ETV Bharat / sports

କୋଭିଡ-19: ସିଙ୍ଗାପୁର ଫର୍ମୁଲା ୱାନ ଗ୍ରାଣ୍ଡପ୍ରିକ୍ସ ବାତିଲ

କୋରୋନା ଭାଇରସ କଟକଣା କାରଣରୁ ବାତିଲ ହେଲା ଫର୍ମୁଲା ୱାନର ଚଳିତ ବର୍ଷର ସିଙ୍ଗାପୁର ଗ୍ରାଣ୍ଡ ପ୍ରିକ୍ସ । ଅଧିକ ପଢନ୍ତୁ...

Singapore F1 Grand Prix called off due to Covid
କୋଭିଡ-19: ସିଙ୍ଗାପୁର ଫର୍ମୁଲାୱାନ ଗ୍ରାଣ୍ଡପ୍ରିକ୍ସ ବାତିଲ
author img

By

Published : Jun 5, 2021, 10:44 PM IST

ସିଙ୍ଗାପୁର: କୋରୋନା ଭାଇରସ କଟକଣା କାରଣରୁ ବାତିଲ ହେଲା ଫର୍ମୁଲା ୱାନର ଚଳିତ ବର୍ଷର ସିଙ୍ଗାପୁର ଗ୍ରାଣ୍ଡ ପ୍ରିକ୍ସ । ଏହି ମେଗା ଇଭେଣ୍ଟ ବାତିଲ ନେଇ ସ୍ଥାନୀୟ ଆୟୋଜକ କମିଟି ଘୋଷଣା କରିଛି ।

"ଦ୍ବିତୀୟ ବର୍ଷ ପାଇଁ ଇଭେଣ୍ଟ ବାତିଲ କରିବା ନିଷ୍ପତ୍ତି କଷ୍ଟକର ଥିଲା । ମାତ୍ର ସିଙ୍ଗାପୁରରେ ଲାଗୁଥିବା କଟକଣାକୁ ଦୃଷ୍ଟିରେ ରଖି ଏହା ସମ୍ଭବପର ନୁହେଁ ।" ଏହା କହିଛନ୍ତି, ସିଙ୍ଗାପୁର ଜିପି ପିଟିଇ ଲିମିଟେଡର ଡେପୁଟି ଚେୟାରପର୍ସନ କଲିନ ସିନ ।

ଅକ୍ଟୋବର 3ରୁ ଏହି ରେସ୍‌ ଇଭେଣ୍ଟ ହେବାନେଇ ସୂଚୀ ରହିଥିଲା । ମାତ୍ର କୋଭିଡ-19 କଠିନ ସ୍ଥିତିରେ ଅନ୍ୟ ବକଳ୍ପ ନାହିଁ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି ।

ସମସ୍ତ ଅଂଶଗ୍ରହଣକାରୀ, ପ୍ରଶଂସକଙ୍କ ସୁରକ୍ଷା ପ୍ରାଥମିକତା ଦିଆଯିବା ସହ ଇଭେଣ୍ଟ ବାତିଲ ନିଷ୍ପତ୍ତି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.