ETV Bharat / sports

ମହାନଦୀରେ ବୋଟିଂର ମଜା, ସିଲଭର ସିଟି ବୋଟ କ୍ଳବକୁ ନେଇ ବଢୁଛି ଉତ୍ସାହ

author img

By

Published : Feb 23, 2021, 10:37 PM IST

ଜେଟ ସ୍କି ରେ ବସି ମହାନଦୀର ଅକାତକାତ ପାଣିରେ ମଜା ଉଠାଇପାରିବେ । ପାୱର ବୋଟ୍‌, ପ୍ୟାଡଲ୍‌ ଚଳିତ ବୋଟ୍‌ର‌ ମଧ୍ଯ ମଜା ଉଠାଇବେ ପର୍ଯ୍ୟଟକ । ଅଧିକ ପଢନ୍ତୁ..

SilverCity Boat Club, CTC is likey to fulfill all needs for  boting lover
ମହାନଦୀରେ ବୋଟିଂର ମଜା, ସିଲଭରସିଟି ବୋଟ କ୍ଳବକୁ ନେଇ ବଢୁଛି ଉତ୍ସାହ

କଟକ: ସିସୋର ଘାଟରେ ପୁଣି ଥରେ ଆରମ୍ଭ ହେବ ଜଳ କ୍ରୀଡା । ଏଥିପାଇଁ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଥିବା ଘାଟ ପୁନରୁଦ୍ଧାର ସହ ନୂଆ ଲୁକ ଦେବା ପାଇଁ ଚେଷ୍ଟା ଜାରି ରଖିଛି ଜିଲ୍ଲା ପ୍ରଶାସନ। ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ଵାରା ପରିଚାଳିତ ହେବାକୁ ଥିବା ଏହି ଜଳକ୍ରୀଡା କମ୍ପ୍ଲେକ୍ସର ନାଁ ରହିଛି ସିଲଭରସିଟି ବୋଟ କ୍ଳବ୍‌ । ସେପଟେ ଏହି ଯୋଜନାକୁ ନେଇ ବେଶ୍‌ ଖୁସି କଟକବାସୀ ।

ଦୀର୍ଘ ଦିନର ବ୍ୟବଧାନ ପରେ କଟକର ସିସୋର ଘାଟରେ ଦେଖିବାକୁ ମିଳିବ ୱାଟର ସ୍ପୋର୍ଟସ। ଜେଟ ସ୍କି ରେ ବସି ମହାନଦୀର ଅକାତକାତ ପାଣିରେ ମଜା ଉଠାଇବେ ପର୍ଯ୍ୟଟକ । ଏହାସହ ପାୱର ବୋଟ୍‌, ପ୍ୟାଡଲ୍‌ ଚଳିତ ବୋଟ୍ର‌ ମଧ୍ୟ ମଜା ଉଠାଇବେ । ଏଥିପାଇଁ ଏହି ଘାଟକୁ 60 ଫୁଟ ଗଭୀର କରାଯାଇଛି । ନୂଆ କରି ଭାସମାନ ଜେଟର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏହାସହ ଦୀର୍ଘ ଦିନ ହେବ ପରିତ୍ୟକ୍ତ ଅବସ୍ଥାରେ ପଡି ରହିରହିବା ସ୍ଥାନକୁ ମଧ୍ୟ ପୁନଃ ନୂଆ କରି ଗଢୁଛି ଜିଲା ପ୍ରଶାସନ । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଖେଳିଯାଇଛି ଖୁସିର ଲହରୀ

କଟକ ଜିଲା ପ୍ରସାସନ ଏହି ସ୍ଥାନର ଭିତ୍ତିଭୂମିକୁ ମଜଭୁତ କରୁଥିଲା ବେଳେ ସିଲଭରସିଟି ବୋଟ୍‌ କ୍ଳବକୁ ପରିଚାଳନା କରିବ ରାଜ୍ୟ ପର୍ଯ୍ୟଟନ ବିଭାଗ । ଏହି କ୍ଳବରେ ଗୋଟିଏ ରେସ୍ତୋରାଁ, କ୍ୟାଫେଟେରିଆ ଆଦି ସୁବିଧା ଉପଲବ୍ଧ ରହିବ । ମଜା ନେବାକୁ ଚାହୁଁଥିବା ବ୍ୟକ୍ତି ମାନଙ୍କ ପାଇଁ ଟିକେଟ କାଉଣ୍ଟର ମଧ୍ୟ ରହିବ। ଯାହା ସକାଳ ୯.00 ରୁ ସନ୍ଧ୍ୟା 5.00 ପର୍ଯ୍ୟନ୍ତ ଖୋଲା ରହିବ । ଦୈନିକ ଏହି ବୋଟ କ୍ଳବରେ ଏକ ହଜାର ଲୋକ ଆସି ପାରିବେ। ଏହାସହ ଚୌଦାର ବିରୂପା ନଦୀରେ ମଧ୍ୟ ଏହିପରି ୱାଟର ସ୍ପୋର୍ଟସ କମ୍ପ୍ଲେକ୍ସର କାମ ମଧ୍ୟ ଆରମ୍ଭ ହୋଇଛି । ଏହି ପ୍ରକ୍ରିୟା କଟକର ପର୍ଯ୍ୟଟନକୁ ଆହୁରି ମଜଭୁତ କରିବା ନେଇ କହିଛନ୍ତି କଟକ ଜିଲ୍ଲାପାଳ ।

ଆସନ୍ତା ଏପ୍ରିଲ ମାସରେ ଏହି ବୋଟ କ୍ଳବର ଉଦଘାଟନ କରିବାକୁ ଲକ୍ଷ୍ୟ ରଖିଛି ଜିଲା ପ୍ରଶାସନ । ତେବେ ନୂଆ ପରିଚୟରେ ସାରା ଓଡ଼ିଶା ବାସୀ ଏହି ସ୍ଥାନକୁ ନିଶ୍ଚୟ ଆସିବେ, ଏନେଇ ସମସ୍ତେ ଆଶାବାଦୀ ।

କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.