ETV Bharat / sports

ଟେବୁଲ ଟେନିସ: 10 ବର୍ଷ ପରେ ଫାଇନାଲରେ ଶରତ କମଲ

author img

By

Published : Mar 15, 2020, 11:18 PM IST

ଓମାନ ପୁରୁଷ ଏକକ ଫାଇଲାନରେ ଭାରତୀୟ ଟେବୁଲ ଟେନିସ ଖେଳାଳି ଶରତ କମଲ । ଶରତ 2010 ପରେ କୌଣସି ଆଇଟିଟିଏଫ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ନିଜ ସ୍ଥାନ ପକ୍କା କରି ପାରିନଥିଲେ । ଶେଷ ଥର ପାଇଁ 2010ରେ ମିଶର ଓପନର ଫାଇନାଲରେ ପ୍ରବେଶ କରିଥିଲେ ।

sharath kamal
sharath kamal

ମସ୍କଟ: 10 ବର୍ଷ ପରେ ଶରତ କମଲ ଆଇଟିଟିଏଫ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ରବିବାର ଦିନ ଭାରତୀୟ ଟେବୁଲ ଟେନିସ ଖେଳାଳି ଶରତ କମଲ ଋଷର କିରୀଲ କାଚକୌବଙ୍କୁ ଓମାନ ପୁରୁଷ ଏକକ ସେମିଫାଇଲାନରେ ପରାସ୍ତ କରି ଫାଇଲାନରେ ପ୍ରବେଶ କରିଛନ୍ତି ।

ସେମିଫାଇନାଲର 7ସେଟ୍‌ରେ ଦମ୍‌ଦାର ପ୍ରର୍ଦଶନ କରି କାଚକୌବଙ୍କୁ 11-13, 11-13, 13-11, 11-9, 13-11, 8-11, 11-7ରେ ମାତ୍‌ ଦେଇଛନ୍ତି ଶରତ । ଶରତ 2ଟି ସେଟ୍‌ରେ ପରାସ୍ତ ହେବା ପରେ ପରବର୍ତ୍ତୀ 5ଟି ସେଟ୍‌ରେ ସାନ୍‌ଦାର ପ୍ରଦର୍ଶନ ବଳରେ ବିଜୟ ହାସଲ କରିଥିଲେ । 37 ବର୍ଷୀୟ ଏହି ଅନୁଭବୀ ଭାରତୀୟ ଖେଳାଳି ଏକ ଘଣ୍ଟା 8ମିନିଟ୍‌ରେ ମୁକାବିଲାକୁ ନିଜ ନାଁରେ କରିଥିଲେ ।

ଶରତ 2010 ପରେ କୌଣସି ଆଇଟିଟିଏଫ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ନିଜ ସ୍ଥାନ ପକ୍କା କରି ପାରିନଥିଲେ । ଶେଷ ଥର ପାଇଁ 2010ରେ ମିଶର ଓପନର ଫାଇନାଲରେ ପ୍ରବେଶ କରିଥିଲେ । ଶରତ ଫାଇନାଲରେ ପର୍ତ୍ତୁଗାଲର ମାର୍କୋସ ଫ୍ରେଇଟସଙ୍କୁ ଭେଟିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.