ETV Bharat / sports

ଟୋକିଓରେ ସର୍ବିୟା ଅଲମ୍ପିକ ରୋଇଂ ଟିମ ସଦସ୍ୟଙ୍କୁ କୋରୋନା

ଜୁଲାଇ 23ରୁ ଆରମ୍ଭ ହେବାକୁ ଯାଉଛି ବିଶ୍ବ କ୍ରୀଡାର ମହାକୁମ୍ଭ ଅଲମ୍ପିକ୍ସ । ଅଧିକ ପଢନ୍ତୁ...

Serbian athlete tests positive for COVID-19 in Tokyo
ଟୋକିଓରେ ସର୍ବିୟା ଅଲମ୍ପିକ ରୋଇଂ ଟିମ ସଦସ୍ୟଙ୍କୁ କୋରୋନା
author img

By

Published : Jul 4, 2021, 3:34 PM IST

ଟୋକିଓ: କୋରୋନା କାଳରେ ବିଶ୍ବ କ୍ରୀଡାର ମହାକୁମ୍ଭ ଅଲମ୍ପିକ ଖେଳ ଚଳିତ ମାସରେ ହେବାକୁ ଯାଉଥିବାରୁ କ୍ରୀଡାଜଗତ ଚଳଚଞ୍ଚଳ ହୋଇଉଠିଛି । ଗତବର୍ଷ ଜୁଲାଇରେ ହେବାକୁ ଥିବା ମେଗା ଟୁର୍ଣ୍ଣାମେଣ୍ଟ ସଂକ୍ରମଣ ଭୟ ପାଇଁ ସ୍ଥଗିତ ରହିଥିଲା । ତେବେ ଚଳିତ ମାସ 23ରୁ ଟୋକିଓ ଅଲମ୍ପିକ ଆରମ୍ଭ ହେବାକୁ ଯାଉଥିବାବେଳେ, ଜଣେ ଆଥଲେଟ୍‌ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଟୋକିଓର ହେନେଣ୍ଡା ବିମାନବନ୍ଦରରେ ପହଞ୍ଚିବା ପରେ ସର୍ବିୟାର ଅଲମ୍ପିକ୍ସ ରୋଇଂ ଟିମର ଜଣେ ସଦସ୍ୟ କୋଭିଡ-19 ଭାଇରସ ପଜିଟିଭ ଚିହ୍ନଟ ହେଇଛନ୍ତି । ତେବେ ଏହା ପ୍ରଥମ ଘଟଣା ନୁହେଁ ଯେ, ବିଦେଶୀ ଅଲମ୍ପିକ ଟିମର କେହି ସଦସ୍ୟ ପହଞ୍ଚିବା ପରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ମାସରେ ଉଗାଣ୍ଡାର ଦୁଇଜଣ ଅଲମ୍ପିକ ଟିମ ସଦସ୍ୟ କୋରୋନା ଭାଇରସ ପଜିଟିଭି ଚିହ୍ନଟ ହୋଇଥିଲେ । ଜଣେ ସଦସ୍ୟ ନରିଟା ବିମାନବନ୍ଦରରେ ପଜିଟିଭ ଚିହ୍ନଟ ହୋଇଥିଲେ ଓ ଅନ୍ୟଜଣେ କିଛିଦିନ ପରେ ଟିମ ରହୁଥିବା ସହର ଇଜୁମିସାନୋରେ ପଜିଟିଭ ଚିହ୍ନଟ ହୋଇଥିଲେ ।

KYODO ନ୍ୟୁଜରେ ରିପୋର୍ଟ ଅନୁୟାୟୀ, ଶନିବାର ବିମାନବନ୍ଦର କ୍ବାରେଣ୍ଟିନ କେନ୍ଦ୍ରରେ ଆଣ୍ଟିଜେନ ଟେଷ୍ଟ ସମସ୍ତ 30 ବର୍ଷୀୟ ରୋଅର ପଜିଟିଭ ଚିହ୍ନଟ ହୋଇଥିଲେ । ପରେ ତାଙ୍କୁ ଆଇସୋଲେଟ କରାଯିବା ସହ ସଂସ୍ପର୍ଶରେ ଆସିଥିବା 4 ସାଥୀ ଖେଳାଳିଙ୍କୁ 2 ସପ୍ତାହ ବିମାନ ବନ୍ଦର ନିକଟରେ କ୍ବାରେଣ୍ଟିନରେ ରହିବାକୁ କୁହାଯାଇଛି ।

ଆୟୋଜକ ସହର ନାଣ୍ଟୋକୁ ଏହି 5 ରୋଅର ଯାତ୍ରା କରୁଥିଲେ । ଜୁଲାଇ 18 ପର୍ଯ୍ୟନ୍ତ ସେଠାରେ ତାଙ୍କର ଟ୍ରେନିଂ କ୍ୟାମ୍ପରେ ସାମିଲ ହେବାର ଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.