ETV Bharat / sports

କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କ ଟ୍ରେନିଂ ଅବଧି ବୃଦ୍ଧି, TOPSର ଅନୁମୋଦନ

ବଜରଙ୍ଗ ପୁନିଆ ଡିସେମ୍ବର 4ରୁ କୋଚ ଏମଜରିଓସ ବେନ୍ତିନିଦସ ଓ ଫିଜିଓ ଧନଞ୍ଜୟଙ୍କ ସହ ଆମେରିକା ଯାତ୍ରା କରିବା ସହ ଟ୍ରେନିଂ ନେଉଛନ୍ତି । ଅଧିକ ପଢନ୍ତୁ...

author img

By

Published : Jan 5, 2021, 4:40 PM IST

TOPS sanctions extension of Bajarang Punia's USA Camp by one month at cost of 11.65 lakhs
ଆମେରିକାରେ ବଜରଙ୍ଗ ପୁନିଆଙ୍କ ଟ୍ରେନିଂ ଅବଧି ବୃଦ୍ଧି, TOPSର ଅନୁମୋଦନ

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ଫ୍ରୀଷ୍ଟାଇଲ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କ ବଢିଲା ଅଭ୍ୟାସ ଅବଧି । 65 କିଲୋଗ୍ରାମ ବର୍ଗରେ ଭାରତୀୟ ଷ୍ଟାର କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ, ବର୍ତ୍ତମାନ ଆମେରିକାର ମିଚିଗାଁ ସ୍ଥିତ କ୍ଳିଫ୍‌ କିନ୍ କୁସ୍ତି କ୍ଳବର ଟ୍ରେନିଂ କ୍ୟାମ୍ପରେ ରହିଛନ୍ତି । ତେବେ ଏହି କ୍ୟାମ୍ପର ସମୟ ଅବଧି ଗୋଟିଏ ମାସ ବୃଦ୍ଧିହେବା ସହ ପ୍ରାୟ 11.65 ଲକ୍ଷ ଟଙ୍କା ଅନୁମୋଦନ ହୋଇଛି । ଗତ ସପ୍ତାହରେ ହୋଇଥିବା ମିଶନ ଅଲମ୍ପିକ ସେଲ(TOPS) ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ବଜରଙ୍ଗ ପୁନିଆ

ଟ୍ରେନିଂ କ୍ୟାମ୍ପରେ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ଥିବା ଯୋଗୁଁ ପୁନିଆ ଖୁସିବ୍ୟକ୍ତ କରିଛନ୍ତି । "ନିଜର ସ୍ତରକୁ ବୃଦ୍ଧିକରିବାକୁ ଆବଶ୍ୟକୀୟ ସମସ୍ତ ବିକଳ୍ପର ବ୍ୟବହାର ପାଇଁ ଅନୁମତି ଥିବାରୁ ସନ୍ତୁଷ୍ଟ । ଉପଯୋଗୀ ଜିମ ସହ ଅଭ୍ୟାସ ପାଇଁ ପାର୍ଟନର ମଧ୍ୟ ରହିଥିବା ପୁନିଆ କହିଛନ୍ତି । ।"

ଡିସେମ୍ବର 4ରୁ କୋଚ ଏମଜରିଓସ ବେନ୍ତିନିଦସ ଓ ଫିଜିଓ ଧନଞ୍ଜୟଙ୍କ ସହ ଆମେରିକା ଯାତ୍ରା କରିବା ସହ ଟ୍ରେନିଂ ନେଉଛନ୍ତି ପୁନିଆ। ତେବେ ବର୍ଦ୍ଧିତ ସତମୟ ଅବଧି ବର୍ତ୍ତମାନ ଫେବୃଆରୀ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ହୋଇଛି ।

ବିଶ୍ବ ଚମ୍ପିଆନସିପରେ ବ୍ରୋଞ୍ଜ ମେଡାଲ ଜିତିବାପରେ ସେପ୍ଟେମ୍ବର 2019ରେ ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ପୁନିଆ । ଫେବୃଆରୀ 2020ରେ ନୂଆଦିଲ୍ଲୀରେ ହୋଇଥିବା ଏସିଆନ ସିନିୟର ଚମ୍ପିଆନସିପ ତାଙ୍କର ଶେଷ ଅନ୍ତର୍ଜାତୀୟ ଇଭେଣ୍ଟ ଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.