ETV Bharat / sports

Spanish Para Badminton: ପଦକ ପୋଛି ନେଲେ ଓଡିଆ ପୁଅ ପ୍ରମୋଦ ଭଗତ - ପାରା ଆଥଲେଟ୍‌ ପ୍ରମୋଦ

ସ୍ପାନିସ ପାରା ବ୍ୟାଡ଼ମିଣ୍ଟନ ଇଣ୍ଟରନ୍ୟାସନାଲ ୨୦୨୨ରେ ଓଡିଆ ପାରାଆଥଲେଟ୍‌ ପ୍ରମୋଦ ଭଗତଙ୍କ ଚମତ୍କାର ପ୍ରଦର୍ଶନ । ଉଭୟ ମିଶ୍ରିତ ଯୁଗଳ ଏବଂ ଏକକ ବର୍ଗରେ ସ୍ବର୍ଣ୍ଣ ପଦକ ବିଜେତା ହୋଇଛନ୍ତି ପାରାଲମ୍ପିକସ୍‌ ଚମ୍ପିଆନ ପ୍ରମୋଦ । ଅଧିକ ପଢନ୍ତୁ

Spanish Para badminton International: Pramod Bhagat- palak kohli won mixed doubles title
Spanish Para badminton: ପଦକ ପୋଛିନେଲେ ଓଡିଆ ପୁଅ ପ୍ରମୋଦ ଭଗତ
author img

By

Published : Mar 6, 2022, 8:16 PM IST

ଭୁବନେଶ୍ବର: ସ୍ପାନିସ ପାରା ବ୍ୟାଡ଼ମିଣ୍ଟନ ଇଣ୍ଟରନ୍ୟାସନାଲ ୨୦୨୨ରେ ଓଡିଆ ପାରା ଆଥଲେଟ୍‌ ପ୍ରମୋଦ ଭଗତଙ୍କ ଚମତ୍କାର ପ୍ରଦର୍ଶନ । ଉଭୟ ମିଶ୍ରିତ ଯୁଗଳ ଏବଂ ଏକକ ବର୍ଗରେ ସ୍ବର୍ଣ୍ଣ ପଦକ ବିଜେତା ହୋଇଛନ୍ତି ପାରାଲମ୍ପିକସ୍‌ ଚମ୍ପିଆନ ପ୍ରମୋଦ । ପୂର୍ବରୁ ଏକକ ବର୍ଗରେ ସ୍ଵର୍ଣ୍ଣ ପଦକ ହାତେଇ ସାରିଥିବାବେଳେ, ଆଜି(ରବିବାର) ମିଶ୍ରିତ ଯୁଗଳ ଇଭେଣ୍ଟରେ ପ୍ରମୋଦ ଓ ପଲକ୍ କୋହଲିଙ୍କ ଯୋଡ଼ି ଅନ୍ୟତମ ଭାରତୀୟ ମିଶ୍ରିତ ଯୋଡି ରୁଥିକ ରଗୁପତି( Ruthick Ragupathi) ଓ ମାନସୀ ଯୋଶୀଙ୍କୁ (Manasi G Joshi) ଫାଇନାଲରେ ୧୪-୨୧, ୨୧-୧୧, ୨୧-୧୪ରେ ହରାଇ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି ।

Spanish Para badminton International: Pramod Bhagat- palak kohli won mixed doubles title
ପ୍ରମୋଦ ଭଗତ-ପଲକ କୋହଲି

ପୂର୍ବରୁ ସେମିଫାଇନାଲରେ ନିତେଶ କୁମାର ଓ ମନୀଷା ରାମଦାସଙ୍କୁ ୨୧-୧୭, ୨୧-୧୭ରେ ହରାଇ ଫାଇନାଲରେ ପ୍ରବେଶ କରିଥିଲେ ପ୍ରମୋଦ ଓ ପଲକ ଯୋଡି । ଏକକ ବର୍ଗର ଫାଇନାଲରେ ପ୍ରମୋଦ ପୂର୍ବରୁ ନିଜ ଦେଶର ନିତେଶ କୁମାରଙ୍କୁ ୧୭-୨୧, ୨୧-୧୭, ୨୧-୧୭ରେ ହରାଇ ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.