ETV Bharat / sports

କୁସ୍ତିଯୋଦ୍ଧା ବିନେଶ ଫୋଗାଟଙ୍କ ପ୍ରଶ୍ନ: ପଦ୍ମ ପୁରସ୍କାର ଚୟନ ନିଷ୍ପତ୍ତି କାହାର ?

ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା ହୋଇଛି ସମ୍ମାନଜନକ ପଦ୍ମ ପୁରସ୍କାର । ତେବେ ଦେଶର ଏହି ସମ୍ମାନଜନକ ପୁରସ୍କାର ଚୟନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଷ୍ଟାର ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗାଟ । ପଢନ୍ତୁ ସଂପୂର୍ଣ୍ଣ ଖବର...

Vinesh Phogat questions Padma awards
କୁସ୍ତିଯୋଦ୍ଧା ବିନେଶଙ୍କ ଫୋଗାଟଙ୍କ ପ୍ରଶ୍ନ
author img

By

Published : Jan 27, 2020, 1:59 PM IST

ନୂଆଦିଲ୍ଲୀ: ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା ହୋଇଛି ସମ୍ମାନଜନକ ପଦ୍ମ ପୁରସ୍କାର । ତେବେ ଦେଶର ଏହି ସମ୍ମାନ ଜନକ ପୁରସ୍କାର ଚୟନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଷ୍ଟାର ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗାଟ ।

Vinesh Phogat questions Padma awards
ବିନେଶଙ୍କ ଫୋଗାଟଙ୍କ ସଫଳତା

ବିନେଶ ଫୋଗାଟ କହିଛନ୍ତି କେଉଁମାନେ ଏହି ସମ୍ମାନଜନକ ପୁରସ୍କାର ଚୟନ କରୁଛନ୍ତି ? କେଉଁମାନେ ସମ୍ମାନିତ ହେବେ କିଏ ନିଷ୍ପତ୍ତି ନେଉଛନ୍ତି ? ଚୟନ କମିଟିରେ ପୂର୍ବତନ ଆଥଲେଟ ରହିଛନ୍ତି କି ? ଘୋଷଣା ହୋଇଥିବା ତାଲିକାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ବିନେଶ । ଅନ୍ୟପଟେ ଘୋଷିତ ତାଲିକାରେ ବିନେଶଙ୍କ ନାମ ନଥିବାରୁ ସେ କ୍ଷୋଭ ପ୍ରକାଶ କରିଥିବା କୁହାଯାଉଛି ।

Vinesh Phogat questions Padma awards
ଫଟୋ ସୌଜନ୍ୟ: twitter@Phogat_Vinesh

ତେବେ 25 ବର୍ଷୀୟ ବିନେଶ ଫୋଗାଟ ଜାକର୍ତ୍ତା 2018 ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ । ପ୍ରଥମ ମହିଳା ଭାରତୀୟ କୁସ୍ତି ଯୋଦ୍ଧା ଭାବେ ସ୍ବର୍ଣ୍ଣିମ ସଫଳତା ହାସଲ କରିଥିଲେ ବିନେଶ । ଏଥିସହିତ ତାଙ୍କର ପ୍ରଦର୍ଶନ ଗତ କିଛି ବର୍ଷଧରି ବେଶ ଦମଦାର ରହିଛି । ବିଭିନ୍ନ ସମ୍ମାନଜନକ ଟୁର୍ଣ୍ଣାମେଣ୍ଟରେ କୁସ୍ତିରେ ଭାରତକୁ ପଦକ ଭେଟି ଦେଇଛନ୍ତି ଏହି ଷ୍ଟାର ମହିଳା କୁସ୍ତି ଯୋଦ୍ଧା ।

Vinesh Phogat questions Padma awards
ଏସିଆନ ଗେମ୍ସରେ ସ୍ବର୍ଣ୍ଣ ବିଜେତା ବିନେଶ ଫୋଗାଟ

କଳା, ସାହିତ୍ୟ, କ୍ରୀଡା, ମନୋରଞ୍ଜନ, ସମାଜସେବା ସମେତ ସମାଜର ବିଭିନ୍ନ ବର୍ଗରେ ଉଲ୍ଲେଖନୀୟ ପ୍ରଦର୍ଶନ ସହ ଜୀବନ ବ୍ୟାପି ସାଧନାକୁ ଏହି ପୁରସ୍କାର ପରିଚୟ ପ୍ରଦାନ କରିଥାଏ । ଚଳିତ ବର୍ଷ ଏନେଇ ଭାରତ ସରକାରଙ୍କ ପକ୍ଷରୁ ଦେଶର ଅନନ୍ୟ ବ୍ୟକ୍ତିବିଶେଷ ଓ 141 ଜଣ ବିଶେଷ ପ୍ରତିଭାଙ୍କୁ ପଦ୍ମ ପୁରସ୍କାର ପ୍ରଦାନ ପାଇଁ ଘୋଷଣା ହୋଇଛି । ଏହି ତାଲିକାରେ 7ଜଣଙ୍କୁ ପଦ୍ମବିଭୁଷଣ, 16 ଜଣଙ୍କୁ ପଦ୍ମ ଭୁଷଣ ଓ 118 ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ଘୋଷଣା ହୋଇଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.