ETV Bharat / sports

Tokyo Olympics, Day 8: ସୁଟର ମନୁ ଭାକର, ରାହି ସର୍ନୋବାତ ନିରାଶ

author img

By

Published : Jul 30, 2021, 10:37 AM IST

ମହିଳା ୨୫ ମିଟର ପିସ୍ତଲ ଇଭେଣ୍ଟର ଉଭୟ ପ୍ରେସିସନ ଓ ରାପିଡ୍‌ରେ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛନ୍ତି ମନୁ ଭାକରଓ ରାହି ସର୍ନୋବାତ । ଅଧିକ ପଢନ୍ତୁ...

Tokyo Olympics, Day 8: Shooters Manu Bhaker, Rahi Sarnobat fail to reach finals of Women's 25m Pistol
Tokyo Olympics, Day 8: ସୁଟର ମନୁ ଭାକର, ରାହି ସର୍ନୋବାତ ନିରାଶ

ଟୋକିଓ: ବିଶ୍ବରେ ଶକ୍ତିଶାଳୀ ପରିଗଣିତ ହେଉଥିବା ଭାରତୀୟ ସୁଟିଂ ଟିମ ଚଳିତ ଟୋକିଓ ଅଲମ୍ପିକ୍‌ରେ ନିରାଶ କରିଛନ୍ତି । ଶୁକ୍ରବାର ଟୋକିଓ ଅଲମ୍ପିକ୍‌ର ମହିଳା ୨୫ ମିଟର ପିସ୍ତଲ ଇଭେଣ୍ଟରେ ଫାଇନାଲ ଟିକେଟ ହାତେଇବାରୁ ବଞ୍ଚିତ ହୋଇଛନ୍ତି ସୁଟର ସନୁ ଭାକର ଓ ରାହି ସର୍ନୋବାତ । ଏହାର ଅର୍ଥ ଲଗାତାର ଅଲମ୍ପିକର ଦ୍ବିତୀୟ ସଂସ୍କରଣରେ ଖାଲି ହାତରେ ଘରକୁ ଫେରିବେ ଭାରତୀୟ ପିସ୍ତଲ ସୁଟର ।

ଶୀର୍ଷ ୮ଜଣ ସୁଟର ଫାଇନାଲକୁ ଉନ୍ନୀତ ହେବାକୁ ଥିବାବେଳେ ଉଭୟ ମନୁ ଓ ରାହି ଅଷ୍ଟମ ସ୍ଥାନ ବାହାରେ ରହିଛନ୍ତି । ଭାକର ରାପିଡ ଫାୟର ପର୍ଯ୍ୟାୟରେ ୨୯୦ ପଏଣ୍ଟ ଓ ପ୍ରେସିସନରେ ମଧ୍ୟ ୨୯୦ ପଏଣ୍ଟ ହାସଲ ସହ ଯୋଗ୍ୟତା ଅର୍ଜନ ପାଇଁ ମୋଟ ୫୮୨ ରହିଥିଲା । ସେହିପରି ଅଧିକ ଅଭିଜ୍ଞ ରାହି ୫୭୩(287+286) ପଏଣ୍ଟ ହାସଲ କରିପାରିଥିଲେ ।

ପ୍ରଥମ ପର୍ଯ୍ୟାୟରେ ଭର ପ୍ରଦର୍ଶନ ସହ ୧୯ ବର୍ଷୀୟା ମନୁ ପଞ୍ଚମ ସ୍ଥାନରେ ରହିଥିଲେ । ଭଲ ଆରମ୍ଭ ସତ୍ତ୍ବେ ସ୍ଥିର ପ୍ରଦର୍ଶନର କମି ଯୋଗୁଁ ମାନ୍ୟତା ସ୍ଥାନ ତଳକୁ ଖସିଥିଲା ।

ଶୁକ୍ରବାର ଶେଷ ଇଭେଣ୍ଟରେ ପଞ୍ଚମ ସ୍ଥାନରୁ ଖସି ସେ ଶୀର୍ଷ ୮ ସ୍ଥାନ ମଧ୍ୟରେ ରହିପାରିନଥିଲେ । ସମସ୍ତ ପ୍ରୟାସ କରିଥିଲେ ମଧ୍ୟ ପୁନଃ ପ୍ରବେଶ କରିପାରିନଥିଲେ । ଶୀର୍ଷ ୮ଜଣ ସୁଟର ଯୋଗ୍ୟତା ହାସଲ କରି ଫାଇନାଲରେ ପ୍ରବେଶ କରିଛନ୍ତି । ସର୍ନୋବାତ ୨୫ତମ ସ୍ଥାନରେ ରହିଥିଲେ ।

ମନୁ ଭାକର ଏକମାତ୍ର ଭାରତୀୟ ସୁଟର ଭାବେ ଟୋକିଓ ଅଲମ୍ପିକ୍‌ର ତିନୋଟି ଇଭେଣ୍ଟରେ ପ୍ରବେଶ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.