ETV Bharat / sports

ଅଲମ୍ପିକ ସ୍ବର୍ଣ୍ଣ ବିଜେତାଙ୍କୁ ତାମିଲନାଡୁ ସରକାର ଦେବେ 3 କୋଟି ପୁରସ୍କାର - ଏମ.କେ ଷ୍ଟାଲିନ

ଜୁଲାଇ 23ରୁ ଜାପାନର ରାଜଧାନୀ ଟୋକିଓରେ ଆରମ୍ଭ ହେବାକୁ ଯାଉଥିବା ଅଲମ୍ପିକ୍ସ ଖେଳରେ ବିଜେତା ଭାରତୀୟ ଆଥଲେଟଙ୍କ ପାଇଁ ଅଗ୍ରୀମ ପୁରସ୍କାର ରାଶି ଘୋଷଣା କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ । ଅଧିକ ପଢନ୍ତୁ...

Tamil Nadu announces Rs 3 cr for athletes who win gold in Tokyo Olympics
ଅଲମ୍ପିକ ସ୍ବର୍ଣ୍ଣ ବିଜେତାଙ୍କୁ ତାମିଲନାଡୁ ସରକାର ଦେବେ 3 କୋଟି ପୁରସ୍କାର
author img

By

Published : Jun 27, 2021, 4:10 PM IST

ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ବଡ ଘୋଷଣା । ଆସନ୍ତା ମାସ ଅର୍ଥାତ ଜୁଲାଇ 23ରୁ ଜାପାନର ରାଜଧାନୀ ଟୋକିଓରେ ଆରମ୍ଭ ହେବାକୁ ଯାଉଥିବା ଅଲମ୍ପିକ୍ସ ଖେଳରେ ବିଜେତା ଭାରତୀୟ ଆଥଲେଟଙ୍କ ପାଇଁ ଅଗ୍ରୀମ ପୁରସ୍କାର ରାଶି ଘୋଷଣା କରିଛନ୍ତି ଷ୍ଟାଲିନ । ଯେଉଁ ଖେଳାଳି ସ୍ବର୍ଣ୍ଣ ପଦକ ଜିତିବେ ତାଙ୍କୁ 3 କୋଟି ଟଙ୍କା ପୁରସ୍କାର ରାଶି ଦେବେ ତାମିଲନାଡୁ ସରକାର । ସେହିପରି ରୌପ୍ୟ ପଦକ ବିଜେତାଙ୍କୁ 2 କୋଟି ଓ କାଂସ୍ୟ ପଦକ ବିଜେତା ଭାରତୀୟ ଖେଳାଳିଙ୍କ ପାଇଁ 1 କୋଟି ପୁରସ୍କାର ରାଶି ଘୋଷଣା କରିଛନ୍ତି ଷ୍ଟାଲିନ ।

ଶନିବାର ସ୍ଥାନୀୟ ଜବାହାର ଲାଲ ଷ୍ଟାଡିୟମରେ କ୍ରୀଡାବିତଙ୍କ ଉଦ୍ଦେଶ୍ୟରେ ତାମିଲନାଡୁ ସରକାର ରଖିଥିବା ସ୍ବତନ୍ତ୍ର ଟିକାକରଣ କ୍ୟାମ୍ପ୍‌ରେ ପହଞ୍ଚି ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରି ଏମ କେ ଷ୍ଟାଲିନ । ଟୋକିଓ ଅଲମ୍ପିକ୍ସ ପାଇଁ ତାମିଲନାଡୁରୁ ଏଯାବତ ନେଥ୍ରା କୁମାନନ, ବରୁଣ ଥାକର ଓ କେ.ସି. ଗଣପତି(ସେଲିଙ୍ଗ୍‌), ଜି.ସାଥିୟାନ ଓ ଏ. ସରତ କମଲ(ଟେବୁଲ ଟେନିସ), ସି.ଏ. ଭବାନୀ ଦେବୀ(ଫେନ୍ସିଂ) ଓ ପାରାଅଲମ୍ପିଆନ ଟି. ମାରିଆପ୍ପନ ଯୋଗ୍ୟତା ଅର୍ଜନ କରିସାରିଛନ୍ତି ।

ଷ୍ଟାଲିନ ନିଜର କ୍ରୀଡାବିତ ସମୟକୁ ମନେ କରାଇବା ସହ କିପରି ସଚିନ ତେନ୍ଦୁଲକର, କର୍ଣ୍ଣମ ମାଲେଶ୍ବରୀ, ଏମ.ଏସ ଧୋନି. ପି.ଟି. ଉଷା ଓ ମିଲଖା ସିଂହଙ୍କ ପରି ଆଥଲେଟ ଦେଶର ଯୁବଖେଳାଳିଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲେ ବୋଲି କହିଥିଲେ ।

ବିଧାନସଭା ନିର୍ବାଚନ ସମୟରେ ନିଜର ଘୋଷଣାପତ୍ରରେ ଡିଏମକେ ଘୋଷଣା କରିଥିଲେ ଯେ, ରାଜ୍ୟରେ ଏକ ଅଲମ୍ପିକ ଏକାଡେମୀର ନିର୍ମାଣ ହେବ ଓ ଏହା 4ଟି ଜୋନରେ ବିଭକ୍ତ ହେବ । ଏହି ପ୍ରତିଶ୍ରୁତି ଖୁବଖୀଘ୍ର ସରକାର ପୂରଣ କରିବେ ବୋଲି କହିଛନ୍ତି ଷ୍ଟାଲିନ ।

ରାଜ୍ୟର ଖେଳାଳିଙ୍କ ପାଇଁ ସ୍ବତନ୍ତ୍ର ଟିକାକରଣ କ୍ୟାମ୍ପ୍‌ ତାମିଲନାଡୁ କ୍ରୀଡା ଓ ଯୁବବ୍ୟାପାର ବିଭାଗ, ସ୍ପୋର୍ଟ୍ସ ଅଥରିଟି ଅଫ ତାମିଲନାଡୁ, ସ୍ବାସ୍ଥ୍ୟ ବିଭାଗ ଓ ତାମିଲନାଡୁ ଅଲମ୍ପିକ ଆସୋସିଏସନ ପକ୍ଷରୁ ଆୟୋଜନ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.