ETV Bharat / sports

10,000 ମିଟର ଦୌଡରେ ସିଫାନ ହସନଙ୍କ ବିଶ୍ବ ରେକର୍ଡ

ମହିଳା 10,000 ମିଟର ଦୌଡ ବିଶ୍ବ ରେକର୍ଡକୁ ଭଙ୍ଗ କରିଛନ୍ତି, ନେଦରଲାଣ୍ଡର ଲମ୍ବା-ଦୂରତା ଧାବିକା ସିଫାନ ହସନ । ଅଧିକ ପଢନ୍ତୁ...

Sifan Hassan smashes women's 10,000 metres world record
10,000 ମିଟର ଦୌଡରେ ସିଫାନ ହସନଙ୍କ ବିଶ୍ବ ରେକର୍ଡ
author img

By

Published : Jun 6, 2021, 10:26 PM IST

ହାଇଦ୍ରାବାଦ: ନେଦରଲାଣ୍ଡର ଲମ୍ବା-ଦୂରତା ଧାବିକା ସିଫାନ ହସନ ମହିଳା 10,000 ମିଟର ଦୌଡ ବିଶ୍ବ ରେକର୍ଡକୁ ଭଙ୍ଗ କରିଛନ୍ତି । 10,000 ମିଟର ଦୌଡକୁ 29 ମିନିଟ 6.82 ସେକେଣ୍ଡରେ ପହଞ୍ଚି ରବିବାର ନୂଆ ବିଶ୍ବ ରେକର୍ଡ ନିଜ ନାମରେ କରିଛନ୍ତି ସିଫାନ । ନିଜ ଘରୋଇ ମାଟି ହେଙ୍ଗଲୋରେ ସେ ଏହି ନୂଆ କିର୍ତ୍ତୀମାନର ଅଧିକାରୀ ହୋଇଥିବା ୱାର୍ଲ୍ଡ ଆଥଲେଟିକ୍ସ ପକ୍ଷରୁ ସୂଚନା ମିଳିଛି ।

ପୂର୍ବରୁ ଇଥିଓପିଆର ଆଲମଜ ଆୟନାଙ୍କ ନାମରେ ଏହି ରେକର୍ଡ ରହିଥିଲା । ରିଓ ଅଲମ୍ପିକ୍ସରେ 29:17:45 ରେ ନିର୍ଦ୍ଧାରିତ ଦୂରତାରୁ ଅତିକ୍ରମ କରି ବିଶ୍ବ ରେକର୍ଡ କରିଥିଲେ । ତେବେ ହସନ 10 ସେକେଣ୍ଡରୁ ଅଧିକ ସମୟ ସଞ୍ଚୟ କରି ସମାନ ଦୂରତାକୁ ଅତିକ୍ରମ କରିଛନ୍ତି ।

ପୂର୍ବରୁ ବିଶ୍ବ ଚମ୍ପିଆନ ରହିସାରିଥିବା ହସନ 2019ରେ ଦୋହାରେ ସ୍ବର୍ଣ୍ଣ ପଦକ ବିଜେତା ରହିଥିଲେ । ଟୋକିଓ ଅଲମ୍ପିକ୍ସକୁ ଆଉ ଅଳ୍ପ ଦିନ ଥିବାବେଳେ 28 ବର୍ଷିୟା ହସନଙ୍କ ଏହି ପ୍ରଦର୍ଶନ ଡଚ୍‌ବାସୀଙ୍କୁ ଉତ୍ସାହିତ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.