ETV Bharat / sports

BFI ବିରୋଧରେ ମାନସିକ ନିର୍ଯାତନା ଅଭିଯୋଗ ଆଣିଲେ ଅଲମ୍ପିକ୍ ପଦକ ବିଜେତା ଲଭଲିନା

author img

By

Published : Jul 25, 2022, 10:14 PM IST

Updated : Jul 25, 2022, 11:04 PM IST

ବକ୍ସିଂ ଫେଡେରସନ ଇଣ୍ଡିଆ (Boxing Federation of India) ନାମରେ ସାଂଘାତିକ ଅଭିଯୋଗ ଆଣିଲେ ଅଲମ୍ପିଆନ ଲଭଲିନା ବୋରଗୋହେନ । ଟ୍ରେନିଂ ପ୍ରସେସକୁ ପ୍ରତିଯୋଗିତାର ଆଠ ଦିନ ପୂର୍ବରୁ ବନ୍ଦ କରିଦିଆଯାଇଛି । ଅଧିକ ପଢନ୍ତୁ

ବିଏଫଆଇ ବିରୋଧରେ ମାନସିକ ନିର୍ଯାତନା ଅଭିଯୋଗ ଆଣିଲେ ଲଭଲିନା ବୋରଗୋହେନ

ହାଇଦ୍ରାବାଦ: ଅଲମ୍ପିକ ବ୍ରୋଞ୍ଜ ପଦକ ବିଜେତା ଲଭଲିନା ବୋରଗୋହେନ ବକ୍ସିଂ ଫେଡେରସନ ଇଣ୍ଡିଆ (Boxing Federation of India) ନାମରେ ଆଣିଲେ ସାଂଘାତିକ ଅଭିଯୋଗ । ବିଏଫଆଇ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ତାଙ୍କ ଟ୍ବିଟର ମାଧ୍ୟମରେ ସେ ଅଭିଯୋଗ କରିଛନ୍ତି । ଜୁଲାଇ 28 ତାରିଖରୁ ବର୍ମିଂହାମରେ ଆରମ୍ଭ ହେବାକୁ ଯାଉଥିବା କମନ ୱେଲଥ ଗେମ୍ସରେ (Commonwealth Games) ଭାରତ ତରଫରୁ ବକ୍ସିଂ ପ୍ରତିଯୋଗିତା ପାଇଁ ଲଭଲିନା ଅଭ୍ୟାସ ଜାରି ରଖିଛନ୍ତି । ହେଲେ ସେ ବିଏଫଆଇ ବିରୋଧରେ ଅଭିଯୋଗ ଆଣିଛନ୍ତି କି ତାଙ୍କୁ କମନ ୱେଲଥ ଗେମ୍ସ ପାଇଁ ସହଯୋଗ କରା ଯାଉନଥିବା ବେଳେ ତାଙ୍କ ସହିତ ପଲିଟିକ୍ସ (ରାଜନୀତି) ଚାଲିଛି ।

ସେ କହିଛନ୍ତି " ଆଜି ମୁଁ ବହୁତ ଦୁଃଖର ସହିତ କହୁଛି କି ମୋ ସହିତ ବହୁତ ନିର୍ଯାତନା ହେଉଛି । ମୋତେ ଏବଂ ମୋ ପ୍ରଶିକ୍ଷକଙ୍କୁ ଯିଏ ମୋତେ ଅଲମ୍ପିକରେ ପଦକ ହାସଲ କରିବାରେ ବହୁତ ସହଯୋଗ କରିଥିଲେ ତାଙ୍କୁ ରୋକା ଯାଇ ମୋର କମନ ୱେଲଥ ଗେମ୍ସ ପାଇଁ ଟ୍ରେନିଂ ଏବଂ ପ୍ରତିଯୋଗିତାରେ ଅସୁବିଧା ସୃଷ୍ଟି କରୁଛନ୍ତି । ସେଥିରୁ ଜଣେ ପ୍ରଶିକ୍ଷକ ସନ୍ଧ୍ୟା ଗୁରୁଙ୍ଗ ଯାହାଙ୍କୁ ଦ୍ରୋଣାଚାର୍ଯ୍ୟ ସମ୍ମାନରେ ସମ୍ମାନିତ କରାଯାଇଛି । ଟ୍ରେନିଂ କ୍ୟାମ୍ପରେ ହଜାରେ ଥର ଗୁହାରି କରିବା ପରେ ମୋର ଦୁଇ ଜଣ ପ୍ରଶିକ୍ଷକଙ୍କୁ ବହୁତ ଡେରିରେ ସାମିଲ କରାଯାଇଛି । ଏସବୁ କାରଣରୁ ମୋତେ ପ୍ରଶିକ୍ଷଣ ପାଇଁ ବହୁ ଅସୁବିଧାର ସାମ୍ନା କରିବାକୁ ପଡିବା ସହିତ ମାନସିକ ନିର୍ଯାତନା ମିଳୁଛି ।

ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଏବେ ମୋ ପ୍ରଶିକ୍ଷକ ସନ୍ଧ୍ୟା ଗୁରୁଙ୍ଗ କମନ ୱେଲଥ ଭିଲେଜ ବାହାରେ ଅଛନ୍ତି ତାଙ୍କୁ ଭିତରକୁ ପ୍ରବେଶ ମିଳୁନାହିଁ । ମୋର ଟ୍ରେନିଂ ପ୍ରସେସକୁ ପ୍ରତିଯୋଗିତାର ଆଠ ଦିନ ପୂର୍ବରୁ ବନ୍ଦ କରିଦିଆଯାଇଛି । ସେହିପରି ଅନ୍ୟ ପ୍ରଶିକ୍ଷକଙ୍କୁ ଭାରତ ପଠାଇ ଦିଆଯାଇଛି । ମୋର ଖେଳର ଏତେ ମାତ୍ରାରେ ଆଗ୍ରହ ପ୍ରକାଶ ପରେ ବି ଏମିତି ହୋଇଛି । ଯାହା ଫଳରେ ମୋ ମାନସିକ ସ୍ଥିତି ଏବେ ଠିକ ନାହିଁ । ମୁଁ ଜାଣି ପାରୁନାହଁ କି ମୁଁ ଖେଳରେ କିପରି ଧ୍ୟାନ କେନ୍ଦ୍ରିତ କରିବି ।

ତେବେ ଏହି ଘଟଣାରେ ଖେଳ ମନ୍ତ୍ରାଣାଳୟ ତଥା କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ଏବାବଦରେ ଭାରତୀୟ ଅଲମ୍ପିକ ସଂଘ ସହିତ ଆଲୋଚନା କରିଛି କି ଲଭଲିନା ବୋରଗୋହେନଙ୍କୁ ତାଙ୍କ ପ୍ରଶିକ୍ଷକ ସନ୍ଧ୍ୟା ଗୁରୁଙ୍ଗଙ୍କୁ ପ୍ରଶିକ୍ଷଣ ପାଇଁ ଅନୁମତି ଦିଆଯାଉ ବୋଲି ନିର୍ଦ୍ଦେଶ ଦେଇଛି । ଯାହା ଫଳରେ ଲଭଲିନା ବୋରଗୋହେନ ନିଜ ଆବଶ୍ୟକତା ଅନୁଯାୟୀ ପ୍ରଶିକ୍ଷଣ ନେଇ ପାରିବେ ।

Last Updated : Jul 25, 2022, 11:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.