ETV Bharat / sports

SAFF Championship: ଆଜି ଭାରତ-କୁଏତ ମୁକାବିଲା, ଶୀର୍ଷ ସ୍ଥାନ ସିଲ ଲକ୍ଷ୍ୟରେ ଭାରତ - ସାଫ ଚମ୍ପିଆନସିପ ଭାରତ କୁଏତ ମ୍ୟାଚ

ସାଫ ଚମ୍ପିଆନସିପରେ ଆଜି କୁଏତକୁ ଭେଟିବ ଭାରତ । ଅନ୍ୟ ଏକ ମ୍ୟାଚରେ ନେପାଳ ଓ ପାକିସ୍ତାନ ମୁକାବିଲା ରହିଛି । ଅଧିକ ପଢନ୍ତୁ

india vs Kuwait Match preview
ସାଫ ଚମ୍ପିଆନସିପ
author img

By

Published : Jun 27, 2023, 10:06 AM IST

ବେଙ୍ଗାଲୁରୁ: ସାଫ ଚମ୍ପିଆନସପିରେ ଭାରତ ଆଜି ତା'ର ତୃତୀୟ ମ୍ୟାଚ ଖେଳିବ । ନେପାଳକୁ ହରାଇ ସେମିଫାଇନାଲର ପ୍ରବେଶ କରିଥିବା ଭାରତ ଆଜି କୁଏତକୁ ଭେଟିବ । ଦୁଇ ଦଳ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି । ଆଜି ଶୀର୍ଷ ସ୍ଥାନ ପାଇଁ ଦୁଇ ଦଳ ମଧ୍ୟରେ କଡ୍ଡା ଟକ୍କର ହେବ । ସେହିପରି ଅନ୍ୟ ଏକ ମ୍ୟାଚ ନେପାଳ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ । ଭାରତ ଓ କୁଏତ ମୁକାବିଲା ସନ୍ଧ୍ୟା 7ଟା30ରେ ରହିଛି ।

ଭାରତ ବନାମ କୁଏତ: ଫିଫା ମାନ୍ୟତା ଅନୁସାରେ ଭାରତ ଏକ ଶକ୍ତିଶାଳୀ ଦଳ । ଭାରତ 98ତମ ସ୍ଥାନରେ ରହିଛି । ମାନ୍ୟତା ଅନୁସାରେ କୁଏତ ଏକ ଦୁର୍ବଳ ଦଳ । କୁଏତ 143ତମ ସ୍ଥାନରେ ରହିଛି । ମାତ୍ର ନେପାଳ ଓ ପାକିସ୍ତାନ ବିପକ୍ଷରେ ଯେଉଁଭଳି ପ୍ରଦର୍ଶନ କରି ବିଜୟ ହାସଲ କରିଛି ଭାରତ ଏହାକୁ ଅଣଦେଖା କରିବ ନାହିଁ । ରେକର୍ଡ ଦେଖିଲେ ଆଜିର ମ୍ୟାଚରେ ଭାରତର ପଲ୍ଲା ଭାରି ରହିଛି । ଆଜିର ଏହି ମୁକାବିଲା ଯିଏ ଜିତିବ ସେ ଗ୍ରୁପ ଟପରେ ରହିବ । ଭାରତ ବିଜୟୀ ହେବା ଲକ୍ଷ୍ୟରେ ରହିଛି । ଘରୋଇ ମାଟିରେ ଭାରତ ଲଗାତାର 12ଟି ମ୍ୟାଚରେ ଅପରାଜିତ ରହିଛି ତେଣୁ କୁଏତ ପାଇଁ ଭାରତକୁ ହରାଇବା କଷ୍ଟକର ହୋଇପାରେ । ଭାରତ ବିଜୟରେ ମୁଖ୍ୟ ଭୂମିକା ତୁଲାଇଥିବା ସୁନୀଲ ଛେତ୍ରୀଙ୍କ ଉପରେ ଆଜି ଫୁଟବଲ ପ୍ରେମୀଙ୍କ ନଜର ରହିବ ।

ଏହା ବି ପଢନ୍ତୁ...SAFF Championship: ନେପାଳକୁ ହରାଇ ସେମିଫାଇନାଲରେ ଭାରତ

ଏହା ବି ପଢନ୍ତୁ...ODI World Cup 2023: ମହାକାଶରେ ଅନାବରଣ ହେଲା ବିଶ୍ଵକପ୍ ଟ୍ରଫି, ଭିଡିଓ ସେୟାର କଲେ ଜୟ ଶାହା

ପ୍ରକାଶଥାଉ କି, ଭାରତ ତା'ର ପ୍ରଥମ ମ୍ୟାଚରେ ପାକିସ୍ତାନକୁ 4-0 ଗୋଲରେ ପରାସ୍ତ କରିଥିବା ବେଳେ ଦ୍ବିତୀୟ ମ୍ୟାଚରେ ନେପାଳକୁ 2-0 ଗୋଲରେ ପରାସ୍ତ କରି ସେମାଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛି । ସେହିପରି କୁଏତ ତାର ପ୍ରଥମ ମ୍ୟାଚରେ ନେପାଳକୁ 3-1 ଗୋଲରେ ପରାସ୍ତ କରିଥିବା ବେଳେ ଦ୍ବିତୀୟ ମ୍ୟାଚରେ ପାକିସ୍ତାନକୁ 4-0 ଗୋଲରେ ପରାସ୍ତ କରିଥିଲା । ଆଜି ଅନ୍ୟ ଏକ ମ୍ୟାଚରେ ନେପାଳ ଓ ପାକିସ୍ତାନ ପରସ୍ପରକୁ ଭେଟିବେ । ଦୁଇ ଦଳ ଏ ଯାଏଁ ପଏଣ୍ଟ ଖାତା ଖୋଲି ନାହାନ୍ତି ଆଜି ବିଜୟ ଖାତା ଖୋଲିବା ଲକ୍ଷ୍ୟରେ ଉଭୟ ଦଳ । ଗ୍ରୁପ-ଏର କୁଏତ ଓ ଭାରତ ଲଗାତାର ଦୁଇଟି ମ୍ୟାଚ ଜିତି ସେମି ଫାଇନାଲରେ ପ୍ରବେଶ କରିଛନ୍ତି । ଆଜି ଶୀର୍ଷ ସ୍ଥାନ ପାଇଁ ଲଢେଇ କରିବେ । ଅନ୍ୟ ମ୍ୟାଚରେ ଲେବାନନ ଭୁଟାନକୁ 4-1 ଗୋଲରେ ହରାଇଛି । ବାଂଲାଦେଶ 3-1 ଗୋଲରେ ମାଳଦ୍ବୀପକୁ ହରାଇ ସେମି ଆଶା ଉଜ୍ଜିବୀତ ରଖିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.