ETV Bharat / sports

ମନୁ ଭାକରଙ୍କୁ ଜୁନିଅର ବିଶ୍ବ ଚମ୍ପିଆନସିପ୍‌ ତାଜ୍‌ - ମନୁ ଭାକର ନ୍ୟୁଜ

ପେରୁର ଲିମାରେ ଚାଲିଥିବା ISSF ଜୁନିଅର ବିଶ୍ବ ଚମ୍ପିଆନସିପ୍‌ରେ ସ୍ବର୍ଣ୍ଣ ଜିତିଲେ ମନୁ ଭାକର । ଅଧିକ ପଢନ୍ତୁ...

Shooter Manu Bhaker crowned Junior World Champion
ମନୁ ଭାକରଙ୍କୁ ଜୁନିଅର ବିଶ୍ବ ଚମ୍ପିଆନସିପ୍‌ ତାଜ୍‌
author img

By

Published : Oct 1, 2021, 6:51 PM IST

ନୂଆଦିଲ୍ଲୀ: ଚଳିତ ଅନ୍ତର୍ଜାତୀୟ ସୁଟିଂ ସ୍ପୋର୍ଟ ଫେଡେରେସନ(ISSF) ଜୁନିଅର ବିଶ୍ବ ଚମ୍ପିଆନସିପ୍‌ରେ ଭାରତୀୟ ଷ୍ଟାର ସୁଟର ମନୁ ଭାକରଙ୍କ ଐତିହାସିକ ପ୍ରଦର୍ଶନ । ପେରୁର ଲିମାରେ ଚାଲିଥିବା ଏହି ମେଗା ଟୁର୍ଣ୍ଣାମେଣ୍ଟର ମହିଳା ୧୦ ମିଟର ଏୟାର ପିସ୍ତଲ ପ୍ରତିଯୋଗିତାରେ ଚମ୍ପିଆନ ହୋଇଛନ୍ତି ମନୁ । ଏଥିସହ ଜୁନିଅର ବିଶ୍ବ ଚମ୍ପିଆନ ତାଜ୍‌ ପିନ୍ଧିଛନ୍ତି ।

ପ୍ରତିଯୋଗିତାରେ ମନୁ ଦମଦାର ପ୍ରଦର୍ଶନ କରିଥିଲେ । ୨୪୧.୩ ପଏଣ୍ଟ ସ୍କୋର କରିବା ସହ ପ୍ରଥମ ସ୍ଥାନରେ ରହିଥିଲେ । ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ବିଜେତା ହୋଇଛନ୍ତି ଇଶା ସିଂ । ସେହିପରି ତୁର୍କୀର ୟାସେମିନ ୟିଲମାଜ ବ୍ରୋଞ୍ଜ ପଦକ ହାତେଇଥିଲେ ।

ଏହା ଚଳିତ ପ୍ରତିଯୋଗିତାରେ ଭାରତର ପ୍ରଥମ ସ୍ବର୍ଣ୍ଣ ପଦକ । ପୂର୍ବରୁ ୧୦ ମିଟର ଏୟାର ରାଇଫଲରେ ରୁଦ୍ରାକ୍ଷ ପାଟିଲ ରୌପ୍ୟ ଓ ମହିଳା ଏୟାର ରାଇଫଲରେ ରମିତା ବ୍ରୋଞ୍ଜ ପଦକ ଜିତିଥିଲେ ।

ମହିଳା ପିସ୍ତଲ ଇଭେଣ୍ଟରେ ଭାରତର ଅନ୍ୟ ପ୍ରତିଯୋଗୀ ରିଦିମ ସଙ୍ଗୱାନ ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ହୋଇଛନ୍ତି । ଅନ୍ୟପଟେ ପୁରୁଷ ୧୦ ମିଟର ଏୟାର ପିସ୍ତଲରେ ଭାରତର ନବୀନ ଚତୁର୍ଥ, ସରବଜୋତ ସିଂହ ଷଷ୍ଠ ଓ ବିଜୟବୀର ସିଦ୍ଧୁ ଅଷ୍ଟମ ସ୍ଥାନରେ ରହିଥିଲେ ।

ବର୍ତ୍ତମାନ ସୁଦ୍ଧା ଗୋଟିଏ ସ୍ବର୍ଣ୍ଣ, ଦୁଇଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ସହିତ ଭାରତ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.