ETV Bharat / sports

Asian games: ଏସୀୟ କ୍ରୀଡାରେ ଭାଗ ନେବେ ଭାରତୀୟ ଫୁଟବଲ ଦଳ, ଅନୁମତି ଦେଲା କ୍ରୀଡା ମନ୍ତ୍ରଣାଳୟ

author img

By

Published : Jul 27, 2023, 10:24 AM IST

ଭାରତୀୟ ପୁରୁଷ ଓ ମହିଳା ଫୁଟବଲ ଦଳ ପାଇଁ ଖୁସି ଖବର । ଏସୀୟ କ୍ରୀଡାରେ ଉଭୟ ପୁରୁଷ ଓ ମହିଳା ଦଳକୁ ଭାଗ ନେବାକୁ ଅନୁମତି ପ୍ରଦାନ କରିଛି କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ । ଅଧିକ ପଢନ୍ତୁ

ଏସୀୟ କ୍ରୀଡାରେ ଭାଗ ନେବେ ଭାରତୀୟ ଫୁଟବଲ ଦଳ
indian football team participation in asian games

ନୂଆଦିଲ୍ଲୀ: ଫୁଟବଲ ପ୍ରେମୀଙ୍କ ପାଇଁ ଖୁସି ଖବର । ଏସୀୟ କ୍ରୀଡାରେ ଭାଗ ନେବେ ଭାରତୀୟ ଫୁଟବଲ ଦଳ । ଚଳିତ ବର୍ଷ ଚୀନରେ ହେବାକୁ ଥିବା ଏସୀୟ କ୍ରୀଡାରେ ଉଭୟ ପୁରୁଷ ଓ ମହିଳା ଭାରତୀୟ ଫୁଟବଲ ଦଳ ଭାଗ ନେବେ । ଶେଷରେ କ୍ରୀଡା ମନ୍ତ୍ରଣାଳୟ ଭାରତୀୟ ଫୁଟବଲ ଦଳକୁ ଏସୀୟ କ୍ରୀଡାରେ ଭାଗ ନେବାକୁ ଅନୁମତି ଦେଇଛି । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ।

  • Good news for Indian football lovers!

    Our national football teams, both Men’s and Women’s, are set to participate in the upcoming Asian Games.

    The Ministry of Youth Affairs and Sports, Government of India, has decided to relax the rules to facilitate participation of both the…

    — Anurag Thakur (@ianuragthakur) July 26, 2023 " class="align-text-top noRightClick twitterSection" data=" ">

କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ‘‘ଫୁଟବଲ ପ୍ରେମୀଙ୍କ ପାଇଁ ଖୁସି ଖବର । ଉଭୟ ପୁରୁଷ ଓ ମହିଳା ଫୁଟବଲ ଦଳ ଚୀନର ହାଙ୍ଗଝୋରେ ହେବାକୁ ଥିବା ଏସୀୟ କ୍ରୀଡାରେ ଅଂଶ ଗ୍ରହଣ କରିପାରିବେ । ସେମାନଙ୍କ ଶେଷ ପ୍ରଦର୍ଶନକୁ ଆଧାର କରି ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ହୋଇଛି । ମୁଁ ନିଶ୍ଚିନ୍ତ ଯେ ସେମାନେ ଏସୀୟ କ୍ରୀଡାରେ ଭଲ ପ୍ରଦର୍ଶନ କରି ଦେଶକୁ ଗର୍ବିତ କରିବେ ।’’

ପ୍ରଥମେ ଭାରତୀୟ ଅଲିମ୍ପକ ସଂଘ ଦୁର୍ବଳ ମାନ୍ୟତା ପାଇଁ ଫୁଟବଲ ଦଳକୁ ଏସୀୟ କ୍ରୀଡାରେ ଭାଗ ନେବାକୁ ଅନୁମତି ଦେଇନଥିଲା । ଭାରତୀୟ ଫୁଟବଲ ପ୍ରଶଂସକ, ଭାରତୀୟ ଦଳର କର୍ମକର୍ତ୍ତା ଏବଂ ସର୍ବଭାରତୀୟ ଫୁଟବଲ ସଂଘ ସଭାପତି (ଏଆଇଏଫଏଫ) କଲ୍ୟାଣ ଚୌବେ ଏସୀୟ କ୍ରୀଡା ପାଇଁ ଉଭୟ ପୁରୁଷ ଓ ମହିଳା ଦଳକୁ ଅନୁମତି ପ୍ରଦାନ କରିବାକୁ କ୍ରୀଡା ମନ୍ତ୍ରଣାଳୟକୁ ଦାବି ଜଣାଇଥିଲେ । ବିଚାର ବିମର୍ଶ ପରେ ଉଭୟ ଫୁଟବଲ ଦଳକୁ ଏସୀୟ କ୍ରୀଡାରେ ଭାଗ ନେବାକୁ ଅନୁମତି ପ୍ରଦାନ କରିଛି ।

ଏହା ବି ପଢନ୍ତୁ...FIFA Ranking: 99ତମ ସ୍ଥାନକୁ ଉଠିଲା ଭାରତୀୟ ଫୁଟବଲ ଦଳ

ଏହା ବି ପଢନ୍ତୁ...SAFF Championship 2023: କୁଏତକୁ ହରାଇ ନବମ ଟାଇଟଲ ହାତେଇଲା ଭାରତ

ଶେଷ ଥର ପାଇଁ 2014ରେ ଏସୀୟ କ୍ରୀଡାରେ ଭାରତୀୟ 23 ବର୍ଷରୁ କମ ପୁରୁଷ ଫୁଟବଲ ଦଳ ଭାଗ ନେଇଥିଲେ । ଗ୍ରୁପ ପର୍ଯ୍ୟାୟରୁ ଦଳ ଅଭିଯାନ ଶେଷ କରିଥିଲା । 2018ରେ ଭାରତୀୟ ଫୁଟବଲ ଦଳକୁ ଅନୁମତି ମିଳିନଥିଲା । ଶେଷରେ 8 ବର୍ଷ ପରେ ଭାରତୀୟ ଫୁଟବଲ ଦଳ ଏସୀୟ କ୍ରୀଡାରେ ଭାଗ ନେବାକୁ ଯାଉଛି । ଫିଫା ମାନ୍ୟତାରେ ଭାରତୀୟ ପୁରୁଷ ଫୁଟବଲ ଦଳ 99ତମ ସ୍ଥାନରେ ରହିଥିବା ବେଳେ ମହିଳା ଦଳ 60ତମ ସ୍ଥାନରେ ରହିଛି । ନିକଟରେ ଭୁବନେଶ୍ବରରେ ଅନୁଷ୍ଠିତ ଇଣ୍ଟର କଣ୍ଟିନେଣ୍ଟାଲ କପ ଓ ସାଫ ଚମ୍ପିଆନସିପ ଟାଇଟଲ ହାତେଇଥିବା ଭାରତ ଏସୀୟ କ୍ରୀଡାରେ ଉନ୍ନତ ପ୍ରଦର୍ଶନ କରିବା ବୋଲି ଆଶା ରହିଛି । ଚଳିତ ବର୍ଷ 23 ବର୍ଷରୁ କମ ଦଳ ଏସୀୟ କ୍ରୀଡାରେ ଖେଳିବାର ନିୟମ ହୋଇଥିଲା । ପ୍ରତି ଦଳରେ କେବଳ 3 ଜଣ ବୟସାଧିକ ଖେଳାଳି ରହିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.