ରାଉରକେଲା: ରାଜ୍ୟରେ ଜାରି ରହିଥିବା ହକି ବିଶ୍ବକପ-୨୦୨୩ରେ ଆଜି ମୁହାଁମୁହିଁ ହୋଇଥିଲେ ସ୍ପେନ ଓ ୱେଲ୍ସ । ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ହୋଇଥିବା ଏହି ମୁକାବିଲାରେ ୱେଲ୍ସକୁ ୫-୧ ଗୋଲ୍ରେ ପରାସ୍ତ କରିଛି ସ୍ପେନ୍ । ଏହା ପୂର୍ବରୁ ଗତ ୧୩ ତାରିଖରେ ୨-୦ ଗୋଲ୍ରେ ଭାରତ ଠାରୁ ହାରିଥିଲା ସ୍ପେନ । ତେବେ ଚଳିତ ବିଶ୍ବକପରେ ଆଜି ପ୍ରଥମ ଥର ପାଇଁ ବିଜୟର ସ୍ବାଦ ଚାଖିଛି ସ୍ପେନ । ତେବେ ପ୍ରଥମ ମ୍ୟାଚ୍ରେ ଇଂଲଣ୍ଡଠାରୁ ହାରିଥିବା ୱେଲ୍ସ ଦ୍ବିତୀୟ ମ୍ୟାଚ୍ରେ ମଧ୍ୟ ପରାଜୟ ହୋଇଛି ।
-
🏑 | FULL TIME | Spanish team win their first match in #HWC2023.
— Odisha Sports (@sports_odisha) January 15, 2023 " class="align-text-top noRightClick twitterSection" data="
🇪🇸ESP 5️⃣-1️⃣ WAL🏴#HWC2023 #OdishaForHockey #HockeyWorldCup2023 #HockeyComesHome #HockeyWorldCup pic.twitter.com/npdtKFposh
">🏑 | FULL TIME | Spanish team win their first match in #HWC2023.
— Odisha Sports (@sports_odisha) January 15, 2023
🇪🇸ESP 5️⃣-1️⃣ WAL🏴#HWC2023 #OdishaForHockey #HockeyWorldCup2023 #HockeyComesHome #HockeyWorldCup pic.twitter.com/npdtKFposh🏑 | FULL TIME | Spanish team win their first match in #HWC2023.
— Odisha Sports (@sports_odisha) January 15, 2023
🇪🇸ESP 5️⃣-1️⃣ WAL🏴#HWC2023 #OdishaForHockey #HockeyWorldCup2023 #HockeyComesHome #HockeyWorldCup pic.twitter.com/npdtKFposh
ଚଳିତ ହକି ବିଶ୍ବକପ୍ର ନବମ ମ୍ୟାଚ୍ରେ ରାଉରକେଲାର ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ମୁହାଁମୁହିଁ ହୋଇଥିଲେ ସ୍ପେନ ଓ ୱେଲ୍ସ । ଏହି ମ୍ୟାଚ୍ର ପ୍ରଥମ କ୍ବାର୍ଟରରେ ଉଭୟ ସ୍ପେନ୍ ଓ ୱେଲ୍ସ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା । କିନ୍ତୁ ଦ୍ବିତୀୟ କ୍ବାର୍ଟରରେ ସ୍ପେନ କ୍ରମାଗତ ଭାବେ ୨ଟି ଗୋଲ ଦେଇଥିଲା । ପ୍ରଥମେ ସ୍ପେନ ଖେଳାଳି ମାର୍କ ରେନେ ୧୬ ମିନିଟରେ ଫିଲ୍ଡ ଗୋଲ ଦେଇଥିଲେ । ଏହାପରେ ଓ ୨୨ ମିନିଟରେ ଆଲଭାରୋ ଇଗଲେସିଆସ ଫିଲ୍ଡ ଗୋଲ ଦେଇଥିଲେ । ସେହିପରି ୩ୟ କ୍ବାର୍ଟରର ୩୨ ମିନିଟରେ ମାର୍କ ମିରାଲେସ ଏକ ପେନାଲ୍ଟି ଗୋଲ ଓ ୩୮ ମିନିଟରେ ପୁଣିଥରେ ମାର୍କ ରେନେ ଫିଲ୍ଡ ଗୋଲ ଦେଇ ଦଳକୁ ୪-୦ରେ ଆଗୁଆ କରାଇଥିଲେ । ଏହାପରେ ୱେଲ୍ସ ପକ୍ଷରୁ ଜେମ୍ସ କାରସନ୍ ୫୨ ମିନିଟରେ ଏକ ଗୋଲ ଦେଇ ନିଜ ଟିମ୍ର ସମ୍ମାନ ରଖିଥିଲେ । ତେବେ ପୁଣିଥରେ ସ୍ପେନ ପକ୍ଷରୁ ୫୬ ମିନିଟରେ ମାର୍କ ମିରାଲେସ ଏକ ଫିଲ୍ଡ ଗୋଲ ଦେଇ ନିଜ ଦଳକୁ ୫-୧ରେ ପହଞ୍ଚାଇଥିଲେ ।
ଏହା ପୂର୍ବରୁ ଗତ ୧୩ ତାରିଖରେ ଏହି ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଭାରତ ଓ ସ୍ପେନ ମୁହାଁମୁହିଁ ହୋଇଥିଲେ । ଏଥିରେ ଭାରତ ୨-୦ ଗୋଲ୍ରେ ସ୍ପେନକୁ ହରାଇଥିଲା । ସେହିପରି ସେହିଦିନ ଇଂଲଣ୍ଡ ହାତରୁ ୱେଲ୍ସ ୫-୦ ଗୋଲ୍ରେ ପରାସ୍ତ ହୋଇଥିଲା । ତେବେ ପରବର୍ତ୍ତୀ ମ୍ୟାଚ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି ।
ଇଟିଭି ଭାରତ, ରାଉରକେଲା