ETV Bharat / sports

SAFF Women's Championship: ମାଳଦୀପକୁ ୯-୦ ଗୋଲ୍‌ରେ ହରାଇଲା ଭାରତ

author img

By

Published : Sep 11, 2022, 10:35 PM IST

Updated : Sep 11, 2022, 11:05 PM IST

ଶନିବାର ଖେଳାଯାଇଥିବା ଦଶରଥ ଷ୍ଟାଡିୟମରେ ଭାରତ ମାଳଦୀପକୁ ୯-୦ ଗୋଲରେ ହରାଇବାରେ ସଫଳ ହୋଇଛି । ଏହାସହିତ ଭାରତୀୟ ମହିଳା ଫୁଟବଲ ଦଳ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଅଧିକ ପଢନ୍ତୁ

SAFF Women's Championship: ମାଳଦୀପକୁ ୯-୦ ଗୋଲରେ ହରାଇଲା ଭାରତ

କାଠମାଣ୍ଡୁ: ସାଫ୍ ମହିଳା ଚମ୍ପିଆନସିପରେ (SAFF Women's Championship) ମାଳଦୀପ ବିପକ୍ଷରେ ଭାରତୀୟ ମହିଳା ଫୁଟବଲ ଦଳର ଦମଦାର ବିଜୟ । ବର୍ତ୍ତମାନ ଜବରଦସ୍ତ ଫର୍ମରେ ଅଛନ୍ତି ଫୁଟବଲ ତାରକା ଅଞ୍ଜୁ ତମାଙ୍ଗଙ୍କ (Anju Tamang) । ତାଙ୍କର ଚମତ୍କାର ପ୍ରଦର୍ଶନ ବଳରେ ଭାରତ ମାଳଦୀପକୁ ୯-୦ ଗୋଲରେ ମାତ ଦେବାକୁ ସଫଳ ହୋଇଛି । ଶନିବାର ଖେଳାଯାଇଥିବା ଦଶରଥ ଷ୍ଟାଡିୟମରେ ଭାରତ ମାଳଦୀପକୁ ୯-୦ ଗୋଲରେ ହରାଇଛି । ଏହା ସହିତ ଭାରତୀୟ ମହିଳା ଫୁଟବଲ ଦଳ ସେମିଫାଇନାଲରେ ପ୍ରବେଶ କରିଛନ୍ତି ।

ଶନିବାର ଖେଳାଯାଇଥିବା ଦଶରଥ ଷ୍ଟାଡିୟମରେ ଅଞ୍ଜୁ ତମାଙ୍ଗ ମ୍ୟାଚ ୨୪ ମିନଟରେ ପ୍ରଥମ ଗୋଲ ଦେଇ ଖାତା ଖୋଲିଥିଲେ । ଏହା ପରେ ମଧ୍ୟକ୍ରମରେ ନିଜର ଦମଦାର ପ୍ରଦର୍ଶନ ବଳରେ ୮୫ ଏବଂ ୮୮ ମିନିଟରେ ଆଉ ଏକ ଗୋଲ ଦେଇଥିଲେ । ଅଞ୍ଜୁ ତମାଙ୍ଗ ସର୍ବାଧିକ ୪ଟି ଗୋଲ୍‌ ଦେଇ ଦଳର ଗୋଲ ସଂଖ୍ୟା ବଢାଇବାକୁ ସହାୟକ ହୋଇଥିଲେ । ସେହିପରି ଡାଙ୍ଗମେଇ ଗ୍ରେସ ମ୍ୟାଚର ୫୩ ମିନିଟରେ ପ୍ରଥମ ଗୋଲ୍‌ ଏବଂ ୮୬ ମିନିଟରେ ଦ୍ବିତୀୟ ଗୋଲ ଦେଇ ଦଳର ସ୍ଥିତିକୁ ମଜବୁତ କରିଥିଲେ ।

ସେହିପରି ପ୍ରିୟଙ୍ଗକା ଦେବୀ ୪୨ ମିନିଟରେ, ସୌମ୍ୟା ଗୁଗୁଲୋଥ ୫୫ ମିନିଟରେ ଏବଂ କାଶମୀନା ୮୪ ମିନିଟରେ ଗୋଲ ଦେଇ ଦଳର ଗୋଲ ସଂଖ୍ୟାକୁ ବଢାଇଥିଲେ । ସାଫ ମହିଳା ଚମ୍ପିଆନସିପର ସେମିଫାଇନାଲ ପୂର୍ବରୁ ଭାରତ ଗ୍ରୁପ ଲିଗ ମ୍ୟାଚରେ ବାଂଲାଦେଶ ବିପକ୍ଷରେ ସେପ୍ଟେମ୍ବର ୧୩ ତାରିଖରେ ଏକ ମ୍ୟାଚ ଖେଳିବ ।

Last Updated : Sep 11, 2022, 11:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.