ପ୍ୟାରିସ:ଅନ୍ତର୍ଜାତୀୟ ଅଲମ୍ପିକ କମିଟି (IOC) ଅଧ୍ୟକ୍ଷ ଥୋମାସ ବାକ ଟୋକିଓ ଅଲମ୍ପିକ ବାତିଲ ଖବରକୁ ଖଣ୍ଡନ କରିଛନ୍ତି । ଟୋକିଓ ଅଲମ୍ପିକ ଓ ପାରାଅଲମ୍ପିକ ଖେଳର ଆୟୋଜନ ନେଇ ଆଇଓସିର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ଥୋମାସ। ଏଥିସହ 2022 ବେଜିଂ ଶୀତକାଳୀନ ଖେଳର ମଧ୍ୟ ଜୋରଦାର ପ୍ରସ୍ତୁତି ଚାଲିଥିବା କହିଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ବାକ କହିଛନ୍ତି, 2020 ଅଲମ୍ପିକ ଓ ପାରାଅଲମ୍ପିକ ଖେଳର ସଫଳ ଓ ସୁରକ୍ଷିତ ଆୟୋଜନ ପାଇଁ ଆଇଓସି ପ୍ରତିବଦ୍ଧ ।
ଗତବର୍ଷ ଟୋକିଓ ଅଲମ୍ପିକ୍ସ ଆୟୋଜନ ହେବାର ଥିଲା । ମାତ୍ର କୋରୋନା ମହାମାରୀ କାରଣରୁ ବିଶ୍ବ କ୍ରୀଡାର ମହାକୁମ୍ଭର ଏହି ମେଗା ଇଭେଣ୍ଟକୁ ସ୍ଥଗିତ ରଖାଯାଇଥିଲା । ଏବେ ଏହି ସମ୍ମାନଜନକ ଇଭେଣ୍ଟ ଚଳିତ ବର୍ଷ ଜୁଲାଇ 23 ରୁ 24 ଅଗଷ୍ଟ ପର୍ଯ୍ୟନ୍ତ ଅନୁଷ୍ଠିତ ହେବା ନେଇ ସୂଚୀ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ