ETV Bharat / sports

World Athletics U20 Championship: ଲଙ୍ଗ୍ ଜମ୍ପରେ ରୌପ୍ୟ ପଦକ ଜିତିଲେ ଶୈଲୀ ସିଂହ

୨୦ ବର୍ଷରୁ କମ ବିଶ୍ବ ଆଥଲେଟ ଚମ୍ପିଆନସିପରେ ଭାରତକୁ ମିଳିଲା ତୃତୀୟ ପଦକ । ଏହି ଚମ୍ପିଆନସିପ ଲମ୍ବ ଡିଆଁ(long jump) ଇଭେଣ୍ଟର ମହିଳା ବିଭାଗରେ ଶୈଲୀ ସିଂହ ରୌପ୍ୟ ପଦକ ହାସଲ କରିଛନ୍ତି । ଅଧିକ ପଢ଼ନ୍ତୁ...

World Athletics U20 Championship: ଲଙ୍ଗ୍ ଜମ୍ପରେ ରୌପ୍ୟ ପଦକ ଜିତିଲେ ଶୈଲୀ ସିଂହ
World Athletics U20 Championship: ଲଙ୍ଗ୍ ଜମ୍ପରେ ରୌପ୍ୟ ପଦକ ଜିତିଲେ ଶୈଲୀ ସିଂହ
author img

By

Published : Aug 22, 2021, 10:22 PM IST

ନାଇରୋବି: ୨୦ ବର୍ଷରୁ କମ୍ ବିଶ୍ବ ଆଥଲେଟ ଚମ୍ପିଆନସିପରେ ଭାରତକୁ ମିଳିଲା ତୃତୀୟ ପଦକ । ଏହି ଚମ୍ପିଆନସିପ ଲମ୍ବ ଡିଆଁ(long jump) ଇଭେଣ୍ଟର ମହିଳା ବିଭାଗରେ ଶୈଲୀ ସିଂହ ରୌପ୍ୟ ପଦକ ହାସଲ କରିଛନ୍ତି । ତୃତୀୟ ଚେଷ୍ଟାରେ ଶୈଲୀ ୬.୫୯ ମିଟର ଲମ୍ବ ଡିଆଁ ମାରି ରୌପ୍ୟ ପଦକ ହାସଲ କରିଛନ୍ତି । ଫାଇନାଲ ରାଉଣ୍ଡରେ ସ୍ବିଡେନର ମାଜା ଆସକାଗ୍ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ଫାଇନାଲ ରାଉଣ୍ଡରେ ୬.୬୦ ମିଟର ଲଙ୍ଗ ଜମ୍ପ୍ କରିଥିଲେ ।

ମାତ୍ର ୦.୧ ମିଟର ପାଇଁ ସ୍ବର୍ଣ୍ଣ ପଦକରୁ ବଞ୍ଚିତ ହୋଇଛନ୍ତି ଶୈଲୀ । ଭାରତ ପରରେ ୟୁକ୍ରେନର ମାରିଆ ହରିଲୋଭା ୬.୫୦ ମିଟର ଲଙ୍ଗ୍ ଜମ୍ପ କରି କାଂସ୍ୟ ପଦକ ହାସଲ କରିଛନ୍ତି । ଏହି ରୌପ୍ୟ ପଦକ ସହ ୨୦ ବର୍ଷରୁ କମ୍ ବିଶ୍ବ ଆଥଲେଟ ଚମ୍ପିଆନସିପରେ ଭାରତର ପଦକ ସଂଖ୍ୟା ୩ରେ ପହଞ୍ଚିଛି । ଏହାପୂର୍ବରୁ ଭାରତ ମିକ୍ସ ରିଲେ ରେସର ୪x400 ମିଟର ଇଭେଣ୍ଟରେ କାଂସ୍ୟ ପଦକ ହାସଲ କରିଛି । ଏହାସହ ୧୦୦୦୦ ମିଟର ଚଲା ରେସ୍ ଇଭେଣ୍ଟରେ ଭାରତର ଅମିତ ଖତ୍ରୀ ମଧ୍ୟ ରୌପ୍ୟ ପଦକ ହାସଲ କରିଛନ୍ତି ।

ଫାଇନାଲ ରାଉଣ୍ଡର ପ୍ରଥମ ଦୁଇ ଚେଷ୍ଟାରେ ଶୈଲୀ ୬.୩୪ ମିଟର ଡିଆଁ ମାରିଥିଲେ । ତେବେ ଏହାପରେ ତୃତୀୟ ଚେଷ୍ଟାରେ ସେ ୬.୫୯ ମିଟର ଡିଆଁ ମାରି ରୌପ୍ୟ ପଦକ ହାସଲ କରିବାରେ ସକ୍ଷମ ହୋଇଛନ୍ତି । ତେବେ ଚତୁର୍ଥ ଚେଷ୍ଟାରେ ସ୍ବିଡେନର ମାଜା ଆସକାଗ୍ ୬.୬୦ ମିଟର ଡିଆଁ ମାରିଥିଲେ । ଶୈଳୀଙ୍କ ଚତୁର୍ଥ ଓ ପଞ୍ଚମ ଚେଷ୍ଟା ଫାଉଲ ହୋଇଥିଲା । ଯାହାଫଳରେ ତାଙ୍କୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା ।

ଏହାପୂର୍ବରୁ ୧୭ ବର୍ଷୀୟ ଆଥଲେଟ ଶୈଲୀ ସିଂହ ଗ୍ରୁପ- ବି'ରେ ୬.୪୦ ମିଟର ଡିଆଁ ମାରି ଫାଇନାଲରେ ପ୍ରବେଶ କରିଥିଲେ । ନିଜ ଗ୍ରୁପରେ ସର୍ବଶୀର୍ଷରେ ରହିଥିଲେ ଶୈଳୀ ସିଂହ । ଏହାକୁ ନେଇ ଭାରତୀୟ ଆଥଲେଟିକ୍ସ ଫେଡେରେସନ ପକ୍ଷରୁ ଟ୍ବି୍ଟ୍ କରି ସୂଚନା ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.