ETV Bharat / sports

Asian Games 2023: ପୁରୁଷ ଡବଲ୍ସ ବ୍ୟାଟମିଣ୍ଟନରେ ଭାରତକୁ ସ୍ବର୍ଣ୍ଣ - ଏସୀୟ କ୍ରୀଡାର14 ତମ ଦିନ

ଏସୀୟ କ୍ରୀଡାରେ ପୁରୁଷ ଡବଲ୍ସ ବ୍ୟାଟମିଣ୍ଟନ ଫାଇନାଲରେ ଭାରତକୁ ସ୍ବର୍ଣ୍ଣ । ଅଧିକ ପଢନ୍ତୁ

Badminton Mens Doubles finals
Badminton Mens Doubles finals
author img

By ETV Bharat Odisha Team

Published : Oct 7, 2023, 3:14 PM IST

ହଙ୍ଗଝୌ:ଏସୀୟ କ୍ରୀଡାର 14 ତମ ଦିନରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ । ପୁରୁଷ ଡବଲ୍ସ ବ୍ୟାଟମିଣ୍ଟନ ଫାଇନାଲରେ ଭାରତକୁ ସ୍ବର୍ଣ୍ଣ । ପ୍ରଥମ ଥର ପାଇଁ ବ୍ୟାଟମିଣ୍ଟନରେ ପୁରୁଷ ଯୁଗଳ ଯୋଡି ସ୍ବର୍ଣ୍ଣ ପଦକ ହାସଲ କରିଛି । ଭାରତୀୟ ପୁରୁଷ ଯୁଗଳ ଯୋଡି ସାତ୍ତ୍ବିକ ସାଇରାଜ ରଙ୍କିରେଡୀ ଓ ଚିରାଗ ସେଟ୍ଟୀ ଫାଇଲାରେ ବିଜୟୀ ହୋଇଛନ୍ତି । ଏହାକୁ ମିଶାଇ ଭାରତର ପଦକ ସଂଖ୍ୟା 101ରେ ପହଞ୍ଚିଛି । ଆଜିର ଦିନରେ ବର୍ତ୍ତମାନ ସୁଦ୍ଧା ଭାରତ 3ଟି ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ଗୋଟିଏ ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ହାସଲ କରିଛି।

ଏହା ମଧ୍ୟ ପଢନ୍ତୁ-Asian Games 2023: ଏସିଆ ଗେମ୍ସରେ ଭାରତର ପଦକ ସଂଖ୍ୟା 100 ଛୁଇଁଲା, ମହିଳା କବାଡିରେ ସ୍ବର୍ଣ୍ଣ

ଏସୀୟ କ୍ରୀଡାରେ ଭାରତ 26ଟି ସ୍ବର୍ଣ୍ଣ, 35 ରୌପ୍ୟ ଓ 40ଟି ବ୍ରୋଞ୍ଜ ପଦକ ହାସଲ କରିଛି । ଏସୀୟ କ୍ରୀଡାରେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଚମତ୍କାର ପୂର୍ଣ୍ଣ ରହି ଆସିଛି । ଗୋଟିଏ ପରେ ଗୋଟିଏ ପଦକ ହାସଲକରି ଚାଲିଛନ୍ତି ଭାରତୀୟ କ୍ରୀଡାବିତ। ଯେଉଁଥି ପାଇଁ ଏସୀୟ କ୍ରୀଡାର 14 ତମ ଦିନରେ ଭାରତର ପଦକ ସଂଖ୍ୟା 100 ପାର କରିଛି । ଆଜି ସକାଳୁ ସକାଳୁ ଏସୀୟ କ୍ରୀଡାରେ ଭାରତର ପଦକ ବର୍ଷା ହୋଇଥିଲା । ତୀରନ୍ଦାଜରେ ଭାରତକୁ ଦୁଇଟି ସ୍ବର୍ଣ୍ଣ ପଦକ ମିଳିଛି । ମହିଳା ଓ ପୁରୁଷ କମ୍ପାଉଣ୍ଡ ଇଭେଣ୍ଟରେ ଭାରତୀୟ ତୀରନ୍ଦାଜ ଷ୍ଟାର ଜ୍ୟୋତି ସୁରେଖା ଓ ପ୍ରବୀଣ ଓଜାସ ଡେଓଟେଲ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ପୁରୁଷ କମ୍ପାଉଣ୍ଡ ଇଭେଣ୍ଟରେ ଅଭିଶେଖ ରୌପ୍ୟ ପଦକ ହାସଲ କରିଛନ୍ତି । ମହିଳା କମ୍ପାଉଣ୍ଡ ଇଭେଣ୍ଟରେ ଇଣ୍ଡୋନେସିଆକୁ ପରାସ୍ତ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ଗୋପୀଚାନ୍ଦ ସ୍ୱାମୀ । 19ତମ ଏସୀୟ କ୍ରୀଡାରେ ଭାରତର ପଦକ ସଂଖ୍ୟା ପ୍ରଥମ ଥର ପାଇଁ 100 ପାର କରିଛି । ଏଥିପାଇଁ ଭାରତୀୟ କ୍ରୀଡାବିତଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

ପ୍ରକାଶ ଥାଉକି, ଚୀନରେ ଚାଲିଥିବା 19ତମ ଏସୀୟ କ୍ରୀଡାରେ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଜାରି ରହିଛି । ମୋଟ 101 ପଦକ ସହ ଚତୁର୍ଥ ସ୍ଥାନରେ ରହିଛି ଭାରତ । ସର୍ବାଧିକ ପଦକ ସହ ଆୟୋଜକ ଚୀନ ପ୍ରଥମ ସ୍ଥାନରେ ରହିଥିବା ବେଳେ ଜାପାନ ଦ୍ବିତୀୟ ଓ ଦକ୍ଷିଣ କୋରିଆ ତୃତୀୟ ସ୍ଥାନରେ ରହିଛି । ଏସୀୟ କ୍ରୀଡାରେ 101ଟି ପଦକ ହାସଲ କରି ଇତିହାସ ରଚିଛି ଭାରତ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.