ନୂଆଦିଲ୍ଲୀ: ଅଲମ୍ପିକ ଆଶାବାଦୀ ଥିବା ଦୁଇ ଆଥଲେଟ ଡୋପ୍ ଟେଷ୍ଟରେ ବିଫଳ । ଗତ ମାସରେ ପଟିଆଲାରେ ହୋଇଥିବା ଇଣ୍ଡିଆନ ଗ୍ରାଣ୍ଡ ପ୍ରିକ୍ସରେ ଡୋପ୍ ଟେଷ୍ଟ ଆୟୋଜିତ ହୋଇଥିଲା ।
ଜାତୀୟ ଆଣ୍ଟି ଡୋପିଂ ଏଜେନ୍ସିର ନିର୍ଦ୍ଦେଶକ ନବୀନ ଅଗ୍ରୱାଲ ଶନିବାର ନେଇ ଖୁଲାସା କରିଛନ୍ତି ।
4X400ମିଟର ରିଲେ ଦୌଡ ଇଭେଣ୍ଟରେ ଏକାଧିକ ସ୍ବର୍ଣ୍ଣ ପଦକ ଜିତିଥିବା ମହିଳା ଖେଳାଳି ଟୋକିଓ ଅଲମ୍ପିକ୍ସରେ ଅଂଶଗ୍ରହଣ କରବାକୁ ପ୍ରବଳ ଦାବିଦାର ଥିଲେ । ତେବେ ନାଡା କିମ୍ବା ଭାରତୀୟ ଆଥଲେଟିକ୍ସ ମହାସଂଘ ପକ୍ଷରୁ ଖେଳାଳିଙ୍କ ନାମ ସ୍ପଷ୍ଟ କରାଯାଇନାହିଁ ।
ଅଗ୍ରୱାଲ ନାମ ଖୁଲାସା କରିପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ମାତ୍ର ପଟିଆଲାରେ ହୋଇଥିବା ଗ୍ରାଣ୍ଡ ପ୍ରିକ୍ସ ସମୟରେ ନମୁନା ସଂଗ୍ରହ କରିଯାଇଥିଲା ଓ ଏକାଧିକ ଖେଳାଳିଙ୍କ ରିପୋର୍ଟ ପଜିଟିଭ ରହିଥିବା କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ