ETV Bharat / sports

Tokyo Olympics, Day 1: ତୀରନ୍ଦାଜ-ରାକିଂ ରାଉଣ୍ଡ, ପ୍ରଥମାର୍ଦ୍ଧ ସୁଦ୍ଧା ୩୧ତମ ସ୍ଥାନରେ ଅତନୁ - ପ୍ରବୀଣ ଯାଦବ

ପୁରୁଷ ତୀରନ୍ଦାଜ ରାକିଂ ରାଉଣ୍ଡରେ ଭାରତୀୟ ପୁରୁଷ ତୀରନ୍ଦାଜ ଅତନୁ ଦାସ ୩୨୯ ପଏଣ୍ଟ ସହ ୩୧ତମ ସ୍ଥାନରେ ସନ୍ତୁଷ୍ଟ ହୋଇଛନ୍ତି । ଅଧିକ ପଢନ୍ତୁ...

Tokyo Olympics, Day 1: Atanu secures 31st place, Pravin at 30th after first half of Men's Rankings round
Tokyo Olympics, Day 1: ତୀରନ୍ଦାଜ-ରାକିଂ ରାଉଣ୍ଡ, ପ୍ରଥମାର୍ଦ୍ଧ ସୁଦ୍ଧା ୩୧ତମ ସ୍ଥାନରେ ଅତନୁ
author img

By

Published : Jul 23, 2021, 12:01 PM IST

Updated : Jul 23, 2021, 12:11 PM IST

ଟୋକିଓ: ମହିଳା ତୀରନ୍ଦାଜ ରାକିଂ ରାଉଣ୍ଡ ପରେ ଅଲମ୍ପିକ୍‌ର ପ୍ରଥମ ଦିନରେ ଭାରତର ଦ୍ବିତୀୟ ଇଭେଣ୍ଟ ଶେଷ ହୋଇଛି । ପୁରୁଷ ତୀରନ୍ଦାଜ ରାକିଂ ରାଉଣ୍ଡରେ ଭାରତୀୟ ପୁରୁଷ ତୀରନ୍ଦାଜ ଅତନୁ ଦାସ ୩୨୯ ପଏଣ୍ଟ ସହ ୩୧ତମ ସ୍ଥାନରେ ସନ୍ତୁଷ୍ଟ ହୋଇଛନ୍ତି । ସେହିପରି ପ୍ରବୀଣ ଯାଦବ ୩୨୯ ପଏଣ୍ଟ ସହ ୩୦ତମ ସ୍ଥାନ ଓ ତରୁଣଦୀପ ରୟ ୩୨୩ ପଏଣ୍ଟ ସହ ୪୫ ତମ ସ୍ଥାନରେ ରାଉଣ୍ଡ ଶେଷ କରିଛନ୍ତି ।

ପ୍ରଥମାର୍ଦ୍ଧରେ ୭୨ଟି ତୀରରୁ ୩୬ଟି ଶେଷ ହୋଇଛି ।

ପୂର୍ବରୁ ଦୀପିକା କୁମାରୀ, ୟୁମେନସିମା ରାକିଂ ଫିଲ୍ଡରେ ମହିଳା ବ୍ୟକ୍ତିଗତ ରାକିଂ ରାଉଣ୍ଡର ମୁଖ୍ୟ ଇଭେଣ୍ଟରେ ନବମ ସ୍ଥାନରେ ରହିଛନ୍ତି । ଫଳରେ ବିଶ୍ବ ନମ୍ବର ୧ ଦୀପିକାଙ୍ ପରବର୍ତ୍ତୀ ମୁକାବିଲା ଭୁଟାନର ବିଟି କର୍ମାଙ୍କ ସହ ହେବ, ଯିଏକି ମହିଳା ବ୍ୟକ୍ତିଗତ ରିକର୍ଭ ତୀରନ୍ଦାଜ ଇଭେଣ୍ଟର ପ୍ରଥମ ରାଉଣ୍ଡରେ, ରାକିଂ ରାଉଣ୍ଡର ୫୬ ସ୍ଥାନରେ ରହିଛନ୍ତି ।

କ୍ବାର୍ଟରଫାଇନାଲ ମୁକାବିଲାରେ ସାନଙ୍କ ସହ ଦୀପିକାଙ୍କ ମୁକାବିଲା ହେବାର ସମ୍ଭାବନା ରହିଛି । ବର୍ଷ ୨୦୧୯ରେ ଅଲମ୍ପିକ ଟେଷ୍ଟ ଇଭେଣ୍ଟରେ ଦୀପିକା ସିଧା ସେଟ୍‌ରେ ପରାସ୍ତ ହୋଇଥିଲେ ।

ନିଜ ପ୍ରଦର୍ଶନକୁ ନେଇ ଦୀପିକା କହିଛନ୍ତି, ମୁଁ ଭାବୁଛି ମୋର ପ୍ରଦର୍ଶନ ଭଲ ଥିଲା ଓ ଖରାପ ବି ଥିଲା..ଏହା ମଧ୍ୟମ ଧରଣର । କହିହେବ, ଏପରି କାହିଁକି ହେଲା ଜାଣିନି, ମାତ୍ର ନିଜ ସଟ୍‌ ଉପରେ ନିୟନ୍ତ୍ରଣ କରୁଛି, ଏଠାରେ ଶ୍ରେଷ୍ଠ ପ୍ରଦର୍ଶନ ଲକ୍ଷ୍ୟ ରହିଛି. ଆଗାମୀ ରାଉଣ୍ଡରେ ଏହା କରି ଦେଖାଇବି ।"

ଭାରତର ମେଡାଲ ଆଶା ପ୍ରଥମାର୍ଦ୍ଧରେ ଶେଷ ହୋଇଥିଲା, ଯେତେବେଳେ ଦୀପିକା ୩୩୪ ପଏଣ୍ଟ ସହ ଚତୁର୍ଥ ସ୍ଥାନ ହାସଲ କରିଥିଲେ । ଆରମ୍ଭ ଏତେଟା ଭଲ ହୋଇନଥିଲେ ମଧ୍ୟ ଦମଦାର କମବ୍ୟାକ କରିଥିଲେ ଦୀପିକା । ମାତ୍ର ପୁନର୍ବାର ଶେଷ ୬ଟି ସେଟ୍‌ରେ ପ୍ରଦର୍ଶନ ଠିକ୍‌ ହୋଇନଥିଲା ।

ତୀରନ୍ଦାଜ ପ୍ରତିଯୋଗିତା ରାକିଂ ରାଉଣ୍ଡରୁ ଆରମ୍ଭ ହୋଇଥିଲା, ଯେଉଁଥିରେ ସମସ୍ତ ୧୨୮ ତୀରନ୍ଦାଜ(୬୪ ପୁରୁଷ ଓ୬୪ ମହିଳା)ଙ୍କୁ ୭୦ ମିଟର ଦୂରତାରୁ ୧୨ଟି ଏଣ୍ଡସ(groupings)ରେ ୭୨ଟି ତୀର ମାରିବାକୁ ସର୍ତ୍ତ ରଖାଯାଇଥିଲା ।

ପ୍ରତ୍ୟେକ ତୀରନ୍ଦାଜ ପ୍ରତି ଏଣ୍ଡକୁ ୬ଟି ତୀର ମାରିବାକୁ ମାତ୍ର ୨ ମିନିଟ ସମୟ ମିଳିଥିଲା ।

ଅଲମ୍ପିକର ପ୍ରଥମ ଦିନରେ ଦୁଇଟି ଖେଳ ତୀରନ୍ଦାଜ ଓ ରୋଇଁ ଖେଳାଯିବାର ସୂଚୀ ରହିଛି । ଅପରାହ୍ନରେ ହେବାକୁ ଥିବା ଅଲମ୍ପିକ ଉଦ୍‌ଘାଟନୀ ସମାରୋହ ପୂର୍ବରୁ ସକାଳେ ଏହି ଦୁଇଟି ପ୍ରତିଯୋଗିତା ସୂଚୀ ଅନୁଯାୟୀ ଖେଳାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 23, 2021, 12:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.