ETV Bharat / sports

ବିଶ୍ବ ଚମ୍ପିଆନସିପ: ଭାରତୀୟ କୁସ୍ତି ଦଳରେ ସୁଶୀଲ କୁମାର - ଜିତେନ୍ଦ୍ର କୁମାର

ଭାରତୀୟ ଦବଙ୍ଗ କୁସ୍ତି ଖେଳାଳି ସୁଶୀଲ କୁମାର ଜିତେନ୍ଦ୍ର କୁମାରଙ୍କୁ 4-2ରେ ହରାଇ ବିଶ୍ବ ଚମ୍ପିଆନସିପ ଟିକେଟ ହାତେଇଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Aug 20, 2019, 10:55 PM IST

ନୂଆଦିଲ୍ଲୀ: ଦମ ଦେଖାଇଲେ ଭାରତୀୟ ଦବଙ୍ଗ କୁସ୍ତି ଖେଳାଳି ସୁଶୀଲ କୁମାର । 74 କିଲୋଗ୍ରାମ ବର୍ଗରେ 4-2ରେ ଜିତେନ୍ଦ୍ର କୁମାରଙ୍କୁ ହରାଇଛନ୍ତି ସୁଶୀଲ । ଏହାସହିତ ବିଶ୍ବ ଚମ୍ପିଆନସିପ ଟିକେଟ ହାତେଇଛନ୍ତି ଏହି ଷ୍ଟାର ଭାରତୀୟ କୁସ୍ତି ଖେଳାଳି । ଇନ୍ଦିରା ଗାନ୍ଧୀ ଅନ୍ତଜାର୍ତୀୟ ଷ୍ଟାଡିୟମରେ ଖେଳାଯାଇଥିଲା WFI ଅଭ୍ୟାସ ମ୍ୟାଚ ।

Sushil Kumar
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ମ୍ୟାଚ ଆରମ୍ଭରୁ 36 ବର୍ଷିୟ ସୁଶୀଲ ଲଢୁଆ ପ୍ରଦର୍ଶନ କରି 4-0ରେ ଆଗୁଆ ରହିଥିଲେ । ସୁଶୀଲଙ୍କ ଆକ୍ରମଣରେ ଜିତେନ୍ଦ୍ରଙ୍କ କହୁଣୀରେ ଆଘାତ ଲାଗିଥିଲା । ତେବେ ଜିତେନ୍ଦ୍ର ସୁଶୀଲଙ୍କୁ 3ଥର ଧରି ରଖିବାକୁ ସୁଯୋଗ ପାଇଥିଲେ । ତେବେ ଏହାକୁ ପଏଣ୍ଟରେ ପରିଣତ କରି ପାରିନଥିଲେ ।

ତେବେ କିଛି ମାତ୍ରାରେ ଜିତେନ୍ଦ୍ର 2ଥରର ଅଲମ୍ପିକ ପଦକ ବିଜେତା ସୁଶୀଲଙ୍କୁ କାବୁ କରିବାକୁ ସଫଳ ହୋଇଥିଲେ । ଫଳରେ 2ପଏଣ୍ଟ ହାସଲ କରିବାକୁ ସକ୍ଷମ ହୋଇଥିଲେ । ମ୍ୟାଚ 4-2ରେ ଶେଷ ହୋଇଥିଲା ଓ ସୁଶୀଲ ବିଜେତା ହୋଇଥିଲେ ।

ଏହି ବଜୟ ସହ ସୁଶୀଲ ବିଶ୍ବ ଚମ୍ପିଆନସିପରେ ଭାରତୀୟ ଦଳରେ ସ୍ଥାନ ପକ୍କା କରିଛନ୍ତି ।

ଭାରତୀୟ କୁସ୍ତି ଦଳ:

57 କିଲୋଗ୍ରାମ: ରବି ଦହିୟା

61 କିଲୋଗ୍ରାମ: ରାହୁଲ ଆୱାରେ

65 କିଲୋଗ୍ରାମ: ବଜରଙ୍ଗ ପୁନିଆ

70 କିଲୋଗ୍ରାମ: କରନ

74କିଲୋଗ୍ରାମ: ସୁଶୀଲ କୁମାର

79 କିଲୋଗ୍ରାମ: ଜିତେନ୍ଦ୍ର କିମ୍ବା ଭିରେନ୍ଦ୍ର ଗୁଲିଆ

86 କିଲୋଗ୍ରାମ: ଦିପକ ପୁନିଆ

92 କିଲୋଗ୍ରାମ: ପ୍ରବୀଣ

97 କିଲୋଗ୍ରାମ: ମୌସମ ଖତ୍ରୀ

125 କିଲୋଗ୍ରାମ: ସୁମିତ ମଲ୍ଲିକ

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.