ନୂଆଦିଲ୍ଲୀ: ଇଣ୍ଡୋନେସିଆ ଓପନ୍ ୱାର୍ଲଡ ଟୁର ସୁପର-୧୦୦୦ ଟୁର୍ଣ୍ଣାମେଣ୍ଟରେ ପୁରୁଷ ଯୁଗଳ ବର୍ଗରେ ଇତିହାସ ରଚିଲେ ଭାରତର ଷ୍ଟାର ସଟ୍ଲର୍ ସାତ୍ବିକସାଇରାଜ ରଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ । ପ୍ରଥମ ଥର ପାଇଁ ଭାରତ ନାଁରେ ହୋଇଛି ଏହି ଟାଇଟଲ୍ । ରବିବାର ଖେଳାଯାଇଥିବା ଏହି ଫାଇନାଲ ମୁକାବିଲାରେ ସାତ୍ବିକ ଓ ଚିରାଗ ମାଲେସିଆର ଆରୋନ ଚିୟା ଏବଂ ବୁୟିକ ସୋହଙ୍କୁ ୨୧-୧୭, ୨୧-୧୮ ଦୁଇଟି ସିଧା ସେଟ୍ରେ ପରାସ୍ତ କରିଛନ୍ତି । ଯାହା ଫଳରେ ଏବହି ଟୁର୍ଣ୍ଣାମେଣ୍ଟର ଯୁଗଳ ବର୍ଗରେ ପ୍ରଥମ ଥର ପାଇଁ ଭାରତ ଏହି ଟାଇଟଲ୍ ହାସଲ କରିଛି ।
-
SAT-CHI, the History Makers 🥳
— SAI Media (@Media_SAI) June 18, 2023 " class="align-text-top noRightClick twitterSection" data="
The duo finished #IndonesiaOpen2023 in style after beating ruling world champions, 🇲🇾's Chia & Soh 21-17 & 21-18 in the Dream Final match 🥳
Many congratulations to both the CHAMPIONS 🥳👏@satwiksairaj @Shettychirag04 pic.twitter.com/oZ3ZTRV1xo
">SAT-CHI, the History Makers 🥳
— SAI Media (@Media_SAI) June 18, 2023
The duo finished #IndonesiaOpen2023 in style after beating ruling world champions, 🇲🇾's Chia & Soh 21-17 & 21-18 in the Dream Final match 🥳
Many congratulations to both the CHAMPIONS 🥳👏@satwiksairaj @Shettychirag04 pic.twitter.com/oZ3ZTRV1xoSAT-CHI, the History Makers 🥳
— SAI Media (@Media_SAI) June 18, 2023
The duo finished #IndonesiaOpen2023 in style after beating ruling world champions, 🇲🇾's Chia & Soh 21-17 & 21-18 in the Dream Final match 🥳
Many congratulations to both the CHAMPIONS 🥳👏@satwiksairaj @Shettychirag04 pic.twitter.com/oZ3ZTRV1xo
ସାତ୍ବିକ ଓ ଚିରାଗଙ୍କ ଯୋଡି ସେମିଫାଇନାଲରେ କୋରିଆର ମିନ ହ୍ୟୁକ କାଙ୍ଗ ଏବଂ ସେଉଙ୍ଗ ଜେ ସେଓଙ୍କ ଯୋଡ଼ିକୁ ୧୭-୨୧, ୨୧-୧୯, ୨୧-୧୮ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ । ଫଳରେ ବିଶ୍ବ ରାଙ୍କିଂରେ ଷଷ୍ଠ ସ୍ଥାନରେ ଥିବା ଭାରତୀୟ ଯୋଡି ପ୍ରଥମ ଥର ପାଇଁ କୌଣସି BWF ସୁପର ୧୦୦୦ (Badminton World Federation Super 1000) ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଥିଲେ ।
ଫାଇନାଲ୍ ମୁକାବିଲା ସମୟରେ ପ୍ରଥମାର୍ଦ୍ଧ ଆରମ୍ଭରେ ସାତ୍ବିକ ଓ ଚିରାଗଙ୍କ ଯୋଡି ମାଲେସିଆର ଆରୋନ ଚିୟା ଏବଂ ବୁୟିକ ସୋହଙ୍କ ଅପେକ୍ଷା କିଛିମାତ୍ରାରେ ପଛରେ ପଡ଼ିଯାଇଥିବା ଭଳି ନଜର ଆସିଥିଲେ । କିନ୍ତୁ ପରେ ଉଭୟ ଜୋରଦାର କମ୍ବ୍ୟାକ୍ କରିଥିଲେ । ବ୍ରେକ୍ ସୁଦ୍ଧା ୧୧-୯ରେ ଲିଡ୍ରେ ରହିଥିଲେ ଏହି ଭାରତୀୟ ଯୋଡ଼ି । ଏହାପରେ ମ୍ୟାଚ୍ରେ ନିଜର ଦବ୍ଦବା ବଜାୟ ରଖିବା ସହ ସହଜରେ ପ୍ରଥମ ଗେମ୍କୁ ନିଜ ନାଁରେ କରିଥିଲେ ସାତ୍ବିକ୍ ଓ ଚିରାଗ । ଏହାପରେ ଦ୍ବିତୀୟ ଗେମ୍ରେ ଦୁଇ ଟିମ୍ ମଧ୍ୟରେ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ଦେଖିବାକୁ ମିଳିଥିଲା । କିନ୍ତୁ ୨୧-୧୮ରେ ଭାରତୀୟ ଯୋଡ଼ି ଗେମ୍ ଜିତିବା ସହ ପ୍ରଥମ ଥର ପାଇଁ ଟାଇଟଲ ହାତେଇଥିଲେ । ୪୩ ମିନିଟ୍ ଧରି ଏହି ଫାଇନାଲ ମୁକାବିଲା ଚାଲିଥିଲା ।
ଏହା ମଧ୍ୟ ପଢ଼ନ୍ତୁ...Intercontinental Cup: ଆଜି ଭାରତ ଲେବାନନ ମହାମୁକାବିଲା
ସାତ୍ବିକସାଇରାଜ ରଙ୍କିରେଡ୍ଡୀ ଏବଂ ଚିରାଗ ସେଟ୍ଟୀ ଚଳିତ ବର୍ଷ ସ୍ବିସ୍ ଓପନ୍ ସୁପର ସିରିଜ୍ ୩୦୦ ଟୁର୍ଣ୍ଣାମେଣ୍ଟର ପୁରୁଷ ଯୁଗଳ ବର୍ଗରେ ଟାଇଟଲ ଜିତିଥିଲେ । ଉଭୟ ୨୦୨୨ରେ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ବର୍ଣ୍ଣ ପଦକ ସମେତ ସମୁଦାୟ ୩ ଟାଇଟଲ ଜିତିଥିଲେ । ବିଶ୍ବ ଚମ୍ପିଆନ୍ସିପ୍ରେ ମଧ୍ୟ ବ୍ରୋଞ୍ଜ ପଦକ ହାସଲ କରିଥିଲେ ସାତ୍ବିକ୍ ଓ ଚିରାଗ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ