ETV Bharat / sports

CWG 2022: ସ୍କ୍ବାଶରେ ସୌରଭଙ୍କୁ ବ୍ରୋଞ୍ଜ

author img

By

Published : Aug 4, 2022, 8:46 AM IST

22ତମ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ପ୍ରଦର୍ଶନ ଉଚ୍ଚକୋଟୀର ରହିଛି । ଭାରତର ଅଭିଜ୍ଞ ସ୍କ୍ବାଶ ଖେଳାଳି ସୌରଭ ଘୋଷାଲ ବ୍ରୋଞ୍ଚ ପଦକ ହାସଲ କରିଛନ୍ତି। ଅଧିକ ପଢନ୍ତୁ

ସ୍କ୍ବାଶରେ ସୌରଭଙ୍କୁ ବ୍ରୋଞ୍ଜ
ସ୍କ୍ବାଶରେ ସୌରଭଙ୍କୁ ବ୍ରୋଞ୍ଜ

ବର୍ମିଂହାମ: 22ତମ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ପ୍ରଦର୍ଶନ ଉଚ୍ଚକୋଟୀର ରହିଛି । ବିଭିନ୍ନ ଇଭେଣ୍ଟରେ ଖାଲି ପଦକ ବର୍ଷା ହୋଇଛି । ସ୍କ୍ବାଶ ପୁରୁଷ ସିଙ୍ଗଲ୍ସରେ ଭାରତର ଅଭିଜ୍ଞ ଖେଳାଳି ସୌରଭ ଘୋଷାଲ ବ୍ରୋଞ୍ଚ ପଦକ ହାସଲ କରିଛନ୍ତି । ପୁରୁଷ ସିଙ୍ଗଲ୍ସ ବର୍ଗରେ ତୃତୀୟ ସ୍ଥାନ ପାଇଁ ଅନୁଷ୍ଠିତ ମୁକାବିଲାରେ ଇଂଲଣ୍ଡର ଜେମ୍ସ ୱିଲଷ୍ଟ୍ରିପଙ୍କୁ 11-8,11-1, 11-4 ଗେମରେ ପରାସ୍ତ କରିଥିଲେ ସୌରଭ । 2018ରେ ୱିଲଷ୍ଟ୍ରିପ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏଥର ସେ ନିରାଶ କରିଛନ୍ତି । 35 ବର୍ଷୀୟ ସୌରଭ ନିଜକୁ ପ୍ରମାଣ କରିଛନ୍ତି ।

  • BRONZE FOR SAURAV! 🥉

    Our talented Squash player @SauravGhosal 🎾 clinches Bronze after getting past James Willstrop of England 3-0 (11-6, 11-1, 11-4) in the Bronze medal match 🇮🇳

    Way to go Saurav 🔥

    Congratulations! 🇮🇳's 1st medal in Squash this #CWG2022 👏#Cheer4India pic.twitter.com/At5VcvRfH0

    — SAI Media (@Media_SAI) August 3, 2022 " class="align-text-top noRightClick twitterSection" data=" ">

ମ୍ୟାଚର ପ୍ରଥମ 18 ମିନିଟ ତୀବ୍ର ପ୍ରତିନ୍ଦ୍ବତିତା ହୋଇଥିଲା । ସୌରଭ ଘୋଷାଲ ଶକ୍ତିଶାଳୀ ସାବ୍ୟସ୍ତ ହୋଇଥିଲେ । ତାଙ୍କର କଠିନ ପରିଶ୍ରମ ପାଇଁ ଦମଦାର ପ୍ରଦର୍ଶନ କରି ଆଗୁଆ ରହିଥିଲେ । 11-6 11-1 11-4 ମ୍ୟାଚଟିକୁ ଜିତି ନେଇଥିଲେ ।

ଏହା ବି ପଢନ୍ତୁ...ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ସହ ଟି-୨୦ ଓ ODI ସିରିଜ ଖେଳିବ ଭାରତ, ଖେଳସୂଚୀ ଜାରି

ପଦକ ଜିତିବା ପରେ ଭାବବିହ୍ବଳ ହୋଇ ପଡିଥିଲେ ସୌରଭ । ଖୁସିରେ ତାଙ୍କ ଆଖିରେ ଲୁହ ଆସି ଯାଇଥିଲା । ପୂର୍ବରୁ ସେମିଫାଇନାରେ ଜବରଦସ୍ତ ଲଢେଇ କରିଥିଲେ ମଧ୍ୟ ସୌରଭ ବିଶ୍ବର 2 ନମ୍ବର ଖେଳାଳି ନ୍ୟୁଜିଲାଣ୍ଡ ପଲ କୁଲଙ୍କର ଠାରୁ (11-9 11-4 11-1) ପରାସ୍ତ ହୋଇ ଫାଇନାଲ ଖେଳିବାରୁ ବଞ୍ଚିତ ହୋଇଥିଲେ ।

କମନୱେଲଥରେ ସୌରଭଙ୍କର ଏହା ଦ୍ବିତୀୟ ପଦକ । 2018 ମିଶ୍ରତ ଡବଲ୍ସ ସ୍କ୍ବାଶରେ ଦୀପିକା ପାଲିକାଲଙ୍କ ସହ ରୌପ୍ୟ ପଦକ ଜିତିଥିଲେ ସୌରଭ । ଏହା ପୂର୍ବରୁ 2018 ଏସୀୟ କ୍ରୀଡାରେ ସେ ପୁରୁଷ ସିଙ୍ଗଲ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.