ETV Bharat / sports

SAFF U-20 Final Match: 5-2 ଗୋଲରେ ବାଂଲାଦେଶକୁ ହରାଇ ଭାରତ ଚମ୍ପିଆନ

author img

By

Published : Aug 5, 2022, 10:33 PM IST

Updated : Aug 5, 2022, 10:42 PM IST

କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ସାଫ ଅଣ୍ଡର 20 ଫୁଟବଲ ଚାମ୍ପିୟାନସିପରେ ବାଂଲାଦେଶକୁ ହରାଇ ଟ୍ରଫି ହାତେଇଲା ଭାରତ । ଅଧିକ ପଢନ୍ତୁ

SAFF u20 Final Match: 5-2 ଗୋଲରେ ବାଂଲାଦେଶକୁ ହରାଇ ଭାରତ ଚାମ୍ପିଅନ

ଭୁବେଶ୍ବର: ଫୁଟବଲ୍ ମ୍ୟାଚରେ ବାଂଲାଦେଶକୁ ହରାଇ ଭାରତ ଚାମ୍ପିଆନ । କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ସାଫ ଅଣ୍ଡର 20 ଫୁଟବଲ ଚାମ୍ପିୟାନସିପରେ ବାଂଲାଦେଶକୁ 5-2 ଗୋଲରେ ହରାଇ ଟ୍ରଫି ହାତେଇଲା ଭାରତ । ଭାରତ ପକ୍ଷରୁ ଗୁରକିରତ ସିଂ ଆକର୍ଷଣୀୟ ପ୍ରଦର୍ଶନ କରିବା ସହ 4ଟି ଗୋଲ ସ୍କୋର କରିଛନ୍ତି ।

SAFF U-20 Final Match: 5-2 ଗୋଲରେ ବାଂଲାଦେଶକୁ ହରାଇ ଭାରତ ଚମ୍ପିଆନ

ସେହିପରି ହିମାଂଶୁ ଜାଙ୍ଗରା ମଧ୍ୟ ଗୋଟିଏ ଗୋଲ ସ୍କୋର କରିଛନ୍ତି । ପ୍ରଥମାର୍ଦ୍ଧ ସୁଦ୍ଧା ଭାରତ ଓ ବାଂଲାଦେଶ 1-1 ରେ ସମାନ ସ୍ଥିତିରେ ଥିଲେ । ସେହିପରି ଦ୍ୱିତୀୟାର୍ଦ୍ଧରେ ମଧ୍ୟ ଉଭୟ ଟିମ ଗୋଟିଏ ଲେଖାଏଁ ଗୋଲ ସ୍କୋର କରି ନିର୍ଦ୍ଧାରିତ ସମୟ ସୁଦ୍ଧା 2-2 ରେ ରହିଥିଲେ । ଫଳରେ ଆଉ 30 ମିନିଟ ଅଧିକ ସମୟ ମିଳିଥିଲା । ଭାରତ ପକ୍ଷରୁ ଲଗାତର ଆଟାକିଂ ଖେଳ ଦେଖିବାକୁ ମିଳିଥିଲା ଏବଂ ଏକ୍ସଟ୍ରା ଟାଇମରେ ଭାରତ 3ଟି ଗୋଲ ସ୍କୋର କରି 5-2 ରେ ବିଜୟ ହାସଲ କରିଛି । ଟ୍ରଫି ହାତେଇବା ସହ ଲଗାତର ଦ୍ୱିତୀୟ ସାଫ ଚାମ୍ପିଆନସିପ ଟ୍ରଫି ନିଜ ନାଁରେ କରିଛି । 2019 ରେ ସାଫ ଚାମ୍ପିଆନସିପରେ ମଧ୍ୟ ଭାରତ ବାଂଲାଦେଶକୁ ହରାଇ ଚାମ୍ପିୟାନ ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 5, 2022, 10:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.