ETV Bharat / sports

ଆସନ୍ତା ବର୍ଷ ନିଶ୍ଚୟ ହେବ ଅଲମ୍ପିକ: ନରିନ୍ଦର ବତ୍ରା - ନରିନ୍ଦର ବତ୍ରା

ଅଲମ୍ପିକ ହେବ ନାହିଁ ବୋଲି ହେଉଥିବା ଆଲୋଚନା ଉପରେ ବିଶ୍ବାସ କରନ୍ତୁ ନାହିଁ । ଟୋକିଓ ଅଲମ୍ପିକ୍ସ ନିଶ୍ଚିତ ଭାବେ ଆସନ୍ତା ବର୍ଷ ହେବ ବୋଲି କହିଛନ୍ତି ଆଇଓସି ସଦସ୍ୟ ତଥା ଆଇଓଏ ଅଧ୍ୟକ୍ଷ ନରିନ୍ଦର ବତ୍ରା । ଅଧିକ ପଢ଼ନ୍ତୁ...

Tokyo Olympics, Olympics will definitely be held next year, IOC member Narinder Batra, ଆସନ୍ତା ବର୍ଷ ନିଶ୍ଚୟ ହେବ ଅଲମ୍ପିକ, ନରିନ୍ଦର ବତ୍ରା, ଟୋକିଓ ଅଲମ୍ପିକ
ଆସନ୍ତା ବର୍ଷ ନିଶ୍ଚୟ ହେବ ଅଲମ୍ପିକ: ନରିନ୍ଦର ବତ୍ରା
author img

By

Published : May 3, 2020, 12:53 AM IST

ନୂଆଦିଲ୍ଲୀ: ଆଇଓସି ସଦସ୍ୟ ତଥା ଆଇଓଏ ମୁଖ୍ୟ ନରିନ୍ଦର ବତ୍ରା ଶନିବାର କହିଛନ୍ତି ଯେ, ‘2020ରୁ ଘୁଞ୍ଚାଯାଇଥିବା ଟୋକିଓ ଅଲମ୍ପିକ ନିଶ୍ଚିତ ଭାବେ ଆସନ୍ତା ବର୍ଷ ଅନୁଷ୍ଠିତ ହେବ । କୋଭିଡ-19 ଟୀକା ବାହାରିବା ପୂର୍ବରୁ ଏହି ମେଗା ଇଭେଣ୍ଟ ଆୟୋଜନକୁ ନେଇ ଚିନ୍ତାଥିବା ଲାଗିରହିଥିବା ବେଳେ ଏମିତି କହିଛନ୍ତି ବତ୍ରା ।

କିଛି ବଡ଼ ବଡ଼ ବୈଜ୍ଞାନିକ ଓ ଡାକ୍ତର ଟୀକା ବିନା ଟୋକିଓ ଅଲମ୍ପିକ୍ସ ଆରମ୍ଭ କରିବା ଉପରେ ଆଶଙ୍କା ପ୍ରକାଶ କରିଛନ୍ତି । ଏପରିକି ଜାପାନ ମେଡିକାଲ ଆସୋସିଏନର ସଭାପତି କହିଛନ୍ତି ଯେ କେବଳ ଜାପାନ ନୁହେଁ ସାରା ବିଶ୍ବରେ ଯଦି ଜୁଲାଇ 2021 ସୁଦ୍ଧା ଏହି ମହାମାରୀ ନିୟନ୍ତ୍ରିତ ହୁଏ ତେବେ ଯାଇ ଅଲମ୍ପିକ୍ସ ଆରମ୍ଭ ହୋଇ ପାରିବ ।

ତେବେ ଅନ୍ତର୍ଜାତୀୟ ଅଲମ୍ପିକ କମିଟିର ଟୋକିଓ ଅଲିମ୍ପିକ୍ସ ପାଇଁ ସମନ୍ବୟ କମିସନ ଅଷ୍ଟ୍ରଲିଆର ଜନ କୋଟ୍ସ କିନ୍ତୁ ଅଲମ୍ପିକ୍ସ ପାଇଁ ଟୀକର ଆବଶ୍ୟକତା ନେଇ ଦିଆଯାଉଥିବା ପରାମର୍ଶକୁ ଖଣ୍ଡନ କରିଛନ୍ତି ।

ଆଥଲେଟିକ ଫେଡେରେସନ ଅଫ ଇଣ୍ଡିଆର ଅନଲାଇନରେ ହୋଇଥିବା ସ୍ପେସିଆଲ ଜେନେରାଲ ବଡି ମିଟିଙ୍ଗରେ ଭାରତୀୟ ଅଲମ୍ପିକ ଆସୋସିଏସନ ମୁଖ୍ୟ ବତ୍ରା କହିଛନ୍ତି ଯେ, ‘‘ଅଲମ୍ପିକ ହେବ ନାହିଁ ବୋଲି ହେଉଥିବା ଆଲୋଚନା ଉପରେ ବିଶ୍ବାସ କରନ୍ତୁ ନାହିଁ । ଟୋକିଓ ଅଲମ୍ପିକ୍ସ ନିଶ୍ଚିତ ଭାବେ ଆସନ୍ତା ବର୍ଷ ହେବ ।’’

‘‘ମୁଁ ବିଶ୍ବସ୍ତ ସୁତ୍ର ଗୁଡିକ ସହିତ ଯୋଗାଯୋଗରେ ରହିଛି, କ୍ରୀଡା ଜଗତର ଗୁରୁତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ କରୁଛି । ତେଣୁ ଆସନ୍ତା ବର୍ଷ ଅଲିମ୍ପିକ୍ସ ନିଶ୍ଚିତ ରୂପେ ହେବାକୁ ଯାଉଛି ।’’

‘‘ମୁଁ ବିଶ୍ବାସ କରେ ଚଳିତ ବର୍ଷ ସେପ୍ଟେମ୍ବର କିମ୍ବା ଅକ୍ଟୋବର ସୁଦ୍ଧା କୋରୋନା ପାଇଁ କିଛି ଚିକିତ୍ସା ଆସିଯିବ । ଅଲିମ୍ପିକ୍ସ ଅନୁଷ୍ଠିତ ହେବ ବୋଲି ଆମକୁ (ଭାରତ) ଯୋଜନା କରିବାକୁ ପଡିବ,’’ ବୋଲି କହିଛନ୍ତି ବତ୍ରା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.