ନୂଆଦିଲ୍ଲୀ: କଥା ରଖିଲେ ଦାଦା । ମହାମାରୀ କୋରୋନା ମୁକାବିଲା ପାଇଁ 50 ଲକ୍ଷ ଟଙ୍କାର ଚାଉଳ ପ୍ରଦାନ କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ତଥା ବିସିସିଆଇ ବସ ସୌରଭ ଗାଙ୍ଗୁଲି । ପୂର୍ବରୁ ଗାଙ୍ଗୁଲି ଏନେଇ ଘୋଷଣା କରିଥିଲେ ।
ବେଙ୍ଗଲ କ୍ରିକେଟ ଆସୋସିଏସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଗାଙ୍ଗୁଲି କୋରୋନା ଭାଇରସର ମୁକାବିଲା ସମୟରେ ବେଶୀ ପ୍ରଭାବିତ ସମାଜର ସାଧାରଣ ଲୋକଙ୍କ ଉଦ୍ଦେଶ୍ୟରେ ଏହି ଚାଉଳ ଦିଆଯିବ ବୋଲି କହିଛନ୍ତି । ସିଏବି ସଭାପତି ଅଭିଷେକ ଡାଲମିୟା ମଧ୍ୟ ସରକାରଙ୍କ ରିଲିଫ ଫଣ୍ଡକୁ 5 ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଗାଙ୍ଗୁଲିଙ୍କ ଏହି ଉଦାରତା ରାଜ୍ୟ ତଥା ଦେଶର ଅନ୍ୟ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କୁ ସମାଜର ସାଧାରଣ ବର୍ଗଙ୍କ ହିତ ପାଇଁ ଚିନ୍ତା କରିବାକୁ ଉତ୍ସାହିତ କରିବ ବୋଲି କୁହାଯାଉଛି ।
ମହାମାରୀ କୋରୋନା ଭାଇରସରୁ ବର୍ତ୍ତିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 21 ଦିନ ସାରା ଦେଶରେ ଲକ ଡାଉନ ଘୋଷଣା କରିଛନ୍ତି । ତେବେ ସମସ୍ତପ୍ରକାର ଜରୁରୀ ସେବାକୁ ଖୋଲା ରଖାଯାଇଛି ।