ETV Bharat / sports

Tokyo Olympics, Day 1: ତୀରନ୍ଦାଜ-ବ୍ୟକ୍ତିଗତ ରାକିଂ ରାଉଣ୍ଡ, ୩୧ତମ ସ୍ଥାନରେ ପ୍ରବୀଣ

author img

By

Published : Jul 23, 2021, 12:43 PM IST

ପ୍ରବୀଣ ଯାଦବ ମୋଟ ୭୨୦ ପଏଣ୍ଟରୁ ନିଜର ୭୨ଟି ପ୍ରୟାସରେ 22 10s A 5X's ଲକ୍ଷ୍ୟ ଭେଦ କରି ୬୫୬ ପଏଣ୍ଟ ହାସଲ କରିବାକୁ ସକ୍ଷମ ହୋଇଥିଲେ । ସେହିପରି ଅତନୁ ଓ ତରୁଣଦୀପ ଯଥାକ୍ରମେ ୬୫୩ ଓ ୬୫୨ ପଏଣ୍ଟ ହାସଲ କରିଛନ୍ତି । ଅଧିକ ପଢନ୍ତୁ...

Tokyo Olympics, Day 1: Pravin finishes 31st while Atanu takes 35th spot in individual archery ranking round
Tokyo Olympics, Day 1: ତୀରନ୍ଦାଜ-ବ୍ୟକ୍ତିଗତ ରାକିଂ ରାଉଣ୍ଡ, ୩୧ତମ ସ୍ଥାନରେ ପ୍ରବୀଣ

ଟୋକିଓ: ଭାରତୀୟ ରିକର୍ଭ ତୀରନ୍ଦାଜ ତାରକା ପ୍ରବୀଣ ଯାଦବ ପୁରୁଷ ବ୍ୟକ୍ତିଗତ ବର୍ଗର ତୀରନ୍ଦାଜ ରାକିଂ ରାଉଣ୍ଡରେ ୩୧ ତମ ସ୍ଥାନରେ ସନ୍ତୁଷ୍ଟ ହୋଇଛନ୍ତି । ଶୁକ୍ରବାର ୟୁମେନୋସିମା ରାକିଂ ଫିଲ୍ଡରେ ଖେଳାଯାଇଥିବା ଏହି ଇଭେଣ୍ଟରେ ଅତନୁ ଦାସ ୩୫ତମ ସ୍ଥାନରେ ଓ ତରୁଣଦୀପ ରୟ ୩୭ତମ ସ୍ଥାନରେ ରହିଛନ୍ତି ।

ପ୍ରବୀଣ ଯାଦବ ମୋଟ ୭୨୦ ପଏଣ୍ଟରୁ ନିଜର ୭୨ଟି ପ୍ରୟାସରେ 22 10s A 5X's ଲକ୍ଷ୍ୟ ଭେଦ କରି ୬୫୬ ପଏଣ୍ଟ ହାସଲ କରିବାକୁ ସକ୍ଷମ ହୋଇଥିଲେ । ସେହିପରି ଅତନୁ ଓ ତରୁଣ ଦୀପ ଯଥାକ୍ରମେ ୬୫୩ ଓ ୬୫୨ ପଏଣ୍ଟ ହାସଲ କରିଛନ୍ତି ।

ଟୋକିଓ ୨୦୨୦ ଅଲମ୍ପିକ୍‌ର ସର୍ବକନିଷ୍ଠ ତୀରନ୍ଦାଜ ୧୭ ବର୍ଷୀୟ କିମ ଜେ ଡିଓକ ଯୋଗ୍ୟତା ପର୍ଯ୍ୟାୟ ତାଲିକାର ଶୀର୍ଷରେ ରହିଥିଲେ । ଦକ୍ଷିଣ କୋରିଆର ଏହି ଯୁବ ତୀରନ୍ଦାଜ ୬୮୮ ପଏଣ୍ଟ ହାସଲ କରିଥିଲେ । ପୁରୁଷ ବ୍ୟକ୍ତିଗତ ତୀରନ୍ଦାଜରେ ବର୍ତ୍ତମାନ ବିଶ୍ବ ରେକର୍ଡଧାରୀ ରହିଥିବା USAର ବ୍ରାଡି ଏଲିସନ ୬୮୨ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.