ETV Bharat / sports

ଟୋକିଓ ଅଲମ୍ପିକ୍ସ: ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତୁତି ସମୀକ୍ଷା ବୈଠକ, ଉନ୍ମୋଚନ ହେଲା ୟୁନିଫର୍ମ

ଅଲମ୍ପିକ୍ସକୁ ଆଉ 50 ଦିନ ବାକିଥିବାବେଳେ ଆଥଲେଟଙ୍କ ପ୍ରସ୍ତୁତି ନେଇ ସମୀକ୍ଷା ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

author img

By

Published : Jun 3, 2021, 5:11 PM IST

Tokyo Olympics: PM Modi held review meeting regarding preparation of athletes, says Rijiju
ଟୋକିଓ ଅଲମ୍ପିକ୍ସ: ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତୁତି ସମୀକ୍ଷା ବୈଠକ, ଉନ୍ମୋଚନ ହେଲା ୟୁନିଫର୍ମ

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ସକୁ ଆଉ 50 ଦିନ ବାକି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ ଟୋକିଓ ଅଲମ୍ପିକ୍ସ ପାଇଁ ଗୁରୁବାର ଆଥଲେଟଙ୍କ ପ୍ରସ୍ତୁତି ନେଇ ସମୀକ୍ଷା ବୈଠକ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି, କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ ।

ଏହି ମେଗା ଇଭେଣ୍ଟରେ ଅଂଶଗ୍ରହଣ କରିବା ସହ ଦେଶକୁ ପ୍ରତିନିଧିତ୍ବ କରିବାକୁ ଥିବା ଭାରତୀୟ ଆଥଲେଟଙ୍କ ମନୋବଳ ବଢାଇବାକୁ ଚିୟର କରିବାକୁ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ଅପିଲ କରିଥିବା ରିଜିଜୁ କହିଛନ୍ତି ।

ବିଶ୍ବ କ୍ରୀଡାର ମହାକୁମ୍ଭ ଅଲମ୍ପିକ୍ସକୁ ଆଉ 50 ଦିନ ଥିବାବେଳେ, ଭାରତର ଅଲମ୍ପିକ ୟୁନିଫର୍ମ ଉନ୍ମୋଚନ ହୋଇଛି । କେନ୍ଦ୍ର କ୍ରୀଡାମନ୍ତ୍ରୀ ଓ ଭାରତୀୟ ଅଲମ୍ପିକ ଆସୋସିଏସନ ସଭାପତି ନରିନ୍ଦର ବାତ୍ରା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏଥିସହ ଟୋକିଓ ଗେମ୍ସ ପୂର୍ବରୁ ଅଲମ୍ପିକ ଅଂଶଗ୍ରହଣକାରୀ ସମସ୍ତ ଭାରତୀୟ ଆଥଲେଟଙ୍କୁ କୋଭିଡ-19 ଟିକା ଦିଆଯିବ । ଏନେଇ ସ୍ପଷ୍ଟ କରିଛି ଭାରତୀୟ ଅଲମ୍ପିକ ଆସୋସିଏସନ ।

ବର୍ତ୍ତମାନ ସୁଦ୍ଧା କିଛି ଆଥଲେଟ ପ୍ରଥମ ଡୋଜ ନେଇଥିବାବେଳେ, କିଛି ଜଣ ଦ୍ବିତୀୟ ଡୋଜ୍‌ ମଧ୍ୟ ନେଇସାରିଥିବା କହିଛି IOA ।

19 ଜଣ ଅଲମ୍ପିକ ଅଂଶଗ୍ରହଣକାରୀ ଆଥଲେଟ କୋଭିଡ-19 ଟିକାର ଦ୍ବିତୀୟ ଡୋଜ ନେଇସାରିଥିବା ମେ 22ରେ ସୂଚନା ଦେଇଥିଲା IOA । 131 ଆଥଲେଟ ଓ 13 ପାରା-ଆଥଲେଟ ପ୍ରଥମ ଡୋଜ ନେଇଛନ୍ତି । 17ଜଣ ଆଥଲେଟ ଓ 2 ପାରା-ଆଥଲେଟ ମେ 20 ସୁଦ୍ଧା ଦ୍ବିତୀୟ ଡୋଜ ଟିକା ନେଇସାରିଛନ୍ତି । ସେହିପରି 23ଜଣ କୋଚିଂ ଷ୍ଟାଫ ଦ୍ବିତୀୟ ଡୋଜ କୋଭିଡ-19 ଟିକା ନେଇଥିବାବେଳେ, 87 ସଦସ୍ୟ ପ୍ରଥମ ଡୋଜ ନେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.