ନୂଆଦିଲ୍ଲୀ: ଭାରତର ଯୁବ ଖେଳାଳୀଙ୍କ ପାଇଁ ଖେଲୋ ଇଣ୍ଡିଆ ୟୁଥ ଗେମ୍ସର ଆରମ୍ଭ 2018 ମସିହାରେ ଆରମ୍ଭ ହୋଇଥିଲା । ତେବେ 3ୟ ସଂସ୍କରଣ 2020ରେ ଗୌହାଟୀ ସହରରେ ଅନୁଷ୍ଠିତ ହେବ । ଏନେଇ ସୂଚନା ଦେଇଛନ୍ତି କ୍ରୀଡାମନ୍ତ୍ରୀ କିରଣ ରିଜ୍ଜୁ ।
ଭାରତର କ୍ରୀଡାମନ୍ତ୍ରୀ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ଯେ, ଖେଲୋ ଇଣ୍ଡିଆ ୟୁଥ ଗେମ୍ସର 3ୟ ସଂସ୍କରଣର ଆସନ୍ତା ବର୍ଷ ଜାନୁଆରୀ 18ରୁ 30 ତାରିଖ ମଧ୍ୟରେ ଆସାମର ଗୌହାଟୀରେ ଆୟୋଜିତ ହେବ । ଏ ଘୋଷଣା କରି ମୋତେ ବହୁତ ଖୁସି ଅନୁଭବ ହେଉଥିବା କହିଛନ୍ତି ସେ ।
କ୍ରୀଡାମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଖେଳରେ 10ହଜାରରୁ ଊର୍ଦ୍ଧ୍ୱ ଖେଳାଳୀ ଓ ଅଧିକାରୀ ଅଂଶ ଗ୍ରହଣ କରିଛନ୍ତି । ଏହି ଖେଳର ଆୟୋଜନ ଆସାମ, ଭାରତୀୟ ଅଲମ୍ପିକ ସଂଘ ଓ ସ୍କୁଲ ଗେମ୍ସ ଫେଡରେସନ ଅଫ୍ ଇଣ୍ଡିଆର ମିଳିତ ସହଯୋଗରେ ଅନୁଷ୍ଠିତ ହେବ । ସୂଚନାଥାଉକି, 2018ରେ ଏହି ଖେଳର 1ମ ସଂସ୍କରଣ ନୂଆ ଦିଲ୍ଲୀରେ ଓ 2ୟ ସଂସ୍କରଣ 2019ରେ ପୁଣେ ଠାରେ ଆୟୋଜିତ ହୋଇଥିଲା ।