ହାଇଦ୍ରାବାଦ: ଏସିଆନ ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟର ମିକ୍ସଡ ଡବଲ୍ସ ଫାଇନାଲରେ ଭାରତୀୟ ଷ୍ଟାର ସର୍ଟଲର ସରତ କମଲ ଓ ମନିକା ବାତ୍ରା ଯୋଡି । ଦୋହାରେ ଶୁକ୍ରବାର ସେମି ମୁକାବିଲାରେ ସିଙ୍ଗାପୁରର କୋଏନ ପଙ୍ଗ ୟେ ଇନ ଓ ଲିନ ୟେଙ୍କୁ 4-2ରେ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି ।
ବିଶ୍ବ ମାନ୍ୟତାର 19 ନଂମ୍ବର ସ୍ଥାନରେ ଥିବା ଭାରତୀୟ ଯୋଡି, ଫାଇନାଲ ମୁକାବିଲାରେ ବିଶ୍ବ ମାନ୍ୟତାର 8ନମ୍ବର କୋରିଆନ ଯୋଡି ସାଙ୍ଗ୍-ସୁ ଲି ଓ ଝିଇ ଜିନଙ୍କୁ ଶନିବାର ଭେଟିବେ । ଏଥିସହ 2021 ଟୋକିଓ ଅଲମ୍ପିକ୍ସ ଯୋଗ୍ୟତା ଅର୍ଜନ ଠାରୁ ଗୋଟିଏ ବିଜୟ ଦୂରରେ ରହିଛନ୍ତି କମଲ ଓ ମନିକା ।
କୋରିଆନ ଯୋଡି ପୂର୍ବରୁ ଥାଇନାଲଣ୍ଡର ଖେଳାଳିଙ୍କୁ 4-11, 11-4, 11-4, 5-11ରେ ହରାଇ ଫାଇନାଲରେ ପହଞ୍ଚିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ