ETV Bharat / sports

WWE କୁ ଅଲବିଦା କହିଲେ 'ଦ ଅଣ୍ଡରଟେକର' - The Undertaker's retirement

ଦ ଅଣ୍ଡରଟେକରଙ୍କୁ କିଏ ବା ନଜାଣେ । ପିଲାଦିନେ ସେ ହିଁ ଥିଲେ ସମସ୍ତଙ୍କ ସୁପରମ୍ୟାନ । ତାଙ୍କ ପୂର୍ବନାମ ମାର୍କ କାଲୱେ ଥିଲା । ଦୀର୍ଘ 30 ବର୍ଷର ରିଂ କ୍ୟାରିୟରରେ କମ୍ପାନୀ ପାଇଁ ସେ ଆଇକନ ଥିଲେ। ବିଶ୍ବବ୍ୟାପୀ ନିଜର ନିଆରା ଢଙ୍ଗରେ ଲଢେଇ ପାଇଁ ସମସ୍ତଙ୍କ ପସନ୍ଦର ଷ୍ଟାର ଥିଲେ ।

'Thanks for making our childhood cool': WWE announces The Undertaker's retirement
WWE କୁ ଅଲବିଦା କହିଲେ 'ଦ ଅଣ୍ଡରଟେକର'
author img

By

Published : Jun 22, 2020, 11:49 AM IST

ହାଇଦ୍ରାବାଦ: ଅବସର ନେୱେ ୱାର୍ଲ୍ଡ ରେସେଲିଂ ଏଣ୍ଟରଟେନମେଣ୍ଟ(WWE)ରୁ ଭେଟେରାନ କୁସ୍ତିଯୋଦ୍ଧା 'ଦ ଅଣ୍ଡରଟେକର' । ପ୍ରାୟ 3 ଦଶନ୍ଧି ଧରି ନିରବଚ୍ଛିନ୍ନ ଭାବେ WWE ରିଙ୍ଗରେ ସେ ନଜର ଆସିଛନ୍ତି । ନିଜ ଡକ୍ୟୁମେଣ୍ଟାରୀ ସିରିଜ 'ଲାଷ୍ଟ ରାଇଡ'ର ପଞ୍ଚମ ତଥା ଶେଷ ଅଧ୍ୟାୟରେ ଶେଷ ମ୍ୟାଚ ଖେଳିଥିଲେ ଅଣ୍ଡରଟେକର ।

ଏ ଜେ ଷ୍ଟାଇଲସ ବିପକ୍ଷରେ ଧମାକାଦାର ପ୍ରଦର୍ଶନ ପରେ, ଆଉ ରିଙ୍ଗକୁ ଫେରିବେ ନାହିଁ ବୋଲି ଘୋଷଣା କରିଛନ୍ତି । ମ୍ୟାଚରେ ସଫଳ ପ୍ରଦର୍ଶନ ସହ ହଲ ଅଫ ଫେମ କୁସ୍ତି କ୍ୟାରିୟରକୁ ଅଲବିଦା କହିବା ଠିକ ହେବ ବୋଲି ସେ କହିଛନ୍ତି । ଏହାପରେ 55ବର୍ଷୀୟ ଟେକରଙ୍କୁ WWE ପକ୍ଷରୁ ଟ୍ବିଟ ଯୋଗେଁ ଧନ୍ୟବାଦ ଜଣାଇବା ସହ ଆବେଗପୂର୍ଣ୍ଣ ବାର୍ତ୍ତା ଲେଖାଯାଇଛି । ଅବସର ନେଇ ଜାଣିବା ପରେ ବିଶ୍ବର କୋଣଅନୁକୋଣରେ ଥିବା ପ୍ରଶଂସକମାନେ ମଧ୍ୟ ଅଣ୍ଡରଟେକରଙ୍କୁ ମନୋରଞ୍ଜନ ପାଇଁ ଧନ୍ୟବାଦ ଜଣାଇଛନ୍ତି ।

ବର୍ଷ 1990ରେ ପ୍ରଥମେ WWE ଓ ପରେ WWFରେ ପହଞ୍ଚିଥିଲେ । 30 ବର୍ଷର ଲମ୍ବା କ୍ୟାରିୟରରେ ଅନେକ ସଫଳତାର ଅଧିରକାରୀ ହୋଇଛନ୍ତି କାଲୱେ । ୱାର୍ଲ୍ଡ ହେଭିୱେଟ ଚମ୍ପିଆନସିପ 3ଥର, WWE/WWF ଚମ୍ପିଆନସିପ 4ଥର, WWF ହାଡକୋର ଚମ୍ପିଆନସିପ ଗୋଟିଏ ଥର, WWF ୱାର୍ଲ୍ଡ ଟାଗ୍ ଟିମ ଚମ୍ପିଆନସିପ 6ଥର ଓ 2007ରେ ରୟାଲ ରମ୍ବଲ ଟାଇଟେଲ ବିଜେତା ରହିଛନ୍ତି ।

ବର୍ଷ 2002ରେ 500 ପ୍ରୋ-ରେସଲିଂ ତାଲିକାରେ ଶ୍ରେଷ୍ଠ 500 ଯୋଦ୍ଧାଙ୍କ ମଧ୍ୟରେ ନଂ2 ସ୍ଥାନରେ ଥିଲେ କାଲୱେ । ତାଙ୍କ ଅବସରରେ WWEରେ ଏକ ସଫଳତମ ଅଧ୍ୟାୟର ଶେଷ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.