ETV Bharat / sports

ପ୍ରଥମ ସନ୍ତରଣକାରୀ ଭାବେ ସଜନଙ୍କୁ ଟୋକିଓ ଅଲମ୍ପିକ ଟିକଟ

author img

By

Published : Jun 26, 2021, 10:02 PM IST

ପ୍ରଥମ ଭାରତୀୟ ପୁରୁଷ ସନ୍ତରଣକାରୀ ଭାବେ ଟୋକିଓ ଅଲମ୍ପିକକୁ ଉତୀର୍ଣ୍ଣ ହେଲେ ସଜନ ପ୍ରକାଶ । ଅଧିକ ପଢ଼ନ୍ତୁ...

Sajan Prakash, 1st Indian swimmer to qualify for Tokyo 2020,  Tokyo 2020, ଟୋକିଓ ଅଲମ୍ପିକରେ ସ୍ଥାନ ପକ୍କା, ଟୋକିଓ ଅଲମ୍ପିକକୁ ଉତିର୍ଣ୍ଣ ହେଲେ ସଜନ ପ୍ରକାଶ, ଭାରତୀୟ ପୁରୁଷ ସନ୍ତରଣକାରୀ
ପ୍ରଥମ ସନ୍ତରଣକାରୀ ଭାବେ ଟୋକିଓ ଅଲମ୍ପିକରେ ସ୍ଥାନ ପକ୍କା କଲେ ସଜନ

ନୂଆଦିଲ୍ଲୀ: ପ୍ରଥମ ଭାରତୀୟ ପୁରୁଷ ସନ୍ତରଣକାରୀ ଭାବେ ଟୋକିଓ ଅଲମ୍ପିକକୁ ଉତୀର୍ଣ୍ଣ ହେଲେ ସଜନ ପ୍ରକାଶ । ରୋମରେ ଅନୁଷ୍ଠିତ ହେଉଥିବା ସେଟେ କୋଲି ଟ୍ରଫି ପ୍ରତିଯୋଗିତାରେ 1:56:38 ସମୟ ମଧ୍ୟରେ 200 ମିଟର ବଟରଫ୍ଲାଏ ଇଭେଣ୍ଟରେ ଯୋଗ୍ୟତା ହାସଲ କଲେ ସଜନ । ଅଲମ୍ପିକ ଯୋଗ୍ୟତା ପାଇଁ 1:56:48ସମୟ ଥିଲା କଟଅଫ୍‌ । ଭାରତୀୟ କ୍ରୀଡ଼ା ପ୍ରାଧିକରଣ ପକ୍ଷରୁ ସୂଚନା ।

  • Historic moment in Indian Swimming !!! Sajan Prakash breaks the glass ceiling clocks 1:56.38 an Olympic qualification time. CONGRATULATIONS pic.twitter.com/WIEnvdlfbK

    — @swimmingfederationofindia (@swimmingfedera1) June 26, 2021 " class="align-text-top noRightClick twitterSection" data=" ">

ଶୁକ୍ରବାର ଶ୍ରୀହରି ନଟରାଜ ମାତ୍ର 5 ସେକେଣ୍ଡ ପାଇଁ ପ୍ରଥମ ପୁରୁଷ ସନ୍ତରଣକାରୀ ଭାବେ ଟୋକିଓ ଅଲମ୍ପିକକୁ ଉତୀର୍ଣ୍ଣ ହେବାରୁ ବାଦ୍‌ ପଡ଼ିଥିଲେ । 100 ମିଟର ବ୍ୟାକଷ୍ଟ୍ରୋକ୍‌ ଇଭେଣ୍ଟକୁ ସମାପ୍ତ କରିବା ପାଇଁ ଶ୍ରୀହରି 53.90 ସେକେଣ୍ଡ ନେଇଥିଲେ । ତେବେ ଅଲମ୍ପିକ ଯୋଗ୍ୟତା ପାଇଁ କଟ୍‌ଅଫ୍‌ ରହିଥିଲା 53.85 ସେକେଣ୍ଡ । ଟୋକିଓ ପାଇଁ ସଜନ ଦ୍ବିତୀୟ ଥର ପାଇଁ ମନୋନୀତ ହୋଇଛନ୍ତି । ରିଓ ଅଲ୍ମପିକ୍ସରେ ମଧ୍ୟ ଭାରତ ପକ୍ଷରୁ ତାଙ୍କୁ ମନୋନୀତ କରାଯାଇଥିଲା ।

ଗୁରୁବାର ଭାରତୀୟ ସ୍ବିମିଙ୍ଗ ଫେଡେରେସନ ଶ୍ରୀହରି ନଟରାଜ ଓ ମନ୍ନା ପଟେଲଙ୍କ ନାମ ଟୋକିଓ ଅଲମ୍ପିକ ‘ୟୁନିଭର୍ସାଲିଟି ପ୍ଲେସ’ ପାଇଁ ମନୋନୀତ କରିଥିଲା । ତେବେ ସଜନ ଜିତିବା ପରେ ଟୋକିଓ ଅଲମ୍ପିକ୍ସ ରେସ୍‌ରୁ ବାଦ୍‌ ପଡ଼ିଛନ୍ତି ଶ୍ରୀହରି ।

ଅଲମ୍ପିକ ପାଇଁ ଯୋଗ୍ୟତା ହାସଲ କରିବା ପାଇଁ ଅନ୍ତର୍ଜାତୀୟ ସନ୍ତରଣ ସଂନ୍ତରଣ ପରିଷଦ ଫିନା (FINA) ଦୁଇଟି ବାଟ ଧାର୍ଯ୍ୟ କରିଛି । ଅଲମ୍ପିକ କ୍ବାଲିଫିକେସନ (A ଟାଇମ) ଓ ଅଲମ୍ପିକ ସିଲେକ୍ସନ ଟାଇମ୍‌ (B ଟାଇମ)

ଫିନା ଦ୍ବାରା ଅନୁମୋଦିତ ପ୍ରତିଯୋଗିତାରେ ଯୋକୌଣସି ପ୍ରତିଯୋଗୀ A ଟାଇମରେ ବିଜୟୀ ହେଲେ ତାଙ୍କୁ ଅଲମ୍ପିକରେ ସ୍ବତ୍ତଃ ସ୍ଥାନ ମିଳିଯାଏ । ଯଦି କୌଣସି ସନ୍ତରଣକାରୀ B ଟାଇମରେ ବିଜୟୀ ହୁଅନ୍ତି ତେବେ ତାଙ୍କୁ କୋଟା ସ୍ଥାନ ଉପରେ ଆଧାରିତ ନିମନ୍ତ୍ରଣ ପାଇଁ ଅପେକ୍ଷା କରିବାକୁ ହେବ ।

ଯଦି କୌଣସି ଦେଶରୁ ପ୍ରତିଯୋଗୀ A ଟାଇମରେ ବିଜୟୀ ନହୁଅନ୍ତି ତେବେ ଫିନା ସେହି ଦେଶ ପାଇଁ ‘ୟୁନିଭର୍ସାଲିଟି ପ୍ଲେସ’ ରେ ଜଣେ ପୁରୁଷ ମହିଳା ପ୍ରତିଯୋଗୀଙ୍କୁ ମନୋନୀତ କରିବାକୁ ସୁଯୋଗ ଦେଇଥାଏ ।

ତେବେ ସଜନ ଟୋକିଓ ଅଲମ୍ପିକ ପାଇଁ ଯୋଗ୍ୟତା ହାସଲ କରିବା ପରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.