ETV Bharat / sports

ବଜେଟ 2021: କ୍ରୀଡା ବଜେଟରେ କମିଲା 230.78 କୋଟି

author img

By

Published : Feb 1, 2021, 7:22 PM IST

ଖେଳ ଉପରେ ପଡିଲା କୋରୋନା ପ୍ରଭାବ । କମିଲା ବଜେଟ । ମନ୍ତ୍ରଣାଳୟକୁ ମିଳିଲା 2596.14 କୋଟି । ଅଧିକ ପଢନ୍ତୁ...

ଖେଳ ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ
ଖେଳ ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ

ନୂଆଦିଲ୍ଲୀ: 2021-22 ବଜେଟରେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟକୁ 2596.14 କୋଟି ଟଙ୍କା ଆବଣ୍ଟିତ କରିଛନ୍ତି । ଯାହାକି ଗତ ବର୍ଷ ସଂଶୋଧିତ ଆବଣ୍ଟିତ ଅପେକ୍ଷା 795.99 କୋଟି ଟଙ୍କା ଅଧିକ । ହେଲେ ପୂର୍ଣ୍ଣାଙ୍ଗ ବଜେଟ ଅପେକ୍ଷା 230. 78କୋଟି କମ୍‌ ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର 2021-22ର ବଜେଟ ଉପସ୍ଥାପନ କରିଛନ୍ତି । ଯେଉଁଥିରେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପାଇଁ 1800.15 କୋଟିରୁ ବଢାଇ 2596.14 କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ।

2020-21 ବଜେଟରେ 2826.92 କୋଟି ଟଙ୍କା ବ୍ୟୟବରାଦ ହୋଇଥିବାବେଳେ ସଂଖୋଧିତ ବଜେଟରେ ଏହାକୁ 1800.15 କୋଟି କରିଦିଆଯାଇଥିଲା । ଖେଲୋ ଇଣ୍ଡିଆ ପାଇଁ 2020-21 ବର୍ଷରେ 890 କୋଟି ଟଙ୍କା ଆବଣ୍ଟିତ କରାଯାଇଥିଲା । ସଂଶୋଧିତ ପରେ 328.77 କୋଟି କରିଦିଆଯାଇଥିଲା । ହେଲେ 2021-22ରେ ଖେଲୋ ଇଣ୍ଡିଆ ପାଇଁ ଏହାକୁ ବଢାଯାଇ 657.71 କୋଟି ଟଙ୍କା ଦିଆଯାଇଛି ।

ସେହିପରି ରାଷ୍ଟ୍ରିୟ ଖେଳ ମହାସଂଘ ପାଇଁ ଗତ ବର୍ଷ 245 କୋଟି ଆବଣ୍ଟିତ ହୋଇଥିଲା । ଏହା ପରେ 132 କୋଟି କରିଦିଆଯାଇଥିଲା । ହେଲେ ଏହାକୁ ବଢାଇ 280 କୋଟି କରିଦିଆଯାଇଛି ।

ଅନ୍ୟପଟେ ରାଷ୍ଟ୍ରୀୟ ଖେଳ ବିକାଶ କୋଷ ପାଇଁ 25 କୋଟି ଟଙ୍କା ଦିଆଯାଇଛି । ସାଇକୁ 660.41 କୋଟି ଟଙ୍କା ଆବଣ୍ଟିତ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.