ଲକ୍ଷ୍ନୌ: ଚଳିତ ସୟଦ ମୋଦି ଇଣ୍ଟରନ୍ୟାସନାଲ ୨୦୨୨ରେ ଭାରତୀୟ ଷ୍ଟାର ସର୍ଟଲର ପିଭି ସିନ୍ଧୁ ଓ ଏଚ୍ ଏସ୍ ପ୍ରଣୟଙ୍କ ବିଜୟ ଅଭିଯାନ ଜାରି । ପ୍ରତିଯୋଗିତାର ମହିଳା ସିଙ୍ଗଲ୍ସ କ୍ବାର୍ଟର-ଫାଇନାଲରେ ସିନ୍ଧୁ ଓ ପୁରୁଷ ସିଙ୍ଗଲ୍ସ କ୍ବାର୍ଟର-ଫାଇନାଲରେ ପ୍ରଣୟ ପ୍ରବେଶ କରିଛନ୍ତି ।
-
Through to the QUARTER FINALS 🔥🙌#SyedModiInternational2022#IndiaontheRise#Badminton pic.twitter.com/LnwoWlZRCi
— BAI Media (@BAI_Media) January 20, 2022 " class="align-text-top noRightClick twitterSection" data="
">Through to the QUARTER FINALS 🔥🙌#SyedModiInternational2022#IndiaontheRise#Badminton pic.twitter.com/LnwoWlZRCi
— BAI Media (@BAI_Media) January 20, 2022Through to the QUARTER FINALS 🔥🙌#SyedModiInternational2022#IndiaontheRise#Badminton pic.twitter.com/LnwoWlZRCi
— BAI Media (@BAI_Media) January 20, 2022
ଗୁରୁବାର ବାବୁ ବାରଣାସୀ ଦାସ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ପୂର୍ବତନ ବିଶ୍ବ ଚମ୍ପିଆନ ସିନ୍ଧୁ, ଆମେରିକାର ଲାଉରେନ ଲାମଙ୍କୁ ୨୧-୧୬ ଓ ୨୧-୧୩ ସିଧାସଳଖ ସେଟ୍ରେ ହରାଇଛନ୍ତି ।୩୩ ମିନିଟ ଧରି ଖେଳାଯାଇଥିବା ଏହି ମ୍ୟାଚ୍ରେ ଉଭୟ ଖେଳାଳିଙ୍କ ମଧ୍ୟରେ କଡା ପ୍ରତିନ୍ଦ୍ବନ୍ଦ୍ବୀତା ଦେଖିବାକୁ ମିଳିଥିଲା । ଏକସମୟରେ ପ୍ରଥମ ସେଟ୍ ୧୧-୧୦ରେ ବରାବର ସ୍ଥିତିରେ ରହିଥିଲା ।
ତେବେ ସିନ୍ଧୁ ଆକ୍ରମଣାତ୍ମକ ରଣନୀତି ସହ ପ୍ରଥମ ସେଟ୍କୁ ସହଜରେ ଜିତିନେଇଥିଲେ । ଏହାପରେ ସମାନ ରଣନୀତି ସହ ଦ୍ବିତୀୟ ସେଟ୍ରେ ମଧ୍ୟ ବିଜୟୀ ହୋଇଥିଲେ । ଦୁଇଥରର ଅଲମ୍ପିକ୍ ପଦକ ବିଜେତା ସିନ୍ଧୁ, ଶୁକ୍ରବାର କ୍ବାର୍ଟର-ଫାଇନାଲରେ ଥାଇଲାଣ୍ଡର ସୁପାନିଦାଙ୍କୁ ଭେଟିବେ । ଅନ୍ୟପଟେ ଏଚ୍ ଏସ ପ୍ରଣୟ କ୍ବାର୍ଟର-ଫାଇନାଲରେ ଫ୍ରାନ୍ସର ଅରନୋଉଦ ମେରକଲେଙ୍କୁ ଭେଟିବେ ।