ETV Bharat / sports

ହିନ୍ଦୁ-ମୁସଲିମ ନୁହେଁ, ମଣିଷ ହେବା: ଅଖତର - shoaib akhtar

ହିନ୍ଦୁ-ମୁସଲିମ ନୁହେଁ ମଣିଷ ହେବା । ଏଭଳି ମହାମାରୀ ସମୟରେ ନିଜେ ସୁରକ୍ଷିତ ରହିବା ସହ ଚାରିପଟେ ଥିବା ଲୋକଙ୍କୁ ସଚେତନ କରିବା ଆମର ଦାୟିତ୍ବ । ଅଧିକ ପଢନ୍ତୁ...

Time to be human not hindu-muslim
ହିନ୍ଦୁ-ମୁସଲିମ ନୁହେଁ ମଣିଷ ହେବା
author img

By

Published : Mar 23, 2020, 3:05 PM IST

ଇସାଲାମାବାଦ: ସାରା ବିଶ୍ବରେ ବ୍ୟାପୁଥିବା କୋଭିଡ-19କୁ ନେଇ ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅଖତର । ସେ କହିଛନ୍ତି ବର୍ତ୍ତମାନ ସମୟ ହିନ୍ଦୁ ମୁସଲିମର ନୁହେଁ ମଣିଷ ହେବାର । ଏଭଳି ମହାମାରୀ ସମୟରେ ନିଜେ ସୁରକ୍ଷିତ ରହିବା ସହ ଚାରିପଟେ ଥିବା ଲୋକଙ୍କୁ ସଚେତନ କରିବା ଆମର ଦାୟିତ୍ବ ।

ଏନେଇ ଅଖତର ନିଜ ୟୁଟ୍ୟୁବ ଚ୍ୟାନେଲରେ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି । ସେ କହିଛନ୍ତି ଯେ, ସାରା ବିଶ୍ବରେ ଥିବା ମୋର ସବୁ ଫ୍ୟାନଙ୍କୁ ଅନୁରୋଧ କରୁଛି ଯେ, କୋରୋନା ଭାଇରସ ଗ୍ଲୋବାଲ କ୍ରାଇସିସ । ଜାତିଧର୍ମ ଠାରୁ ଖୁବ ଊର୍ଦ୍ଧ୍ବରେ । ଏନେଇ ଅନେକ ଦେଶରେ ଲକଡାଉନ ଘୋଷଣା କରାଯାଇଛି । ଫଳରେ ଏହି ଭୂତାଣୁ ନବ୍ୟାପୁ । କିନ୍ତୁ ଯଦି ଆପଣ ଏହାକୁ ନମାନି ପରସ୍ପର ସହ ମିଳାମିଶା କରିବେ । ତେବେ ଏହି ଯୋଜନା କେବେ କାର୍ଯ୍ୟକାରୀ ହେବନାହିଁ ।

ଏହାସହ କୋରୋନାର ସୃଷ୍ଟିକେନ୍ଦ୍ର କୁହାଯାଉଥିବା ଚୀନକୁ ଭତ୍ସନା କରିଛନ୍ତି ଅଖତର । ବାଦୁଡି ଖାଇବା ଏବଂ ତାଙ୍କ ରକ୍ତ ଏବଂ ପରିଶ୍ରା ପିଇବା ଭଳି କାର୍ଯ୍ୟକରି ବିଶ୍ବକୁ ଶଙ୍କଟରେ ପକାଇଛି ଚୀନ । ଏପରି କରିବା ଦ୍ବାରା କେଉଁ ପ୍ରକାର ଲାଭ ମିଳିଥାଏ ମୁଁ ବୁଝିବାକୁ ସକ୍ଷମ ନୁହେଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.