ଜୋହାନ୍ସବର୍ଗ(ଦକ୍ଷିଣ ଆଫ୍ରିକା): ଜୁନିୟର ମହିଳା ହକି ବିଶ୍ବକପ(Junior Hockey Women's World Cup) ସେମିଫାଇନାଲରେ ଭାରତ । କ୍ବାର୍ଟର-ଫାଇନାଲରେ ଭାରତୀୟ ମହିଳା ହକି ଟିମର ଜବରଦସ୍ତ ବିଜୟ । କୋରିଆକୁ ୩-୦ଗୋଲ୍ରେ ହରାଇ ସେମିଫାଇନାଲ ଟିକେଟ ହାତେଇଲା ସାଲିମା ଟେଟେଙ୍କ ନେତୃତାଧୀନ ମହିଳା ଜୁନିୟର ହକି ଟିମ ଇଣ୍ଡିଆ ।
-
FULL-TIME in South Africa! India gets a clean sheet and advances to the semi-finals of the Junior Women World Cup!
— Hockey India (@TheHockeyIndia) April 8, 2022 " class="align-text-top noRightClick twitterSection" data="
IND 3:0 KOR#IndiaKaGame #HockeyIndia #FIHWorldCup #RisingStars #JWC2021 #hockeyinvites @CMO_Odisha @sports_odisha @IndiaSports @Media_SAI pic.twitter.com/JUZLNiBRSu
">FULL-TIME in South Africa! India gets a clean sheet and advances to the semi-finals of the Junior Women World Cup!
— Hockey India (@TheHockeyIndia) April 8, 2022
IND 3:0 KOR#IndiaKaGame #HockeyIndia #FIHWorldCup #RisingStars #JWC2021 #hockeyinvites @CMO_Odisha @sports_odisha @IndiaSports @Media_SAI pic.twitter.com/JUZLNiBRSuFULL-TIME in South Africa! India gets a clean sheet and advances to the semi-finals of the Junior Women World Cup!
— Hockey India (@TheHockeyIndia) April 8, 2022
IND 3:0 KOR#IndiaKaGame #HockeyIndia #FIHWorldCup #RisingStars #JWC2021 #hockeyinvites @CMO_Odisha @sports_odisha @IndiaSports @Media_SAI pic.twitter.com/JUZLNiBRSu
ଶେଷଥର ପାଇଁ ଭାରତୀୟ ଜୁନିୟର ମହିଳା ଟିମ ବର୍ଷ ୨୦୧୩ରେ FIH ଜୁନିୟର ମହିଳା ବିଶ୍ବକପର ଶୀର୍ଷ ୪କୁ ଉନ୍ନୀତ ହୋଇଥିଲା । ସେବେ ବ୍ରୋଞ୍ଜ ପଦକ ସହ ଭାରତୀୟ ଟିମ ସନ୍ତୁଷ୍ଟ ହୋଇଥିଲା ।
-
𝗥𝗲𝗶𝗴𝗻𝗶𝗻𝗴 𝗦𝘂𝗽𝗿𝗲𝗺𝗲!
— Odisha Sports (@sports_odisha) April 8, 2022 " class="align-text-top noRightClick twitterSection" data="
The Junior Indian Women's Hockey Team are into the semifinals of the FIH Hockey Women's Junior World Cup, as they beat #Korea 3-0 in the quarterfinals. 👏👏
Many Congratulations !!#JWC2021 pic.twitter.com/8w5ddNbUGs
">𝗥𝗲𝗶𝗴𝗻𝗶𝗻𝗴 𝗦𝘂𝗽𝗿𝗲𝗺𝗲!
— Odisha Sports (@sports_odisha) April 8, 2022
The Junior Indian Women's Hockey Team are into the semifinals of the FIH Hockey Women's Junior World Cup, as they beat #Korea 3-0 in the quarterfinals. 👏👏
Many Congratulations !!#JWC2021 pic.twitter.com/8w5ddNbUGs𝗥𝗲𝗶𝗴𝗻𝗶𝗻𝗴 𝗦𝘂𝗽𝗿𝗲𝗺𝗲!
— Odisha Sports (@sports_odisha) April 8, 2022
The Junior Indian Women's Hockey Team are into the semifinals of the FIH Hockey Women's Junior World Cup, as they beat #Korea 3-0 in the quarterfinals. 👏👏
Many Congratulations !!#JWC2021 pic.twitter.com/8w5ddNbUGs
କ୍ବାର୍ଟର-ଫାଇନାଲ ମୁକାବିଲାରେ ଭାରତ ଆରମ୍ଭରୁ ସକରାତ୍ମକ ରଣନୀତି ସହ ଖେଳିଥିଲା । ମ୍ୟାଚ୍ ଆରମ୍ଭର ଏକାଦଶତମ ମିନିଟ୍ରେ ମୁମତାଜ ଖାନ ପ୍ରଥମ ଗୋଲ୍ କରିବା ପରେ ଭାରତ ୧-୦ରେ ଆଗୁଆ ହୋଇଥିଲା । ଏହାର ଠିକ୍ ୪ ମିନିଟ୍ରେ ଲାଲ୍ରିନ୍ଦିକି ପଞ୍ଚଦଶ ମିନିଟ୍ରେ ଆଉ ଏକ ଗୋଲ୍ କରିବା ପରେ ସ୍କୋର ୨-୦ ହୋଇଥିଲା । ଏହାପରେ ୪୧ତମ ମିନିଟ୍ରେ ସଙ୍ଗୀତା କୁମାରୀ ତୃତୀୟ ଗୋଲ୍ କରିଥିଲେ ଓ ଗୋଲ୍କିପର ବିଚୁଦେବୀ ପୁଣିଥରେ ନିଜର ଦମଦାର ପ୍ରଦର୍ଶନ ସହ ପ୍ରତିପକ୍ଷ ଟିମର ସମସ୍ତ ପ୍ରୟାସକୁ ବିଫଳ କରିଥିଲେ । ଫଳରେ ୩-୦ରେ ବିଜୟୀ ହୋଇ ସେମିଫାଇନାଲକୁ ଉନ୍ନୀତ ହୋଇଥିଲା ଟିମ ଇଣ୍ଡିଆ ।