ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ଓ ରାଉରକେଲାର ଜାରି ରହିଛି FIH ପୁରୁଷ ହକି ବିଶ୍ବକପ । ପଞ୍ଚମ ଦିନରେ ପହଞ୍ଚିଛି ବିଶ୍ବକପ ଲଢେଇ । ଆଜି ମୋଟ 2ଟି ମ୍ୟାଚ ଖେଳାଯିବ । ଗ୍ରୁପ ବିର 4 ଦଳଙ୍କ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ । କୋରିଆ ବନାମ ଜାପାନ ଓ ଜର୍ମାନୀ ବନାମ ବେଲଜିୟମ ମଧ୍ୟରେ ମୁକାବିଲା ହେବ । ଏ ଦୁଇଟି ଯାକ ମୁକାବିଲା ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ଷ୍ଟାର୍ ସ୍ପୋର୍ଟ୍ସ ନେଟୱାର୍କ, ଡିଜନୀ ହଟଷ୍ଟାର ଓ ୱାଚ ହକି.କମରେ ମ୍ୟାଚ ଦେଖିପାରିବେ ହକିପ୍ରେମୀ । ନଜର ପକାନ୍ତୁ ଆଜିର ମ୍ୟାଚ ଉପରେ ।
-
Check out the standings in Pool D of the FIH Odisha Hockey Men's World Cup 2023 at the end of the 2nd round of matches. Tell us your predictions for the final standings for all teams in Pool D, in the comments! #HWC2023 #HockeyEquals #HockeyInvites pic.twitter.com/kwkn5SBhy8
— International Hockey Federation (@FIH_Hockey) January 17, 2023 " class="align-text-top noRightClick twitterSection" data="
">Check out the standings in Pool D of the FIH Odisha Hockey Men's World Cup 2023 at the end of the 2nd round of matches. Tell us your predictions for the final standings for all teams in Pool D, in the comments! #HWC2023 #HockeyEquals #HockeyInvites pic.twitter.com/kwkn5SBhy8
— International Hockey Federation (@FIH_Hockey) January 17, 2023Check out the standings in Pool D of the FIH Odisha Hockey Men's World Cup 2023 at the end of the 2nd round of matches. Tell us your predictions for the final standings for all teams in Pool D, in the comments! #HWC2023 #HockeyEquals #HockeyInvites pic.twitter.com/kwkn5SBhy8
— International Hockey Federation (@FIH_Hockey) January 17, 2023
ବିଶ୍ବକପର ଦ୍ବିତୀୟ ଦିନରେ କୋରିଆ ଓ ବେଲିଜିୟମ ମଧ୍ୟରେ ମୁକାବିଲା ହୋଇଥିଲା । କୋରିଆକୁ ପରାସ୍ତ କରିଥିଲା ବେଲଜିୟମ । ବେଲିଜିୟମ ଗୋଟିଏ ମ୍ୟାଚ ଖେଳି ଜିତିଥିବାବେଳେ କୋରିଆ ବିଜୟ ସ୍ବାଦ ଚାଖିନାହିଁ । ଆଜି ଜାପାନ ସହ କୋରିଆର ମୁକାବିଲା ହେବ । ଜାପାନକୁ ହରାଇ ବିଜୟ ଖାତା ଖୋଲିବା ଲକ୍ଷ୍ୟରେ ରହିଛି କୋରିଆ । ଜାପାନ ମଧ୍ୟ ପ୍ରଥମ ବିଜୟ ଲକ୍ଷ୍ୟରେ ରହିଛି । ପ୍ରଥମ ମୁକାବିଲାରେ ଜର୍ମାନୀଠୁ ପରାସ୍ତ ହୋଇଥିଲା ଜାପାନ ।
-
✌🏻fantastic fixtures on Tuesday. Which one are you looking forward to?#IndiaKaGame #HockeyIndia #HWC2023 #StarsBecomeLegends @CMO_Odisha @sports_odisha @IndiaSports @Media_SAI @DHB_hockey @hockeybe pic.twitter.com/eGnarbxyci
— Hockey India (@TheHockeyIndia) January 17, 2023 " class="align-text-top noRightClick twitterSection" data="
">✌🏻fantastic fixtures on Tuesday. Which one are you looking forward to?#IndiaKaGame #HockeyIndia #HWC2023 #StarsBecomeLegends @CMO_Odisha @sports_odisha @IndiaSports @Media_SAI @DHB_hockey @hockeybe pic.twitter.com/eGnarbxyci
— Hockey India (@TheHockeyIndia) January 17, 2023✌🏻fantastic fixtures on Tuesday. Which one are you looking forward to?#IndiaKaGame #HockeyIndia #HWC2023 #StarsBecomeLegends @CMO_Odisha @sports_odisha @IndiaSports @Media_SAI @DHB_hockey @hockeybe pic.twitter.com/eGnarbxyci
— Hockey India (@TheHockeyIndia) January 17, 2023
ସେହିପରି ଅନ୍ୟ ଏକ ମ୍ୟାଚରେ ବେଲିଜିୟମ ଓ ଜର୍ମାନୀ ମଧ୍ୟରେ ମୁକାବିଲା ହେବ । ଜର୍ମାନୀ ତାର ପ୍ରଥମ ମୁକାବିଲାରେ ଜାପାନକୁ 3-0 ଗୋଲରେ ପରାସ୍ତ କରିଥିଲା । ଜର୍ମାନୀ ଓ ବେଲଜିୟମ ଗୋଟିଏ ଲେଖାଏଁ ବିଜୟ ହାସଲ କରିଛନ୍ତି । ଆଜି ଉଭୟ ଦଳ ବିଜୟଧାରା ବଜାୟ ଲକ୍ଷ୍ୟରେ ରହିଛନ୍ତି । କୋରିଆ ଓ ଜାପାନ ମଧ୍ୟରେ ଅପରାହ୍ନ 5ଟାରେ ମ୍ୟାଚ୍ ଖେଳାଯିବ । ସେହିପରି ଜର୍ମାନୀ ଓ ବେଲଜିୟମ ମଧ୍ୟରେ ରାତି 7ଟାରେ ମ୍ୟାଚ ଅନୁଷ୍ଠିତ ହେବ ।
ପ୍ରକାଶ ଥାଉ କି, ଜାନୁଆରୀ 13 ତାରିଖରୁ ପୁରୁଷ ହକି ବିଶ୍ବକପ ଆରମ୍ଭ ହୋଇଛି । ଏଯାଏଁ ମୋଟ 28ଟି ମ୍ୟାଚ ଖେଳାଯାଇଛି । ଗତକାଲି(ସୋମବାର) ଚତୁର୍ଥ ଦିନରେ 4ଟି ମ୍ୟାଚ ଖେଳାଯାଇଥିଲା । ନ୍ୟୁଜିଲାଣ୍ଡକୁ ହରାଇ ନେଦରଲାଣ୍ଡସ କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିଛି । ନ୍ୟୁଜିଲାଣ୍ଡରୁ 4-0 ଗୋଲରେ ପରାସ୍ତ କରି କ୍ବାର୍ଟର ଫାଇନାଲରେ ଏକପ୍ରକାର ସ୍ଥାନ ନିଶ୍ଚିତ କରିଛି । 2ଟି ବିଜୟ ସହ ନେଦରଲାଣ୍ଡସ 6 ପଏଣ୍ଟ ପାଇ ପୁଲ ସିରେ ଶୀର୍ଷ ସ୍ଥାନକୁ ଆହୁରି ସୁଦୃଢ କରିଛି । ସେହିପରି ଅନ୍ୟ ଏକ ମ୍ୟାଚରେ ଦକ୍ଷିଣ ଆଫ୍ରିକାରୁ ପରାସ୍ତ କରି ଫ୍ରାନ୍ସ ବିଜୟ ସ୍ବାଦ ଚାଖିଛି । ଦକ୍ଷିଣ ଆଫ୍ରିକାକୁ 2-1 ଗୋଲରେ ପରାସ୍ତ କରିଛି ଫ୍ରାନ୍ସ । ଆଉ ଏକ ମ୍ୟାଚରେ ମାଲେସିଆ 3-2 ଗୋଲରେ ଚିଲିକୁ ପରାସ୍ତ କରିଛି । ଅଷ୍ଟ୍ରେଲିଆ ଓ ଆର୍ଜେଣ୍ଟିନା ମଧ୍ୟରେ ଖେଳାଯାଥିବା ମ୍ୟାଚ 3-3 ଗୋଲରେ ଡ୍ର ହୋଇଛି ।