ETV Bharat / sports

ଜୁଲାଇ 17ରେ ଭାରତୀୟ ଅଲମ୍ପିକ ଟିମର ଜାପାନ ଯାତ୍ରା - ଟୋକିଓ ଅଲମ୍ପିକ

ଜୁଲାଇ 17ରେ ଭାରତୀୟ ଅଲମ୍ପିକ ଟିମ ଟୋକିଓ ଅଭିମୁଖେ ଉଡାଣ ଭରିବ । ଅଧିକ ପଢନ୍ତୁ...

Tokyo Olympics: Indian contingent to depart for Japan on July 17
ଜୁଲାଇ 17ରେ ଭାରତୀୟ ଅଲମ୍ପିକ ଟିମର ଜାପାନ ଯାତ୍ରା
author img

By

Published : Jul 8, 2021, 8:52 PM IST

ନୂଆଦିଲ୍ଲୀ: ଜୁଲାଇ 17ରେ ଭାରତୀୟ ଅଲମ୍ପିକ ଟିମ ଟୋକିଓ ଅଭିମୁଖେ ଉଡାଣ ଭରିବ । ଏନେଇ ଆଜି(ଗୁରୁବାର) ସ୍ପଷ୍ଟ କରିଛି ଭାରତୀୟ ଅଲମ୍ପିକ ଆସୋସିଏସନ(IOA) । ଟୋକିଓରେ ଭାରତୀୟ ଅଲମ୍ପିକ ଟିମ ପହଞ୍ଚିବାନେଇ ସ୍ପଷ୍ଟୀକରଣ ରଖିବାକୁ ଟୋକିଓ ଅଲମ୍ପିକ ଆୟୋଜକ କମିଟି(TOCOG)କୁ ଅନୁରୋଧ କରିଛି IOA ।

ଜାପାନ ସରକାର ଭାରତୀୟ ଆଥଲେଟଙ୍କୁ ନେଇ ନୂଆ ନିୟମ ଲାଗୁ କରିଛନ୍ତି । ଟୋକିଓରେ ପହଞ୍ଚିବାର 3 ଦିନ ପର୍ଯ୍ୟନ୍ତ ଅନ୍ୟ କୌଣସି ଟିମର ସଦସ୍ୟ, ପ୍ରତିନିଧିଙ୍କ ସହ ପ୍ରତ୍ୟେକ୍ଷ ଭେଟିବାକୁ ଭାରତୀୟ ଆଥଲେଟଙ୍କୁ ବାରଣ କରାଯାଇଛି ।

ଜୁଲାଇ 17 2021ରେ ଭାରତୀୟ ଅଲମ୍ପିକ ଟିମ ଟୋକିଓ ଯାତ୍ରା କରିବ ଓ 18 ଜୁଲାଇରେ ପହଞ୍ଚିବ । ତେବେ ଏଯାବତ TOCOG ପକ୍ଷରୁ ଆବଶ୍ୟକୀୟ ଅନୁମୋଦନ ମିଳିନଥିବା IOA ସ୍ପଷ୍ଟ କରିଛି ।

ଜୁଲାଇ 23ରୁ ଅଗଷ୍ଟ 8 ପର୍ଯ୍ୟନ୍ତ ବିଶ୍ବ କ୍ରୀଡାର ମହାକୁମ୍ଭ ଅଲମ୍ପିକ୍ସ ଖେଳ ଅନୁଷ୍ଠିତ ହେବ । ଗତବର୍ଷ ଏହି ମେଗା ଇଭେଣ୍ଟ ହେବାନେଇ ସୂଚୀ ରହିଥିଲା ମାତ୍ର COVID-19 ମହାମାରୀ ଯୋଗୁଁ ସ୍ଥଗିତ ରହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.