେ ଆସ୍ତମଙ୍କ ଖେଳରେ ଅନେକ ସୁଧାର ଆସି ସାରିଛି । ନିକଟରେ ସେ ବିଶ୍ବକପ ପ୍ରସ୍ତୁତି ପାଇଁ ସ୍ପେନ ମଧ୍ୟ ଯାଇଥିଲେ ।"

ଝିଅ ଭାରତର ଅଧିନାୟିକା, ଘରେ ଟିଭି ନଥିଲା

ପରିବାର ପ୍ରତିପୋଷଣ ଯେଉଁଠି କାଠିକାର ପାଠ, ସେଠି ମନୋରଞ୍ଜନ କଥା କିଏ ବା ପଚାରେ । ଆସ୍ତମଙ୍କ ପରିବାର ପାଇଁ ସାମାନ୍ୟ ଟିଭିଟିଏ ବି ଥିଲା ସ୍ବପ୍ନ ଓ ବଜେଟ୍‌ ବାହାରେ । କିନ୍ତୁ ଫୁଟବଲ ବିଶ୍ବକପରେ ଝିଅ ଭାରତର ଅଧିନାୟକ ହେବାପରେ ଜିଲ୍ଲା ପ୍ରଶାସନ ଘରେ ନେଇ ଏକ ଟିଭି ଉପହାରରେ ଦେଇଛି । ପରିବାର ଲୋକେ ଏକାଠି ଖୁସିରେ ଝିଅର ମ୍ୟାଚ୍‌ ଦେଖିଛନ୍ତି ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଆସ୍ତମଙ୍କ ପରିବାରକୁ ଟିଭି ଭେଟି ଦେବା ସମୟରେ

ତେବେ ଆସ୍ତମଙ୍କ ପାଇଁ ଅସଲ ପରୀକ୍ଷା ଆଜି କଳିଙ୍ଗ ଷ୍ଟାଡିୟମରେ ଅପେକ୍ଷା କରିଛି । ଶକ୍ତିଶାଳୀ ମରକ୍କୋକୁ ଦ୍ବିତୀୟ ମ୍ୟାଚ୍‌ରେ ଭେଟିବ ଟିମ ଇଣ୍ଡିଆ । ପ୍ରଥମ ମ୍ୟାଚ୍‌ରେ ପରାଜୟ ପରେ ନିଜ ଗ୍ରୁପ୍‌ରେ ପଏଣ୍ଟ ଟେବୁଲର ଶେଷରେ ଥିବା ଭାରତ ପାଇଁ ଏହି ମ୍ୟାଚ୍‌ ଶେଷ ସୁଯୋଗ ରହିଛି । ଟୁର୍ଣ୍ଣାମେଣ୍ଟର ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହେବାକୁ ବିଜୟ ଏକମାତ୍ର ବିକଳ୍ପ ରହିଛି । କାରଣ ଗ୍ରୁପରେ ଥିବା ଅନ୍ୟ ତିନିଦଳ ପଏଣ୍ଟ ତାଲିକାରେ ଭାରତ ଠାରୁ ଆଗରେ ରହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.