ନୂଆଦିଲ୍ଲୀ: ପ୍ୟାରିସ ଅଲମ୍ପିକ୍ସ ପାଇଁ ଭାରୀତୟ ଆଥଲେଟଙ୍କ ଯୋଗ୍ୟତା ଅର୍ଜନ । ସୁଟର ଅଖିଳ ସେଓରାନଙ୍କୁ 2024 ପ୍ୟାରିସ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ମିଳିଛି । ଚଳିତ ଆଇଏସଏସଏଫ ବିଶ୍ବ ଚାମ୍ପିଅନସିପରେ ମେହୁଲି ଘୋଷଙ୍କ ପରେ ଦ୍ବିତୀୟ ଭାରତୀୟ ସୁଟର ଭାବେ ଅଖିଳ ସେଓରାନ ଅଲମ୍ପିକ୍ସ ଟିକେଟ୍ ହାସଲ କରିଛନ୍ତି । ସୁଟିଂ ଇଭେଣ୍ଟରେ ବ୍ରୋଞ୍ଜ୍ ମେଡାଲ ଜିତିବା ସହ ପଞ୍ଚମ ଭାରତୀୟ ଭାବେ ସେ ପ୍ୟାରିସ ଅଲମ୍ପିକ୍ସ କୋଟା ସ୍ଥାନ ପକ୍କା କରି ଯୋଗ୍ୟତା ଅର୍ଜନ କରିଛନ୍ତି । ଟିମ୍ ଇଭେଣ୍ଟରେ ଅଖିଳଙ୍କ ନେତୃତ୍ବରେ ଭାରତ ସ୍ବର୍ଣ୍ମଣ ପଦକ ହାସଲ ଜିତିବାରେ ସଫଳ ହୋଇଛି ।
-
Super Sunday for India 🇮🇳
— SAI Media (@Media_SAI) August 20, 2023 " class="align-text-top noRightClick twitterSection" data="
With another #Paris2024 Olympic Quota & medal at the @issf_official #WorldChampionship 2023, it's indeed an action filled day for 🇮🇳#TOPSchemeAthlete Akhil Sheoran wins a🥉in Men's 50m Rifle 3 Positions Event🔫, scoring 450 points in the final & an… pic.twitter.com/h1TE1Bbjwl
">Super Sunday for India 🇮🇳
— SAI Media (@Media_SAI) August 20, 2023
With another #Paris2024 Olympic Quota & medal at the @issf_official #WorldChampionship 2023, it's indeed an action filled day for 🇮🇳#TOPSchemeAthlete Akhil Sheoran wins a🥉in Men's 50m Rifle 3 Positions Event🔫, scoring 450 points in the final & an… pic.twitter.com/h1TE1BbjwlSuper Sunday for India 🇮🇳
— SAI Media (@Media_SAI) August 20, 2023
With another #Paris2024 Olympic Quota & medal at the @issf_official #WorldChampionship 2023, it's indeed an action filled day for 🇮🇳#TOPSchemeAthlete Akhil Sheoran wins a🥉in Men's 50m Rifle 3 Positions Event🔫, scoring 450 points in the final & an… pic.twitter.com/h1TE1Bbjwl
ରବିବାର ଅନୁଷ୍ଠିତ ମେଡାଲ ରାଉଣ୍ଡରେ ଅଖିଳ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଜବରଦସ୍ତ କମ୍ବ୍ୟାକ୍ କରିଥିଲେ । 450 ସ୍କୋର ସହ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଅଷ୍ଟ୍ରେଲିଆର ଆଲେକ୍ସଜାଣ୍ଡର 462.6 ଓ ଚେକ୍ ରିପବ୍ଲିକର ପ୍ରେଟ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହି ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିଥିଲେ । ଏହା ପୂର୍ବରୁ ଏହି ଇଭେଣ୍ଟର ଯୋଗ୍ୟତା ପର୍ଯ୍ୟାୟରେ ଅଖିଳ ଷଷ୍ଠା ସ୍ଥାନରେ ରହି 8ଜଣିଆ ଫାଇନାଲ ରାଉଣ୍ଡକୁ ଉତୀର୍ଣ୍ଣ ହୋଇଥିଲେ । ଆଇଏସଏସଏଫ ବିଶ୍ବ ଚମ୍ପିଆନସିପ୍ 2024 ପ୍ୟାରିସ୍ ଅଲମ୍ପିକ୍ସ ଯୋଗ୍ୟତା ପ୍ରତିଯୋଗିତା ଅଟେ । ଏଥିରେ ଦମଦାର ପ୍ରଦର୍ଶନ କରି ପ୍ୟାରିସ ଅଲମ୍ପିକ୍ସ ପାଇଁ ଟିକେଟ ହାସଲ କରିଛନ୍ତି ଅଖିଳ ।
ଅଖିଳଙ୍କ ପୂର୍ବରୁ ଭବନୀଶ ମନ୍ଦିରତା (ପୁରୁଷ ଗ୍ରୁପ), ଗତ ବିଶ୍ବ ଚମ୍ପିଆନସିପରେ ଋୁତାଶୁଂ ବାଲାସାହେବ ପାଟିଲ (ପୁରୁଷ 10 ମିଟର ଏୟର ରାଇଫଲ), ସ୍ବପ୍ନିଲ କୁସାଲ (ପୁରୁଷ 50 ମିଟର ରାଇଫଲ ଥ୍ରୀ ପୋଜିସନ ) ଏବଂ ମେହୁଲ ଘୋଷ (ମହିଳା 10 ମିଟର ଏୟାର ରାଇଫଲରେ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି ।
ପୂର୍ବରୁ ଏସିଆନ୍ ଆଥଲେଟିକ୍ ଚମ୍ପିଆନସିପରେ ଲଙ୍ଗ୍ଜମ୍ପର ଶ୍ରୀଶଙ୍କର ରୌପ୍ୟ ପଦକ ଜିତିବା ସହ 2024 ପ୍ୟାରିସ୍ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିଲେ । ଏହା ସହିତ ସୁଟର୍ ମେହୁଲି ଘୋଷ, ଭେୱନିଶ ମେଣ୍ଡିରାଟ୍ଟ, ରୁଦ୍ରାଂଶ ପାଟିଲ ଓ ସ୍ବପ୍ନିଲ କୁଶାଲ 2024 ପ୍ୟାରିସ ଅଲମ୍ପିକ୍ସ ପାଇଁ ପୂର୍ବରୁ ଯୋଗ୍ୟତା ହାସଲ କରି ସାରିଛନ୍ତି ।