ETV Bharat / sports

Sub Junior Mens Hockey National Championship: ଉତ୍ତରପ୍ରଦେଶ ଚମ୍ପିଆନ, ଓଡ଼ିଶା ରନର୍ସ ଅପ୍ - ଜାତୀୟ ପୁରୁଷ ହକି ଚମ୍ପିଆନସିପ

ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଅନୁଷ୍ଠିତ ଉପ କନିଷ୍ଠ ପୁରୁଷ ହକି ଚମ୍ପିଆନସିପ ଶେଷ ହୋଇଛି । ଉତ୍ତରପ୍ରଦେଶ ଚମ୍ପାନ ହୋଇଥିବା ବେଳେ ଓଡିଶା ଦ୍ବିତୀୟ ସ୍ଥାନରେ ରହିଛି । ଅଧିକ ପଢନ୍ତୁ

ଉପ କନିଷ୍ଠ ଜାତୀୟ ପୁରୁଷ ହକି ଚମ୍ପିଆନସିପ
Sub junior Men Hockey National Championship
author img

By

Published : May 29, 2023, 12:39 PM IST

Updated : May 29, 2023, 12:45 PM IST

ରାଉରକେଲା: ମେ 18ରୁ ସ୍ଥାନୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଚାଲିଥିବା ଉପ କନିଷ୍ଠ ପୁରୁଷ ହକି ଚମ୍ପିଆନସିପ ଶେଷ ହୋଇଛି । ରବିବାର ଉତ୍ତର ପ୍ରଦେଶ ଓ ଆୟୋଜକ ଓଡିଶା ମଧ୍ୟରେ ଫାଇନାଲ ଖେଳାଯାଇଥିଲା । ଏଥିରେ ଚମ୍ପିଆନ ହୋଇଛି ଉତ୍ତର ପ୍ରେଦଶ । ଓଡ଼ିଶା ରନର୍ସ ଅପ୍ ଅର୍ଥାତ ଦ୍ବିତୀୟ ସ୍ଥାନରେ ରହିଛି । ତୃତୀୟ ସ୍ଥାନରେ ଥିବା ହରିୟାଣକୁ ବ୍ରୋଞ୍ଜ ପଦକ ମିଳିଛି ।

ଏହା ବି ପଢନ୍ତୁ...Malaysia Masters 2023: ପ୍ରଣୟଙ୍କୁ ପ୍ରଥମ ମାଲେସିଆ ମାଷ୍ଟର୍ସ ଟାଇଟଲ

ଫାଇନାଲରେ ଉତ୍ତର ପ୍ରଦେଶ ଓ ଆୟୋଜକ ଓଡ଼ିଶା ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା । ମ୍ୟାଚ୍‌ରେ ୟୁପି 7-1 ଗୋଲରେ ଓଡ଼ିଶାକୁ ପରାସ୍ତ କରିଛି । ଫଳରେ ଘରୋଇ ଦଳ ରନର୍ସ ଅପ ସହ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଚମ୍ପିଆନ ଉତ୍ତର ପ୍ରଦେଶର ଉଜ୍ଜଲପାଲ ହ୍ୟାଟ୍ରିକ ଗୋଲ୍‌ ସ୍କୋର କରି ଦଳକୁ ବିଜୟ ଭେଟି ଦେଇଥିଲେ । ଓଡ଼ିଶା ପକ୍ଷରୁ ଦେଓନାଥ ନାନୱର ଏକମାତ୍ର ଗୋଲ୍‌ ସ୍କୋର କରିଥିଲେ । ଏହି ମ୍ୟାଚରେ ଆରମ୍ଭରୁ ଓଡ଼ିଶା ସେମି ଫାଇନାଲ ଯାଏଁ ଭଲ ପ୍ରଦର୍ଶନ କରିଥିଲା । ମାତ୍ର ଫାଇନାଲ ମୁକାବିଲାରେ ପରାସ୍ତ ହୋଇ ରନର୍ସ ଅପ୍‌ ହୋଇଛି ।

  • Congratulations to Team #Odisha for their outstanding performance in the 13th Hockey India Sub Junior Men National Championship 2023.
    Hard work and determination made them runners-up in this prestigious tournament. 🥈🏑#OdishaForSports pic.twitter.com/frD6EJhmGZ

    — Odisha Sports (@sports_odisha) May 28, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ...ସର୍ଜରୀ ପାଇଁ ବିଦେଶ ଯାଇ କ୍ଲବରେ ପାର୍ଟି କରୁଛନ୍ତି ରାହୁଲ, ଟ୍ରୋଲ କଲେ ଫ୍ୟାନ୍ସ

6, 38 ଓ 47ତମ ମିନିଟରେ ୟୁପିର ଉଜ୍ବଳ ହ୍ୟାଟ୍ରିକ ଗୋଲ୍‌ କରିଥିଲେ । ସେହିପରି ରାହୁଲ ଯାଦବ 30ତମ ମିନିଟରେ ଓ କେତନ 39ତମ ମିନିଟରେ, 52ତମ ମିନିଟରେ ରାହୁଲ ରାଜବାର ଏବଂ 54ତମ ମିନିଟରେ ଅଧିନାୟକ ଅଜିତ ଯାଦବ ଗୋଲ ସ୍କୋର କରିଥିଲେ । ଓଡ଼ିଶା ପାଇଁ ଗୋଲ ପରିଶୋଧ କରିବା କଷ୍ଟକର ହୋଇଥିଲା । 57ତମ ମିନିଟରେ ଓଡିଶା କେବଳ ଗୋଟିଏ ଗୋଲ ସ୍କୋର କରିବାରେ ସଫଳ ହୋଇଥିଲା । ଏହା ପୂର୍ବରୁ ତୃତୀୟ ଓ ଚତୁର୍ଥ ସ୍ଥାନ ପାଇଁ ଖେଳାଯାଇଥିବା ମ୍ୟାଚ୍‌ରେ ହରିୟାଣା 4-2 ଗୋଲରେ ମଧ୍ୟପ୍ରଦେଶକୁ ହରାଇ କାଂସ୍ୟ ପଦକ ଜିତିଛି । ଏହି ଟୁର୍ଣ୍ଣାମେଣ୍ଟରେ ଦିଲ୍ଲୀର ଆଫ୍ରିଦୀ ଓ ଚଣ୍ଡିଗଡର ଗୁରପ୍ରୀତ ସିଂହ ମିଳିତ ଭାବେ 18ଟି ଗୋଲ ସ୍କୋର କରିଥିଲେ । ସେହିପରି ଓଡ଼ିଶାର ଦେଓନାଥ 12ଟି ଗୋଲ୍‌ କରି ଚତୁର୍ଥ ସ୍ଥାନରେ ରହିଛନ୍ତି ।

ପ୍ରକାଶଥାଉ କି, ଏହା ପୂର୍ବରୁ ବିର୍ସା ମୁଣ୍ଡା ଷ୍ଟାଡିମୟରେ ଉପ କନିଷ୍ଠ ଜାତୀୟ ମହିଳା ହକି ଚମ୍ପିଆନସିପ ଅନୁଷ୍ଠିତ ହୋଇଥଲା । ଏଥିରେ ହରିୟାଣା ଚମ୍ପିଆନ ହୋଇଥିବା ବେଳେ ଓଡିଶା ତୃତୀୟ ସ୍ଥାନରେ ରହିଥିଲା । ଉତ୍ତରପ୍ରଦେଶ ମହିଳା ହକି ଦଳ ତୃତୀୟ ସ୍ଥାନରେ ରହିଥିଲା ।

Last Updated : May 29, 2023, 12:45 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.