ETV Bharat / sports

ରାଜନୀତିରେ କ୍ରୀଡାବୀତ: ଜାଣନ୍ତୁ କିଏ ଜିତିଲା, କିଏ ହାରିଲା - elections

ନିର୍ବାଚନରେ ଏହି ମହାପର୍ବରେ ନେତା ରାଜନେତାଙ୍କ ସମେତ ବହୁ କ୍ରୀଡାବୀତ, ସେଲିବ୍ରେଟି ଓ ସାଧାରଣ ପାର୍ଥୀ ମଧ୍ୟ ନିଜର ଭାଗ୍ୟ ପରୀକ୍ଷା କରିଥିଲେ । ସେମାନଙ୍କ ମଧ୍ୟରୁ କିଛି ଫେଲ ହୋଇଥିବା ବେଳେ କିଛି ପାସ ହୋଇଛନ୍ତି । ତେବେ ଆସନ୍ତୁ ନଜର ପକାଇବା କିଛି କ୍ରୀଡାବିତ୍‌ ପରୀକ୍ଷା ଫଳ ଉପରେ । ଯେଉଁମାନେ ନିଜ ଭାଗ୍ୟ ପରୀକ୍ଷା କରିବା ପାଇଁ 2019 ନିର୍ବଚନୀ ମୈଦାନରେ ପାଦ ଦେଇଥିଲେ ।

ଡିଜାଇନ ଫଟୋ
author img

By

Published : May 24, 2019, 11:27 PM IST

Updated : May 25, 2019, 9:15 AM IST

ହାଇଦ୍ରାବାଦ: ଶେଷ ହୋଇଯାଇଛି ଗଣତନ୍ତ୍ରର ମହାପର୍ବ । ପୁଣି 5 ବର୍ଷ ପାଇଁ ଭାରତରେ ମେ 23 ହୋଇଛି ଐତିହାସିକ ଦିନ । ବିଜେପି ବହୁମତ ପାଇଛି । ଆଗକୁ ସରକାର ଗଢିବାକୁ ଯାଉଛି । ବ୍ରାଣ୍ଡ ମୋଦି ସାରା ଦେଶରେ ଛାଇଯାଇଛନ୍ତି ।

sports person
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ତେବେ ନିର୍ବାଚନରେ ଏହି ମହାପର୍ବରେ ନେତା ରାଜନେତାଙ୍କ ସମେତ ବହୁ କ୍ରୀଡାବିତ୍‌, ସେଲିବ୍ରେଟି ଓ ସାଧାରଣ ପାର୍ଥୀ ମଧ୍ୟ ନିଜର ଭାଗ୍ୟ ପରୀକ୍ଷା କରିଥିଲେ । ସେମାନଙ୍କ ମଧ୍ୟରୁ କିଛି ଫେଲ ହୋଇଥିବା ବେଳେ କିଛି ପାସ ହୋଇଛନ୍ତି । ତେବେ ଆସନ୍ତୁ ନଜର ପକାଇବା କିଛି କ୍ରୀଡାବିତ୍ତ ପରୀକ୍ଷା ଫଳ ଉପରେ । ଯେଉଁମାନେ ନିଜ ଭାଗ୍ୟ ପରୀକ୍ଷା କରିବା ପାଇଁ 2019 ନିର୍ବଚନୀ ମୈଦାନରେ ପାଦ ଦେଇଥିଲେ ।

ଗୌତମ ଗମ୍ଭୀର- (ପୂର୍ବଦିଲ୍ଲୀ)

କ୍ରିକେଟରୁ ଆଉଟ-ଅଫ ଫର୍ମରେ ଥିବା ଗମ୍ଭୀର କିନ୍ତୁ ନିର୍ବଚନୀ ମୈଦାନରେ ନିଜର ଦମ ଦେଇଛନ୍ତି । ଦିଲ୍ଲୀ ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ ହୋଇଥିବା ଏହି ଭାରତୀୟ ପୂର୍ବତନ କ୍ରିକେଟର ନିଜ ପ୍ରତିଦ୍ବନ୍ଦୀଙ୍କୁ ପଛରେ ପକାଇ ବାଜି ମାତ କରିଛନ୍ତି । ସେ ନିଜ ବିରୋଧୀ ତଥା କଂଗ୍ରେସ ପ୍ରାର୍ଥୀ ଅରବିନ୍ଦର ସିଂହ ଲଭଲୀ ଏବଂ ଆମ୍ ଆଦମୀ ପାର୍ଟି (ଆପ୍)ର ଆତିଶିଙ୍କୁ ଏକତରଫା ଭାବେ ପରାସ୍ତ କରିଛନ୍ତି । 1,53, 297 ଖଣ୍ଡ ଭୋଟ ବ୍ୟବଧାନରେ ଗମ୍ଭୀର ବିଜୟ ହାସଲ କରିଛନ୍ତି । ଗମ୍ଭୀରଙ୍କୁ ୫୫.୩୫% ଭୋଟ୍ ମିଳିଛି ।

sports person
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ବିଜେନ୍ଦର ସିଂହ-(ଦକ୍ଷିଣଦିଲ୍ଲୀ)

ଭାରତୀୟ ସୁଲତାନ ତଥା ରିଙ୍ଗ୍‌ ମାଷ୍ଟର ବକ୍ସର ବିଜେନ୍ଦର ସିଂ । କଂଗ୍ରେସ ପକ୍ଷରୁ ଦକ୍ଷିଣ ଦିଲ୍ଲୀରେ ଲଢ଼ିଥିଲେ ବିଜେନ୍ଦର । ମାତ୍ର ବକ୍ସିଂ ରିଙ୍ଗରେ ସଲିଡ୍‌ ପଞ୍ଚ ଦେଉଥିବା ଏହି ଭାରତୀୟ ବକ୍ସର କିନ୍ତୁ ରାଜନୀତି ପଶାପାଲିରେ ନିଜେ ମୁଥା ଖାଇଯାଇଛନ୍ତି । ବିଜେପି ପ୍ରାର୍ଥୀ ରମେଶ ବିଧୁରୀ ଏଠାରେ ବାଜିମାତ୍‌ କରିନେଇଛନ୍ତି । ବିଜେନ୍ଦରଙ୍କୁ ଲୋକ ପସନ୍ଦ କରିନହାନ୍ତି । ସେ 13.76 ପ୍ରତିଶତ ଭୋଟ ପାଇ 3ୟ ସ୍ଥାନରେ ରହିଛନ୍ତି ।

sports person
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

କୀର୍ତ୍ତି ଆଜାଦ-(ଧାନବାଦ)

୧୯୮୩ ବିଶ୍ୱକପ୍ ଚାମ୍ପିଅନ୍ ଭାରତୀୟ ଟିମର ସଦସ୍ୟ ଥିଲେ କୀର୍ତ୍ତି ଆଜାଦ୍‌ । ସେ କଂଗ୍ରେସ ପକ୍ଷରୁ ଝାଡଖଣ୍ଡର ଧାନବାଦରୁ ନିର୍ବଚନ ଲଢ଼ିଥିଲେ । ନିକଟରେ ବିଜେପି ଛାଡି ଥିବା ଏହି ପୋଖତ ରାଜନେତା ତଥା ପୂର୍ବତନ କ୍ରିକେଟର କିନ୍ତୁ ମୈଦାନରେ ଫ୍ଲପ ହୋଇଛନ୍ତି । ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ପଶୁପତି ନାଥ ସିଂହ ନିକଟରୁ ପ୍ରାୟ ୪ଲକ୍ଷରୁ ଅଧିକ ଭୋଟ୍ ବ୍ୟବଧାନରେ ପରାସ୍ତ ହୋଇଛନ୍ତି ।

sports person
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ରାଜ୍ୟବର୍ଦ୍ଧନ ସିଂହ ରାଠୋର- (ଜୟପୁର ଗ୍ରାମୀଣ)

କେନ୍ଦ୍ର କ୍ରୀଡାମନ୍ତ୍ରୀ ଚଳିତଥର ପୁଣି ବାଜିମାରି ନେଛନ୍ତି । ୨୦୦୪ ଏଥେନ୍ସ ଅଲିମ୍ପିକ୍ସ ପଦକ ବିଜେତା ସୁଟର୍ ହେଉଛନ୍ତି ରାଜ୍ୟବର୍ଦ୍ଧନ ସିଂହ ରାଠୋର । ବିଜେପି ପ୍ରାର୍ଥୀ ରାଠୋର ଜୟପୁରର ଗ୍ରାମୀଣ ସିଟରେ ନିର୍ବାଚନ ଲଢ଼ିଥିଲେ । ୨୦୧୪ ନିର୍ବାଚନ ପରେ ରାଠୋର ନିଜ ପ୍ରଦର୍ଶନ ଦ୍ୱାରା ଲୋକଙ୍କ ମଧ୍ୟରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛନ୍ତି। ରାଠୋର କଂଗ୍ରେସର କ୍ରିଷ୍ଣା ପୁନିଆଙ୍କୁ ପ୍ରାୟ ୪ଲକ୍ଷ ଭୋଟରେ ପରାସ୍ତ କରିଛନ୍ତି ।

sports person
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

କ୍ରିଷ୍ଣା ପୁନିଆ- (ଜୟପୁର ଗ୍ରାମୀଣ)

ଭାରତୀୟ ପୂର୍ବତନ ଆଥଲେଟ ତଥା ଶର୍ଟ ଫୁଟ ଖେଳାଳି କ୍ରିଷ୍ଣା ପୁନିଆ ରାଜନୀତିରେ ବିଫଳ ହୋଇଛନ୍ତି । ରାଜ୍ୟବର୍ଦ୍ଧନ ସିଂହ ରାଠୋର ବିପକ୍ଷରେ ସେ ଜୟପୁରର ଗ୍ରାମୀଣ ସିଟରେ ନିର୍ବାଚନ ଲଢ଼ିଥିଲେ । ମାତ୍ର ଅଲମ୍ପିକ୍‌ ବିଜେତା ରାଠୋରଙ୍କଠାରୁ ସେ ପରାସ୍ତ ହୋଇଛନ୍ତି । ସେ ମାତ୍ର ୩୩.୮% ଭୋଟ୍ ପାଇବାକୁ ସକ୍ଷମ ହୋଇଛନ୍ତି।

Intro:Body:

fghf

Conclusion:
Last Updated : May 25, 2019, 9:15 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.