ETV Bharat / sports

IND vs WI: ଆଜି ଚତୁର୍ଥ ଟି୨୦, ସିରିଜ କବ୍ଜା ଲକ୍ଷ୍ୟରେ ଭାରତ - ୱେଷ୍ଟ ଇଣ୍ଡିଜ ଓ ଭାରତ ମ୍ୟାଚ

ଆଜି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବ ଚତୁର୍ଥ ଟି୨୦ । ଭାରତ ୨-୧ରେ ଆଗୁଆ ରହିଥିବାବେଳେ ସିରିଜ କବ୍ଜା ଲକ୍ଷ୍ୟରେ ରହିଛି । ଅଧିକ ପଢନ୍ତୁ

IND vs WI: ଆଜି ଚତୁର୍ଥ ଟି୨୦, ସିରିଜ କବଜା ଲକ୍ଷ୍ୟରେ ଭାରତ

author img

By

Published : Aug 6, 2022, 11:47 AM IST

ଫ୍ଲୋରିଡା: ଆଜି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବ ଟି୨୦ ସିରିଜର ଚତୁର୍ଥ ମ୍ୟାଚ୍‌ । ଓ୍ବେଷ୍ଟଇଣ୍ଡିଜରେ ୩ଟି ମ୍ୟାଚ୍‌ ଖେଳାଯାଇଥିବା ବେଳେ ଆଜିର ମ୍ୟାଚ୍‌ ଆମେରିକାର ଫ୍ଲୋରିଡାରେ ଖେଳାଯିବ । ଏଥିପାଇଁ ଉଭୟ ଦଳ ଆମେରିକାରେ ପହଞ୍ଚି ସାରିଛନ୍ତି । ୫ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି । ଫଳରେ ଆଜିର ମ୍ୟାଚ୍‌ରେ ବିଜୟ ସହ ସିରିଜ କବ୍ଜା ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ । ଅନ୍ୟପଟେ ନିକୋଲାସ ପୋରନଙ୍କ ଓ୍ବେଷ୍ଟଇଣ୍ଡିଜ ଟିମ ପୂର୍ବ ମ୍ୟାଚ୍‌ର ପରାଜୟକୁ ଭୁଲି ସିରିଜକୁ ଫେରିବା ଲକ୍ଷ୍ୟରେ ରହିଛି ।

ପ୍ରଥମ ମ୍ୟାଚ୍‌ ଓ ତୃତୀୟ ମ୍ୟାଚରେ ଭାରତ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରିଥିଲା । ଦ୍ବିତୀୟ ମ୍ୟାଚ୍‌ରେ ବ୍ୟାଟିଂ ବିପର୍ଯ୍ୟୟ ଯୋଗୁଁ ବଡ ସ୍କୋର କରିପାରିନଥିଲା । ତେବେ ବୋଲର ଲଢେଇ କରିଥିଲେ ମଧ୍ୟ ଶେଷ ଓଭରରେ ମ୍ୟାଚ୍‌ ହାରିଥିଲା ରୋହିତ ଶର୍ମାଙ୍କ ଟିମ । ଭାରତୀୟ କ୍ୟାମ୍ପ୍‌ରୁ ସନ୍ଧ୍ୟା ସୁଦ୍ଧା ଶୁଭସୂଚନା ମିଳିବାର ସମ୍ଭାବନା ରହିଛି । ତୃତୀୟ ମ୍ୟାଚରେ କ୍ୟାପଟେନ୍‌ ରୋହିତ ଶର୍ମା ଆହତ ହୋଇ ଅଧାରୁ ପାଭିଲିୟନ ଫେରିଯାଇଥିଲେ ।

ପୂର୍ବ ମ୍ୟାଚ୍‌ରେ ସୂର୍ଯ୍ୟକୁମାର ଦମଦାର ପ୍ରଦର୍ଶନ ସହ ମ୍ୟାଚ୍‌ ବିଜୟୀ ଇଂନିସ ଖେଳିଥିଲେ । ଆଜି ମଧ୍ୟ ତାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ । ସେହିପରି ଓ୍ବେଷ୍ଟଇଣ୍ଡିଜ ପୂର୍ବ ମ୍ୟାଚ୍‌ପରେ ପରାସ୍ତ ହୋଇଥିବାରୁ ଚୁଡାନ୍ତ ଏକାଦଶରେ ପରିବର୍ତ୍ତନ କରିପାରେ । ଭାରତୀୟ ଚୁଡାନ୍ତ ଏକାଦଶରେ ମଧ୍ୟ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.